ETV Bharat / bharat

ଝାଡଖଣ୍ଡରେ ଛାତିଥରା ଘଟଣା, ନାବାଳିକାଙ୍କୁ ଗଣଦୁଷ୍ମର୍ମ କଲେ ୧୦ ନାବାଳକ

ଝାଡଖଣ୍ଡରେ ଛାତିଥରା ଘଟଣା । ନାବାଳିକାଙ୍କୁ ଗଣଦୁଷ୍ମର୍ମ କଲେ ୧୦ ନାବାଳକ । ୧୦ ଜଣ ନାବାଳକ ମଦ୍ୟପାନ କରି ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Oct 8, 2022, 8:25 PM IST

ଝାଡଖଣ୍ଡରେ ଛାତିଥରା ଘଟଣା, ନାବାଳିକାଙ୍କୁ ଗଣଦୁଷ୍ମର୍ମ କଲେ ୧୦ ନାବାଳକ
ଝାଡଖଣ୍ଡରେ ଛାତିଥରା ଘଟଣା, ନାବାଳିକାଙ୍କୁ ଗଣଦୁଷ୍ମର୍ମ କଲେ ୧୦ ନାବାଳକ

ରାଞ୍ଚି: ଝାଡଖଣ୍ଡରେ ବିଚଳିତ କରିବା ଭଳି ଛାତିଥରା ଘଟଣା ଘଟିଛି । ଜଣେ ନାବାଳିବାକୁ ଗଣଦୁଷ୍ମର୍ମ କଲେ ନାବାଳକ । (Minor girl was gang raped by 10 drunken minor youths) ମଦ୍ୟପାନ କରି ୧୦ ଜଣ ନାବାଳକ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ନାବାଳକ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ନାବାଳିକା ଜଣଙ୍କ ଜଣେ ନାବଳକ ସହ ଏକ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଦେଖିବା ପାଇଁ ଲାଟେହାର ପୋଲିସ ଷ୍ଟେସନ ଅଞ୍ଚଳକୁ ଯାଇଥିଲେ । ସେଠାରେ କାର୍ଯ୍ୟକ୍ରମ ସରିବା ପରେ ସେମାନେ ରେଲଓ୍ବେଷ୍ଟେସନରେ ଅପେକ୍ଷା କରିଥିଲେ । ଏହି ସମୟରେ ୧୦ ଜଣ ନାବାଳକ ମଦ୍ୟପାନ କରି ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ଏହି ସମୟରେ ନାବାଳିକାଙ୍କ ସାଥିରେ ଥିବା ନାବାଳ ଏହାକୁ ବିରୋଧ କରିବାରୁ ମଦ୍ୟପ ନାବାଳକ ମାନେ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ଫଳରେ ଜୀବନ ରକ୍ଷା କରିବାକୁ ଯାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ ନାବାଳକ ।

ଏହାପରେ ୧୦ ଅଭିଯୁକ୍ତ ନାବାଳକ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୧୦ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି । ଏହି ଘଟଣାରେ ସବିଶେଷ ତଥ୍ୟ ଅନୁସନ୍ଧାନ ପରେ ହିଁ ଦିଆଯିବ ବୋଲି ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ପୀଡିତା ନାବାଳିକା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରୀୟ ବିଦ୍ୟାଳୟରେ ୧୧ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଗତ ସେପ୍ଟେମ୍ବର ମାସରେ ଝାଡଖଣ୍ଡରେ ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଶାଶୁ ସହ ଝଗଡା କରି ବାପ ଘରକୁ ଯାଉଥିବା ବେଳେ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ମହିଳା ଜଣଙ୍କୁ ଅନ୍ୟ ଏକ ସ୍ଥାନକୁ ବାଇକ ଯୋଗେ ନେଇ ଯାଉଥିଲେ । ସେହି ସମୟରେ ଏକ ବୋଲେରୋ ଦେଖିବାରୁ ମହିଳା ଜଣଙ୍କ ଚିତ୍କାର କରିଥିଲେ। ଏହାପରେ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ । ଏନେଇ ମହିଳାଙ୍କ ସ୍ବାମୀ ମାନିକା ପୋଲିସ ଷ୍ଟେସନରେ ପହଞ୍ଚି ପୁରା ଘଟଣା ସମ୍ପର୍କରେ ଜଣାଇ ସ୍ତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.