ETV Bharat / bharat

AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବାସଭବନ ଉପରକୁ ପଥର ମାଡ, ଭାଙ୍ଗିଲା ଝରକା କାଚ - ଅସାଦୁଦ୍ଦିନ ଓୱେସୀଙ୍କ ବାସଭବନ ଉପରକୁ ପଥର ମାଡ

ରବିବାର ସନ୍ଧ୍ୟାରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବାସଭବନ ଉପରକୁ ପଥରମାଡ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣରେ ଝରକା କାଚ ଭାଙ୍ଗିଯାଇଥିବା ସୂଚନା । ଅଧିକ ପଢନ୍ତୁ

Asaduddin Owaisis
Asaduddin Owaisis
author img

By

Published : Feb 20, 2023, 8:52 AM IST

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବାସଭବନ ଉପରକୁ ପଥରମାଡ । ରବିବାର ସନ୍ଧ୍ୟାରେ କିଛି ଅଜଣା ଦୁର୍ବୃତ୍ତ ଓୱେସୀଙ୍କ ବାସଭବନ ଉପରକୁ ପଥରମାଡ କରିଥିବା ଅଭିଯୋଗ ହୋଇଛି । ତେବେ ଏଥିରେ ଘରର ଝରକା ଭାଙ୍ଗିଯାଇଥିବା ନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଏହି ଘଟଣାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଥାନାରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ କହିଛନ୍ତି," ରବିବାର ସନ୍ଧ୍ୟା ୫ଟା ୩୦ ମିନିଟରେ ଦିଲ୍ଲୀର ଅଶୋକା ରୋଡ ସ୍ଥିତ ବାସଭବନ ଉପରେ କିଛି ଅଜଣା ଦୁର୍ବୃତ୍ତ ପଥର ମାଡ କରିଥିଲେ । "

  • My Delhi residence has been attacked again. This is the fourth incident since 2014. Earlier tonight, I returned from Jaipur & was informed by my domestic help that a bunch of miscreants pelted stones that resulted in broken windows. @DelhiPolice must catch them immediately pic.twitter.com/vOkHl8IcNH

    — Asaduddin Owaisi (@asadowaisi) February 19, 2023 " class="align-text-top noRightClick twitterSection" data=" ">

ଏନେଇ ଓୱେସୀ ଟ୍ବିଟ କରି କହିଛନ୍ତି, "ମୋର ଦିଲ୍ଲୀ ସ୍ଥିତ ବାସଭବନ ଉପରେ ପୁଣିଥରେ ଆକ୍ରମଣ ହୋଇଛି । ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ୪ ଥର ଆକ୍ରମଣ କରାଯାଇଛି । ରବିବାର ଦିନ ପୁଣି କିଛି ଅଜଣା ବ୍ୟକ୍ତି ପଥର ମାଡ କରିଛନ୍ତି । ମୁଁ ଜୟପୁରରୁ ଫେରୁଥିବା ସମୟରେ ପଥର ମାଡ କରାଯାଇଥିବା ନେଇ ଖବର ପାଇଲି । ମୁଁ ରାତି ୧୧.୩୦ ମିନିଟରେ ଘରେ ପହଞ୍ଚିବା ପରେ ଦେଖିଥିଲି । ଆକ୍ରମଣରେ ମୋ ଘରର ଝରକା ଭାଙ୍ଗିଯାଇଛି । ଦିଲ୍ଲୀ ପୋଲିସ ଶୀଘ୍ର ଦୁର୍ବୃତ୍ତକୁ କାବୁ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ICC Womens T20 World Cup: ଆଜି ଭାରତ-ଆୟର୍ଲାଣ୍ଡ ଲଢେଇ, ସେମି ଲକ୍ଷ୍ୟରେ ଖେଳିବ ଇଣ୍ଡିଆ

ସେ ଆହୁରି ମଧ୍ୟ କହିଛନ୍ତି, "ମୋର ବାସଭବନ ଚାରିପଡେ ସିସିଟିଭି କ୍ୟାମେରା ଲାଗିଛି । ମୁଁ ଭାବୁଛି ପୂର୍ବରୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ହିଁ ଏହି କାଣ୍ଡ ଘଟାଇ ଥାଇପାରନ୍ତି । ହାଇ ସିକ୍ୟୁରିଟି ଜୋନ ଭିତରକୁ ଆସି ଏପରି କାଣ୍ଡ ଘଟାଇଛନ୍ତି । ଦିଲ୍ଲୀ ପୋଲିସ ଶୀଘ୍ର ଦୁର୍ବୃତ୍ତଙ୍କୁ ଖୋଜି ବାହାର କରିବା ସହ ଗିରଫ କରନ୍ତୁ । "

ଏହା ମଧ୍ୟ ପଢନ୍ତୁ: ଓୱେସୀଙ୍କୁ ଆକ୍ରମଣ ପୂର୍ବ ନିର୍ଦ୍ଧାରିତ ଥିଲା: ଶିବସେନା ସାଂସଦ

ତେବେ ଏହି ଘଟଣାକୁ ନେଇ ପାର୍ଲାମେଣ୍ଟ ସ୍ଟ୍ରିଷ୍ଟ ପୋଲିସରେ ଏତଲା ଦେଇଥିଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । ଅଭିଯୋଗ ପରେ ଦିଲ୍ଲୀ ପୋଲିସଙ୍କ ସମେତ ଅତିରିକ୍ତ ଡିସିପି ତାଙ୍କ ବାସଭବନକୁ ଯାଇ ସ୍ଥିତି ଯାଞ୍ଚ କରିଥିଲେ ।

ପ୍ରକାଶଥାଉକି, ଗତବର୍ଷ ଫେବୃଆରୀ ୩ ତାରିଖରେ ଓୱେସୀ ଉତ୍ତର ପ୍ରଦେଶ ମେରଟ ଅନ୍ତର୍ଗତ କିଥାଉରରେ ନିର୍ବାଚନ ପ୍ରଚାର ସାରି ଫେରୁଥିବେଳେ ଚାଜାରସି ଟୋଲ ପ୍ଲାଜା ନିକଟରେ ତାଙ୍କ ଗାଡି ଉପରୁ ଗୁଳିମାଡ ହୋଇଥିଲା । ଗୁଳିମାଡରେ ସେ କିମ୍ବା ତାଙ୍କ ସହଯୋଗୀଙ୍କ କୌଣସି କ୍ଷତି ହୋଇନଥିଲେ ମଧ୍ୟ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.