ଜୟପୁର: ରାଜସ୍ଥାନରେ ଲଜ୍ଜା । ରାଜସ୍ଥାନର ଢୋଲପୁର ଜିଲ୍ଲା ବରିରେ ଜଣେ ୧୪ ବର୍ଷୀୟା ନାବାଳାକା ସହ ଗଣଦୁଷ୍କର୍ମ ହୋଇଛି । ବଜାର ଯାଇଥିବା ସମୟରେ ୬ରୁ ୭ ଜଣ ଅଭିଯୁକ୍ତ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ପୋଲିସ ସୂଚନା ଦେଇଛି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଏକ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି । ତାଙ୍କର ଡାକ୍ତରୀ ମାଇନା କରାଯିବା ସହ ପୋଲିସ ଏକ ଟିମ୍ ଗଠନ କରି ମାମଲାର ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ଏହି ଗଣଦୁଷ୍କର୍ମ ମାମଲାରେ ପୋଲିସ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରାଯାଉଛି ।
ସୂଚନା ଅନୁଯାୟୀ, ଗତ ୨୬ ତାରିଖ ଦିନ ନାବାଳିକା ପାଖ ବଜାରକୁ ଯାଇଥିଲେ । ସେଠାରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ତାଙ୍କୁ ମୋଟର ସାଇକେଲର ଛାଡି ଦେବାକୁ କହି ନିଜ ସାଙ୍ଗରେ ନେଇଥିଲେ ଏବଂ ବେସାରି ରୋଡରେ ଥିବା ଟୋଲ ନିକଟରେ ଛାଡିଥିଲେ । ସେଠାରେ ପ୍ରାୟ ୬ରୁ ୭ ଜଣ ଲୋକ ନାବାଳିକାଙ୍କୁ ଉଠାଇ ନେଇ ରାତିସାରା ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହାର ପରଦିନ ଏକ ମନ୍ଦିର ନିକଟରୁ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ପୀଡିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ମାମଲାର ତଦନ୍ତ ପାଇଁ ପୋଲିସ ଏକ ଟିମ୍ ଗଠନ କରିଛି । ବର୍ତ୍ତମାନ ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।