ETV Bharat / bharat

ଖଲିସ୍ତାନୀ ଲିଙ୍କ ! ବ୍ୟାନ ହେଲା ଘରୋଇ ଟିଭି ଚ୍ୟାନେଲ

author img

By

Published : Feb 22, 2022, 8:12 PM IST

ଦେଶର ସାର୍ବଭୌମତ୍ବ ବିରୋଧୀ କାର୍ଯ୍ୟକଳାପ ଲାଗି ପଞ୍ଜାବ ପଲିଟିକ୍ସ ଟିଭି ଚ୍ୟାନେଲକୁ ରଦ୍ଦ କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଦେଶ ବିରୋଧୀ କାମ ସହ ଶିଖ ଫର ଜଷ୍ଟିସ ସଂସ୍ଥା ସହ ଘନିଷ୍ଠ ସଂପର୍କ ରଖିବା ଓ ଦେଶର ତଥ୍ୟ ପ୍ରଦାନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଅଧିକ ପଢନ୍ତୁ

ଖଲିସ୍ତାନ ଲିଙ୍କ!ରଦ୍ଦ ହେଲା ଘରୋଇ ଟିଭି
ଖଲିସ୍ତାନ ଲିଙ୍କ!ରଦ୍ଦ ହେଲା ଘରୋଇ ଟିଭି

ନୂଆଦୀଲ୍ଲୀ: ଦେଶର ସାର୍ବଭୌମତ୍ବ ବିରୋଧୀ କାର୍ଯ୍ୟକଳାପ ଲାଗି ପଞ୍ଜାବ ପଲିଟିକ୍ସ ଟିଭି ଚ୍ୟାନେଲକୁ ବ୍ୟାନ କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଦେଶ ବିରୋଧୀ କାମ ସହ ଶିଖ ଫର ଜଷ୍ଟିସ ସଂସ୍ଥା ସହ ଘନିଷ୍ଠ ସଂପର୍କ ରଖିବା ଓ ଦେଶ ବିରୋଧୀ ତଥ୍ୟ ପ୍ରଦାନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ଶିଖ ଫର ଜଷ୍ଟିସ ଭାରତରେ ବେଆଇନ ଘୋଷଣା କରାଯାଇଥିଲା ।

ଅନ୍ୟପଟେ ପଞ୍ଜାବ ପଲିଟିକ୍ସ ଟିଭିର ଆପ୍, ୱେବସାଇଟ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ଶିଖ୍ ଫର ଜଷ୍ଟିସ୍ (SFJ) ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବା ଅଭିଯୋଗରେ ରଦ୍ଦ କରାଯାଇଛି । ବେଆଇନ କାର୍ଯ୍ୟକଳାପ ଅଧିନିୟମ, 1967 ଆକ୍ଟ ଅନୁସାରେ ଶିଖ ଫର ଜଷ୍ଟିସକୁ ବେଆଇନ ଘୋଷଣା କରାଯାଇଥିଲା। ତେବେ ପଞ୍ଜାବରେ ଚାଲୁଥିବା ବିଧାନସଭା ନିର୍ବାଚନ ସମୟରେ ଚ୍ୟାନେଲ ଅନଲାଇନ୍ ମିଡିଆ ବ୍ୟବହାର କରି ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଥିବାରୁ ମନ୍ତ୍ରଣାଳୟ 18 ଫେବୃଆରୀ ଆଇଟି ନିୟମ ଅନୁଯାୟୀ ପଞ୍ଜାବ ପଲିଟିକ୍ସକୁ ନିଷଧ ଘୋଷଣା କରିଛନ୍ତି।

ଅପରପକ୍ଷେ ଆପ, ୱେବସାଇଟ୍, ଏବଂ ସୋସିଆଲ୍ ମିଡିଆ ଆକାଉଣ୍ଟ ଗୁଡିକର ସାମ୍ପ୍ରଦାୟିକ ଅସହଯୋଗ ଏବଂ ବିଚ୍ଛିନ୍ନତା ସୃଷ୍ଟି କରୁଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଥିସହ ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ସୁରକ୍ଷା ଏବଂ ଜନସାଧାରଣଙ୍କ ପାଇଁ କ୍ଷତିକାରକ ହୋଇଥିବା କାରଣୁ ଏହି ଟିଭିକୁ ନିଷେଧ ଘୋଷାଣ କରିଛି ମନ୍ତ୍ରଣାଳୟ ।

@PIB

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.