ETV Bharat / bharat

ପୁଲଓ୍ବାମାରେ ଅଣସ୍ଥାନୀୟଙ୍କ ଉପରେ ଆତଙ୍କୀଙ୍କ ଗୁଳିମାଡ

author img

By

Published : Mar 19, 2022, 11:03 PM IST

କାଶ୍ମୀରରେ ଆତଙ୍କୀଙ୍କ ଟାର୍ଗଟରେ ଅଣାସ୍ଥାନୀୟ । ଜଣଙ୍କ ଉପରେ ଗୁଳିମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ପୁଲଓ୍ବାମାରେ ଅଣସ୍ଥାନୀୟଙ୍କ ଉପରେ ଆତଙ୍କୀଙ୍କ ଗୁଳିମାଡ
ପୁଲଓ୍ବାମାରେ ଅଣସ୍ଥାନୀୟଙ୍କ ଉପରେ ଆତଙ୍କୀଙ୍କ ଗୁଳିମାଡ

ଶ୍ରୀନଗର: କାଶ୍ମୀରର ପୁଲଓ୍ବାମାରେ ଆତଙ୍କୀଙ୍କ ଟାର୍ଗେଟରେ ଅଣ-ସ୍ଥାନୀୟ ବାସିନ୍ଦା । ଆଜି (ଶନିବାର) ଏଠାରେ ଜଣେ ଅଣ-ସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳମାଡ କରିଛନ୍ତି ଆତଙ୍କବାଦୀ । ପୁଲୱାମା ଜିଲ୍ଲାର ଆରିହାଲ ଗ୍ରାମରେ ବିଜନୋରେ ଏହି ଘଟଣା ଘଟିଛି । ତେବେ ଏଥିରେ ମହମ୍ମଦ ଆକ୍ରାମ ନାମକ ଜଣେ ଅଣସ୍ଥାନୀୟ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତାଙ୍କ ପେଟରେ ଗୁଳି ବାଜିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅନ୍ୟପଟେ ଖବର ପାଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ଘାଟିରେ ସାଧାରଣ ଜନତା ଓ ଅଣସ୍ଥାନୀୟ ନାଗରିକ ଆତଙ୍କୀଙ୍କ ଆକ୍ରମଣର ଶିକାର ହେବାର ନଜିର ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.