ETV Bharat / bharat

Miss Universeରେ ଭାଗ ନେଇପାରିବେ ବିବାହିତା, 2023ରୁ ଲାଗୁ ହେବ ନୂଆ ନିୟମ - ମିସ୍ ୟୁନିଭର୍ସରେ ବିବାହିତାଙ୍କୁ ଅନୁମତି

Miss Universeରେ ଭାଗ ନେଇପାରିବେ ବିବାହିତା । ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଏବେ ବିବାହିତ ମହିଳାଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ମିସ ୟୁନିଭର୍ସ ପ୍ରତିଯୋଗିତା ଆଯୋଜନ କରୁଥିବା ସଂସ୍ଥା ଏହି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Miss Universe ରେ ଭାଗ ନେଇପାରିବେ ବିବାହିତା
Miss Universe ରେ ଭାଗ ନେଇପାରିବେ ବିବାହିତା
author img

By

Published : Aug 22, 2022, 3:09 PM IST

Updated : Aug 22, 2022, 3:28 PM IST

ମୁମ୍ବାଇ: ବ୍ରହ୍ମାଣ୍ଡ ସୁନ୍ଦରୀ ହେବାରୁ ସ୍ବପ୍ନ ଦେଖୁଛନ୍ତି କି । ବିବାହ ପରେ ବି ମିଳିବ ସୁଯୋଗ । ମହିଳାଙ୍କ ପାଇଁ ଆଉ ବାଧା ସାଜିବନି ବିବାହ ଓ ସନ୍ତାନ । ଆପଣ ବିବାହିତ ହୋଇଥିଲେ ବି ନିଶ୍ଚିନ୍ତ ରୂପେ ମିସ୍ ୟୁନିଭର୍ସରେ ଅଂଶ ଗ୍ରହଣ କରିପାରିବେ । କାରଣ 70 ବର୍ଷ ଧରି ରହିଥିବା ଏହି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଏବେ ବିବାହିତ ମହିଳାଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ମିସ୍ ୟୁନିଭର୍ସ ପ୍ରତିଯୋଗିତା ଆୟୋଜନ କରୁଥିବା ସଂସ୍ଥା ଏହି ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତା ବର୍ଷ ଅର୍ଥାତ 2023ରେ ଅନୁଷ୍ଠିତ ହେବାକୁ ଥିବା 72ତମ ମିସ୍ ୟୁନିଭର୍ସରେ ମା' ଓ ବିବାହିତ ମହିଳାଙ୍କୁ ଭାଗ ନେବାକୁ ସୁଯୋଗ ମିଳିବ । ବର୍ତ୍ତମାନ ଏହି ପ୍ରତିଯୋଗିତାରେ କେବଳ 18ରୁ 28 ବର୍ଷ ଅବିବାହିତ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଥିଲା । ମହିଳାଙ୍କ ଅଧିକାରକୁ ଦୃଷ୍ଟିରେ ରଖି ପୂର୍ବ ସର୍ତ୍ତରେ ପରିବର୍ତ୍ତନ ଅଣାଯାଇଛି । ବର୍ତ୍ତମାନ ବିବାହିତ ହୋଇଥିଲେ କିମ୍ବା ମାଆ ହୋଇଥିଲେ ବି ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହାକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ... ଆଜି ମହାପ୍ରଭୁଙ୍କ ବନଭୋଜି ବେଶ

ଏହି ନିଷ୍ପତ୍ତିକୁ କେହି କେହି ବିରୋଧ କରୁଥିବା ଦେଖିବାକୁ ମିଳିଛି । 2021 ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ ପଞ୍ଜାବର ହରନାଜ ସନ୍ଧୁ । ଏଲଏଟରେ ଅନୁଷ୍ଠିତ 70ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନ୍ଦ୍ବନ୍ଦିତା କରିଥିଲେ ହରନାଜ । 21 ବର୍ଷ ପରେ ଭାରତକୁ ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ ଭେଟି ଦେଇଥିଲେ ହରନାଜ ସନ୍ଧୁ । ଏହାପୂର୍ବରୁ 1994ରେ ସୁସ୍ମିତା ସେନ ଓ 2000ରେ ଲାରା ଦତ୍ତ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ ।

Last Updated : Aug 22, 2022, 3:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.