ETV Bharat / bharat

Rape Case: ୬ବର୍ଷର ଶାଳିକୁ ପଡୋଶୀ ଘର ଭିଣୋଇର ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

author img

By

Published : Mar 19, 2023, 7:43 PM IST

ବିହାରରେ ଲଜ୍ଜା । ପଡୋଶୀ ଘର ଜ୍ବାଇଁ ସାଜିଲା ହତ୍ୟାର କାରଣ । ୬ବର୍ଷର ଶାଳିକୁ ଚକୋଲେଟ ଖୁଆଇବାକୁ ନେଇ ଦୁଷ୍କର୍ମ କରିଥିବା ଆସିଛି ଅଭିଯୋଗ । ଅଧିକ ପଢନ୍ତୁ

Rape Case
Rape Case

ପାଟନା: ପିଶାଚ ସାଜିଲା ଜ୍ୱାଇଁ । 6 ବର୍ଷର ନିଷ୍ପାପ ଶାଳିକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ବିହାରର ସହରସା ଜିଲ୍ଲାରେ ୬ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନାବାଳିକାର ମୃତଦେହକୁ ମକା କ୍ଷେତରୁ ଉଦ୍ଧାର କରିଛି ପୋଲିସ । ଗତ ୧୬ ତାରିଖରୁ ନାବାଳିକା ନିଖୋଜ ଥିବା ବେଳେ ଗତକାଲି (ଶନିବାର) ତାର ମୃତଦେହ ମିଳିଛି । ତେବେ ପୋଲିସ ବ୍ୟବଚ୍ଛେଦ ଲାଗି ମୃତଦେହକୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

ମୃତ ନାବାଳିକାର ପିତାଙ୍କ କହିଛନ୍ତି, "ମୋ ଝିଅ ଘରେ ଥିଲା । ପଡ଼ୋଶୀ ଘରର ଜ୍ବାଇଁ ଆସିଥିଲେ । ଆମେ ତାଙ୍କ ପାଇଁ ଘରେ ଭୋଜନର ବ୍ୟବସ୍ଥା କରିଥିଲୁ । ଏହାପରେ ଜ୍ବାଇଁ ଜଣକ ମୋ ଝିଅକୁ ଚକୋଲେଟ ଖୁଆଇବାକୁ ସାଥୀରେ ନେଇଥିଲେ । ଏହାପରଠୁ ମୋ ଝିଏ ନିଖୋଜ ରହିଛି । ଜ୍ବାଇଁ ମୋ ଝିଅ ସହିତ ପ୍ରଥମେ ଦୁଷ୍କର୍ମ କରି ପରେ ତାକୁ ହତ୍ୟା କରିଛି । ଏବେ ପୋଲିସ କ୍ଷେତରୁ ମୋ ଝିଅର ମୃତଦେହକୁ ଠାବ କରିଥିବା ବେଳେ ବ୍ୟବଚ୍ଛେଦ ଲାଗି ନିକଟ ସହରସା ହସ୍ପିଟାଲକୁ ପଠାଇଛି । ତେବେ ଗତ ୧୬ ତାରିଖରେ ଜ୍ବାଇଁ ଆମ ଘରକୁ ଆସିଥିଲେ ।"

ଏହା ବି ପଢନ୍ତୁ- ପ୍ରେମିକ ସହ ମିଶି ଭାଇକୁ କାଟି ଫିଙ୍ଗିଦେଲା ଭଉଣୀ, ୮ ବର୍ଷ ପରେ ଦୁଇ ହତ୍ୟାକାରୀ ଗିରଫ

ଏନେଇ ଥାନା ଅଧିକାରୀ ରାମଶଙ୍କର କୁମାର କହିଛନ୍ତି, "ନାବାଳିକା ଜଣକ ମାର୍ଚ୍ଚ ୧୬ରୁ ନିଖୋଜ ଥିଲା । ପଡୋଶୀ ଘରର ଜ୍ବାଇଁ ଘରକୁ ଆସିଥିଲା । ସେ ନାବାଳିକାକୁ ଚକୋଲେଟ ଖୁଆଇବାକୁ ନେଇ ଦୁଷ୍କର୍ମ କରିଥିବା ନାବାଳିକାର ପିତା ଅଭିଯୋଗ ଆଣିଛନ୍ତି । ସେପଟେ ଶନିବାର ନାବାଳିକା କ୍ଷେତରେ ପଡ଼ିଥିବା ଏକ ମହିଳା ପ୍ରଥମେ ଦେଖିଥିଲେ । ଏନେଇ ସେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ନାବାଳିକାର ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଲାଗି ସଦର ହସ୍ପିଟାଲକୁ ପଠାଯାଇଥିଲା । ବ୍ୟବଚ୍ଛେଦ ପରେ ନାବାଳିକାର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।"

ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଖୋଜିବା ଲାଗି ପୋଲିସ ପ୍ରୟାସ କରୁଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି । ସେପଟେ ନାବାଳିକାର ମୃତଦେହ ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅଭିଯୁକ୍ତ ବିରୋଧରେ ପରିବାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.