ଜୟପୁର: ରାଜସ୍ଥାନରେ ସୀମା ଟପିଲା ବର୍ବରତା । କିଛି ଯୁବକ ସ୍ତ୍ରୀକୁ ଖରାପ ବ୍ୟବହାର(Minor molested in Jaipur) କରୁଥିବା ଦେଖି ପ୍ରତିବାଦ କରିଥିଲେ ସ୍ୱାମୀ । ଫଳରେ କ୍ରୋଧରେ ଜର୍ଜରିତ ହୋଇ ସ୍ୱାମୀକୁ ମୂତ୍ର ପିଆଇବା ସହ (Miscreants made husband drink urine) ନାକ, କାନ କାଟି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ରାମନଗରିଆ ପୋଲିସ ଷ୍ଟେସନ ଅଞ୍ଚଳରେ । ଏହି ଘଟଣାପରେ ସ୍ତ୍ରୀର ମାଆ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ପକ୍ଷର ବୟାନ ରେକର୍ଡ କରିଛି ।
ଏହା ମଧ୍ୟ ପଢନ୍ତୁ: NASA Moon Rocket ତୃତୀୟ ପ୍ରୟାସ ସ୍ଥଗିତ, ପ୍ରତିକୂଳ ପାଗ ସାଜୁଛି ବାଧକ
ରାମନଗରିଆ ଥାନାଅଧିକାରୀ ରାଜେଶ ଶର୍ମା କହିଛନ୍ତି(Ramnagaria police station of Jaipur), "ଜଣେ 44 ବର୍ଷୀୟା ମହିଳା ନରୈନା ଅଞ୍ଚଳର ବାସିନ୍ଦା । ଯାହାଙ୍କର ସ୍ବାମୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ହୋଇଛି ଯେ,ଉକ୍ତ ମହିଳାଙ୍କ ଝିଅ 31 ଅକ୍ଟୋବର ସକାଳେ ନିଜ ସ୍ୱାମୀ ସହ ଘରକୁ ଆସିଥିଲେ । ତେବେ କୌଣସି କାରଣ ବଶତଃ ଶାଶୁଘର ଲୋକଙ୍କ ସହ ଝଗଡା ହୋଇଥଲା । ଫଳରେ ଗ୍ରାମର କିଛିଲୋକ ଆସି ମହିଳାକୁ ମାରପିଟ କରିବା ସହ ନିର୍ଯାତନା ଦେଇଥିଲେ । ଯେତେବେଳେ ମହିଳାଙ୍କ ସ୍ୱାମୀ ଏହାର ପ୍ରତିବାଦ କରିଥିଲେ, ଅଭିଯୁକ୍ତମାନେ ତାଙ୍କୁ ପ୍ରବଳ ମାଡ ମାରିବା ପରେ ନାକ ଓ କାନ କାଟି ଦେଇଥିଲେ ।"
ପୋଲିସ ନିକଟରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଅଭିଯୁକ୍ତଙ୍କଠାରୁ ମିଳିଥିବା ଧମକ ଯୋଗୁଁ ପୀଡିତାଙ୍କ ପକ୍ଷ ୭ ଦିନ ନିରବ ରହିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ପୀଡିତାଙ୍କ ମାଆ ମଙ୍ଗଳବାର ରାମନଗରିଆ ପୋଲିସ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଏହାପରେ ପୀଡିତଙ୍କୁ ଚିକିତ୍ସା କରାଯାଇଥିଲା ଏବଂ ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ