ETV Bharat / bharat

ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ଯବାନଙ୍କ ମୃତଦେହ ଉଦ୍ଧାର

author img

By

Published : Oct 21, 2022, 12:21 PM IST

Updated : Oct 21, 2022, 5:08 PM IST

ଅରୁଣାଚଳ ପ୍ରଦେଶ ଇଟାନଗରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି । ବର୍ତ୍ତମାନ ଦୁଇ ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ଇଟାନଗରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଇଟାନଗରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ପୁଣି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅରୁଣାଚଳ ପ୍ରଦେଶ ଇଟାନଗରର ଉପେର ସିଆଙ୍ଗ ଜିଲ୍ଲାଠୁ ୨୫ କିଲୋମିଟର ଦୂର ସିଙ୍ଗିଂ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର । ଅତି ଦୁର୍ଗମ ଅଞ୍ଚଳରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ବର୍ତ୍ତମାନ ଦୁଇ ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି ।

  • Itanagar, Arunachal Pradesh | A military chopper crashed near singging village, 25 kms away from the Tuting headquarters in the Upper Siang district today. Site of accident not connected by road, rescue team sent. Further details awaited: Defence PRO, Guwahati pic.twitter.com/G2y7aEjQmT

    — ANI (@ANI) October 21, 2022 " class="align-text-top noRightClick twitterSection" data=" ">

ଯାନ୍ତ୍ରିକ ତ୍ରୁଟି କମ୍ବା ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏହି ହେଲିକପ୍ଟରରେ ୫ ଜଣ ଯବାନ ରହିଥିଲେ । ଶୁକ୍ରବାର ସକାଳ ୧୦.୪୦ ମିନିଟରେ ଏହି ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁସ୍ଥାନରେ ଦୁର୍ଘଟଣା ଘଟିଛି ସେଠାକୁ ରାସ୍ତାସୁବିଧା ନାହିଁ । ଫଳରେ ଉଦ୍ଧାରକାର୍ଯ୍ୟତ ପ୍ରଭାବିତ ହୋଇଛି । ଘଟଣା ସମ୍ପର୍କରେ ଖବର ପାଇବାମାତ୍ରେ ତୁରନ୍ତ ଏକାଧିକ ଉଦ୍ଧାକାରୀ ଦଳକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତଦେହ ଚିହ୍ନଟ ହୋଇ ପାରିଛି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ, ଆଉ ଜଣଙ୍କ ମୃତଦେହ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ବାକି ଦୁଇଜଣଙ୍କ କୌଣସି ପତ୍ତା ମିଳିପାରିନି ।

ନିକଟରେ ଅକ୍ଟୋବର ୫ ତାରିଖରେ ଅରୁଣାଚଳ ପ୍ରଦେଶରେ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଅଭ୍ୟାସ ଉଡାଣ ଭରିଥିବା ଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିଲେ ବି ଯାନ୍ତ୍ରିକ ତ୍ରୁଟି କିମ୍ବା ପାଣିପାଗ ସମସ୍ୟା ପାଇଁ ଅଘଟଣ ଘଟିଥିବା ଅନୁମାନ କରାଯାଉଥିଲା । ଅନୁରୂପ ଭାବରେ ଅକ୍ଟୋବର ୧୮ ତାରିଖରେ ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ।

Last Updated : Oct 21, 2022, 5:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.