ETV Bharat / bharat

CDS Appointment: ଏମିତି ବଛାହେବେ ଦ୍ୱିତୀୟ CDS ? ଗେଜେଟ୍ ନୋଟିଫିକେସନ ଜାରି

author img

By

Published : Jun 7, 2022, 7:08 PM IST

ନୂଆ CDS ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ । 3 ସେନା ପାଇଁ ଜାରି ହେଲା ନିଯୁକ୍ତି ସମ୍ପର୍କିତ ଗେଜେଟ ଅଧିସୂଚନା । ଉଭୟ କାର୍ଯ୍ୟରତ ଓ ସେବା ନିବୃତ୍ତ ଅଧିକାରୀଙ୍କୁ କରାଯାଇପାରେ ବିଚାରଯୋଗ୍ୟ । ଅଧିକ ପଢନ୍ତୁ

CDS appointment: ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ ପାଇଁ ଗେଜେଟ ନୋଟିଫିକେସନ ଜାରି କଲା ପ୍ରତିରକ୍ଷା ମନ୍ତ୍ରାଣାଳୟ

ନୂଆଦିଲ୍ଲୀ: ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (CDS) ନିଯୁକ୍ତି କ୍ଷେତ୍ରରେ ପୂର୍ବ ସର୍ତ୍ତାବଳୀରେ ସଂଶୋଧନ କରିବାକୁ ଗେଜେଟ ଅଧିସୂଚନା ଜାରି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଉଭୟ କାର୍ଯ୍ୟରତ ଓ ସେବାରୁ ଅବସର ପ୍ରାପ୍ତ ବରିଷ୍ଠ ସେନାଧିକାରୀଙ୍କୁ ପ୍ରତିରକ୍ଷା ପ୍ରମୁଖ ଭାବେ ନିଯୁକ୍ତି ମିଳିପାରେ । ଏହି ନିଯୁକ୍ତି ସମ୍ପର୍କିତ ପ୍ରକ୍ରିୟାରେ 3 ସେନା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଗେଜେଟ ଅଧିସୂଚନା ଜାରି କରାଯାଇଛି ।

  • Ministry of Defence issues gazette notifications to amend regulations of 3 defence forces related to appointment of Chief of Defence Staff. For appointing CDS the govt may consider officers who are serving as Lt Gen equivalent or General equivalent ...(1/2) pic.twitter.com/3leGJB4SD4

    — ANI (@ANI) June 7, 2022 " class="align-text-top noRightClick twitterSection" data=" ">

ତେବେ 3 ସେନାରେ କାର୍ଯ୍ୟରତ କିମ୍ବା ସେବା ଅବଧି ପୂର୍ଣ୍ଣ କରି ଅବସର ନେଇସାରିଥିବା ଲେଫ୍ଟନାଣ୍ଟ ଜେନେରାଲ କିମ୍ବା ସମାନ ପାହ୍ୟାର ବରିଷ୍ଠ ସେନାଧିକାରୀଙ୍କୁ ଏହି ପଦ ପାଇଁ ବିଚାରକୁ ନିଆଯାଇପାରେ । ତେବେ ଅବସର ଗ୍ରହଣ ସମୟରେ ଉକ୍ତ ସେନାଧିକାରୀଙ୍କ ବୟସ 62 ବର୍ଷରୁ ଉର୍ଦ୍ଧ୍ବ ହୋଇ ନଥିବା ମଧ୍ୟ ଜରୁରୀ । 3 ସେନାରେ କାର୍ଯ୍ୟରତ 3 ତାରକା କମ୍ବା 4 ତାରକା ବିଶିଷ୍ଟ ଅଧିକାରୀ ଏହି ସର୍ବୋଚ୍ଚ ସାମରିକ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

2019 ରେ ଦ୍ବିତୀୟ ପାଳିର ଶାସନ ଆରମ୍ଭ କରିବା ପରେ ପ୍ରଥମ କରି CDS ନିଯୁକ୍ତ କରିଥିଲେ ମୋଦି ସରକାର । 3 ସେନା ମଧ୍ୟରେ ସମନ୍ବୟ ଓ ଭାରତୀୟ ସୁରକ୍ଷା ବଳର ସୁଦୃଢୀକରଣ ପାଇଁ ଏହି ପଦବୀ ସୃଷ୍ଟି କରାଯାଇଥିଲା । ତେବେ ଗତବର୍ଷ ଡିସେମ୍ବର 8 ତାରିଖରେ ପ୍ରଥମ CDS ଜେନେରାଲ ବିପିନ ରାଓ୍ବତଙ୍କର ହେଲିକପ୍ଟର ଦୁର୍ଘଟଣାରେ ଅକାଳ ଦେହାନ୍ତ ହୋଇଥିଲା । ସେବେ ଠାରୁ ନୂତନ ଭାବେ ସୃଷ୍ଟି କରାଯାଇଥିବା ପ୍ରତିରକ୍ଷା ପ୍ରମୁଖ ଅଧ୍ୟକ୍ଷ ପଦ ଖାଲି ପଡିଛି ।

ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବରେ ଥିବା ଜେନେରାଲ ବିପିନ ରାଓ୍ବତ ଦେଶର ପ୍ରଥମ ପ୍ରତିରକ୍ଷା ପ୍ରମୁଖ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ତବେ 2021 ଡିସେମ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାମିଲନାଡୁ ଗସ୍ତ ସମୟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରଥମ ସିଡିଏସ ଜେନେରାଲ ରାଓ୍ବତଙ୍କ ସମେତ 14 ଜଣ ପ୍ରତିରକ୍ଷା ସଦସ୍ୟ ପ୍ରାଣ ହରାଇଥିଲେ । ସେବେଠାରୁ ଏହି ସର୍ବୋଚ୍ଚ ସାମରିକ ପଦବୀକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.