ETV Bharat / bharat

ନାବାଳିକାକୁ ଦୁଷ୍କର୍ମ, ନାବାଳକ ଅଟକ

author img

By

Published : Nov 7, 2022, 3:22 PM IST

ନାବାଳିକାକୁ ଦୁଷ୍କର୍ମ । ଜଣେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜଣେ 15 ବର୍ଷୀୟ ବାଳକ ଜଣେ 8 ବର୍ଷୀୟ ବାଳିକାକୁ ଦୁର୍ଷକ ଅଭିଯୋଗର ଗିରଫ ହୋଇଛି । ଅଧିକ ପଢନ୍ତୁ

minor committed incest with girl
ନାବାଳିକାକୁ ନାବାଳକର ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ରାୟପୁର: ଛତିଶଗଡ଼ରେ ଲଜ୍ୟା । ଜଣେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜଣେ 8 ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଅଭିଯୋଗର ଜଣେ 15 ବର୍ଷୀୟ ନାବାଳକ ଗିରଫ ହୋଇଛି । ଛତିଶଗଡ କୋରବାରେ ଘଟିଛି ଏପରି ଅଭାବନୀୟ ଘଟଣା । ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇଛି ।

ପୂରା ଘଟଣା ଥିଲା ଏମିତି...

ରବିବାର ସକାଳେ ଏହି ଘଟଣା ଘଟିଛି । କୋରବାର ବାଙ୍ଗେ ଥାନା ଅନ୍ତର୍ଗତ ଏକ ଗାଁର ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ସେହି ଗାଁର ଜଣେ 15 ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପରିବାରକୁ ଜଣାଇଥିଲେ ନାବାଳିକା । ଚିକିତ୍ସା ପାଇଁ ଘର ଲୋକ ତାଙ୍କୁ କୋରବା ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଛି ।

ଏହା ବି ପଢନ୍ତୁ: ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ

ଛେଳି ଚରାଇବାକୁ ଯାଇଥିଲେ ନାବାଳିକା...

ନାବାଳିକାର ବାପାମାଆ କାମ କରିବାକୁ ଜମିକୁ ଚାଲିଯାଇଥିଲେ । ଏହାପରେ ପ୍ରତିଦିନ ପରି ଝିଅଟି ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲା । ସେହି ସମୟରେ ଗାଁର ନାବାଳକ ଜଣକ ନାବାଳିକାଙ୍କୁ ଅସଦାଚରଣ କରିଥିଲା । ଘରକୁ ଫେରିବା ପରେ ଝିଅଟି ଭୟଭୀତ ଥିଲା । ଆହତ ମଧ୍ୟ ଥିଲେ । ତଥାପି ଘଟଣା ସଂପର୍କରେ ବାପା ମାଆଙ୍କୁ ଜଣାଇଥିଲା । ଝିଅଠୁ ସବୁ ଶୁଣିବା ପରେ ପରିବାର ଲୋକ ନାବାଳିକ ଝିଅକୁ ଚିକିତ୍ସା ନିମନ୍ତେ କୋରବା ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି । ଏନେଇ ବାଂଗୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି କାଠଘୋରା ଏସଡିପିଓ ଇଶ୍ବର ତ୍ରିବେଦୀ(Katghora SDOP Ishwar Trivedi)।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.