ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବଡ ଧରଣର ସଡକ ଦୁର୍ଘଟଣା । ଥାଥ୍ରୀ ଡୋଡା ଅଭିମୁଖେ ଯାଉଥିବା ବେଳେ ଘାଟିରେ ଓଲଟି ପଡିଲା ମିନି ବସ୍ । ଦୁର୍ଘଟଣାରେ ୮ଜଣ ପ୍ରାଣ ହାରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି । ଏନେଇ ଡୋଡା ଅତିରିକ୍ତ ଏସପି ସୂଚନା ଦେଇଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ତେବେ ଏ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦି ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ସହାୟତା ରାଶି ଘୋଷଣା କରିଛନ୍ତି । ସମସ୍ତ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।