ETV Bharat / bharat

ପାଠ ପଢୁଆ ଛାତ୍ରଙ୍କ କମାଲ, ଅଳ୍ପ ଖର୍ଚ୍ଚରେ ତିଆରି କଲେ ଟ୍ରାକ୍ଟର

author img

By

Published : May 22, 2022, 4:49 PM IST

ବିଭିନ୍ନ ସମୟରେ ପଞ୍ଜାବୀଙ୍କୁ ଭିନ୍ନ ଭିନ୍ନ ଆରୋପ ଲଗାଯାଇ ବଦନାମ କରାଯାଇଥାଏ । ତେବେ ପଞ୍ଜାବୀମାନେ ନିଜ ଉପରେ ଲାଗିଥିବା ଆରୋପକୁ ଭୁଲ ପ୍ରମାଣିତ କରିଥାନ୍ତି । ଯାହାର ଉଦାହରଣ ବନିଛନ୍ତି ବଠିଣ୍ଡାର ଗୁରୁବିନ୍ଦର ସିଂ । ଏହି ଯୁବକ ଜଣକ ଏମିତି ଏକ ଟ୍ରାକ୍ଟର ନିର୍ମାଣ କରିଛନ୍ତି, ଯାହା ଅତ୍ୟନ୍ତ ଅନନ୍ୟ । ଅଧିକ ପଢନ୍ତୁ

ପାଠ ପଢୁଆ ଛାତ୍ରଙ୍କ କମାଲ, ଅଳ୍ପ ଖର୍ଚ୍ଚରେ ତିଆରି କଲେ ଟ୍ରାକ୍ଟର
ପାଠ ପଢୁଆ ଛାତ୍ରଙ୍କ କମାଲ, ଅଳ୍ପ ଖର୍ଚ୍ଚରେ ତିଆରି କଲେ ଟ୍ରାକ୍ଟର

ଚଣ୍ଡିଗଡ଼: ପଞ୍ଜାବ ବଠିଣ୍ଡାର ଯୁବକ ଗୁରୁବିନ୍ଦର ସିଂ । ସେ ଏକ ଏମିିତି ଟ୍ରାକ୍ଟର ନିର୍ମାଣ କରିଛନ୍ତି, ଯାହା ଅତ୍ୟନ୍ତ ଅନନ୍ୟ। ଏହି ଟ୍ରାକ୍ଟର ଏକ ଲିଟର ଡିଜେଲରେ 35 କିଲୋମିଟର ଯାତ୍ରା କରେ (35 km with one liter of diesel) ଏବଂ 4 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଭାର ବହନ କରିପାରିବ ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଗୁରୁବିନ୍ଦର ସିଂ କହିଥିଲେ ଯେ," ମୁଁ ଦଶମ ଶ୍ରେଣୀର ଛାତ୍ର । ପିଲାଟି ଦିନରୁ ହିଁ ମୁଁ ଟ୍ରାକ୍ଟର ତିଆରି କରୁଥିଲି । ଏହି ଟ୍ରାକ୍ଟରକୁ ମୁଁ ଲକଡାଉନ୍ ସମୟରେ ପ୍ରସ୍ତୁତ କରିଛି ।"

ଗୁରୁବିନ୍ଦର ସିଂଙ୍କ କହିବା ଅନୁଯାୟୀ ଏହି ଟ୍ରାକ୍ଟରର ନିର୍ମାଣ ପାଇଁ ତାଙ୍କୁ ମାତ୍ର ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଯେତେବେଳେ ସେ ଟ୍ରାକ୍ଟରରେ ସହରକୁ ଯାଆନ୍ତି, ସେତେବେଳେ ଅନେକ ଲୋକ ତାଙ୍କ ସହ ଫଟୋ ଉଠାନ୍ତି । ଅନ୍ୟପକ୍ଷରେ, ଗୁରୁବିନ୍ଦର ସିଂଙ୍କ ଏହି ସଫଳତା ପାଇଁ ତାଙ୍କ ପିତା ସାଧୁ ସିଂ ବହୁତ ଖୁସି ଥିବା କଥା କହିଛନ୍ତି । ଏହି ଅବସରରେ ତାଙ୍କ ପିତା ସାଧୁ ସିଂ କହିଛନ୍ତି ଯେ ତାଙ୍କ ପୁଅର ସଫଳତା ପାଇଁ ସେ ଅତ୍ୟନ୍ତ ଗର୍ବିତ।

ଗୁରୁବିନ୍ଦର ସିଂଙ୍କ ବାପା କହିଛନ୍ତି ଯେ, “ଏହି ଟ୍ରାକ୍ଟର ଆମର ଅନେକ କାମକୁ ସହଜ କରିଦେଇଛି, ଯଦି ମୁଁ ଅନ୍ୟ ଏକ ଟ୍ରାକ୍ଟର କିଣିଥାନ୍ତି ତେବେ ବହୁତ ଖର୍ଚ୍ଚ ହୋଇଥାନ୍ତା, କିନ୍ତୁ ବର୍ତ୍ତମାନ ଏହା କିଛି ହଜାରରେ ପାଇପାରିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.