ETV Bharat / bharat

Bandipora attack: ଜଣେ ପୋଲିସ ଶହୀଦ, ୪ ପୋଲିସ କର୍ମୀ ଓ CRPF ଯବାନ ଆହତ

author img

By

Published : Feb 11, 2022, 5:41 PM IST

Updated : Feb 11, 2022, 7:32 PM IST

ଉତ୍ତର କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଗ୍ରେନେଡ଼ ମାଡରେ ଜଣେ ପୋଲିସକର୍ମୀ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ

Bandipora attack: ଜଣେ ପୋଲିସ ଶହୀଦ, ଅନ୍ୟ ୪ ପୋଲିସ କର୍ମୀ CRPF ଯବାନ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ । ଆଜି(ଶୁକ୍ରବାର) ଉତ୍ତର କାଶ୍ମୀରର ବନ୍ଦିପୋରା ଅଞ୍ଚଳ ନିଶାତ ପାର୍କ ନିକଟରେ ସିଆରପିଏଫ ଯବାନଙ୍କ ଉପରେ ଗ୍ରେନେଡ଼ ମାଡ କରାଯାଇଛି । ଏହି ଆକ୍ରମଣରେ ଜଣେ ପୋଲିସ ଶହୀଦ ହୋଇଥିବା ବେଳେ ଅନ୍ୟ ୪ ଜଣ ପୋଲିସକର୍ମୀ ଓ CRPF ଯବାନ ଆହତ ହୋଇଛନ୍ତି ।

ସରକାରୀ ବିଭାଗର ସୂଚନା ଅନୁସାରେ ନିଶାତ ପାର୍କ ନିକଟରେ କାର୍ଯ୍ୟରତ ଥିବା ପୋଲିସ ଓ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନେଡ଼ ଫିଙ୍ଗିଥିଲେ । ସେଠାରେ ମୋଟ ୫ ଜଣ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ । ଏହି ବିସ୍ଫୋରଣରେ ଜଣେ ପୋଲିସକର୍ମୀ ଶହୀଦ ହୋଇଛନ୍ତି । ସେପଟେ ଅନ୍ୟ ୪ ଜଣ ଆହତ ପୋଲିସ କର୍ମୀ ଓ ସିଆରପିଏଫ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ଗଭୀର ମାତ୍ରାରେ ଆହତ ହୋଇଥିବା SPO ଡ୍ରାଇଭର ଜୁବେର ଅହମ୍ମଦ ଶହୀଦ ହୋଇଛନ୍ତି ।

ତେବେ ଶହୀଦ ପୋଲିସ କର୍ମୀଙ୍କ ଘର ବନ୍ଦିପୋରାର ପାପଚାନ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି କରିଛି । ପୋଲିସ ବିସ୍ଫୋରଣ ଘଟିଥିବା ଅଞ୍ଚଳରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଛି । ସେପଟେ ଏଯାବତ କୌଣସି ଆତଙ୍କବାଦୀଙ୍କୁ ଗିରଫ କରାଯାଇନାହିଁ ।

@ANI

Last Updated : Feb 11, 2022, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.