ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୁରାରର ଅଞ୍ଚଳରେ ଏକ CRPF ବଙ୍କର ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଏଥିରେ ଦୁଇଜଣ CRPF ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି ହୋଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ ।
ସୂଚନା ଅନୁସାରେ, ଆଜି (ସୋମବାର) ସନ୍ଧ୍ୟାରେ CRPF ବଙ୍କରକୁ ଟାର୍ଗେଟ କରି ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇବା ସହ ଅତର୍କିତ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଏଥିରେ ଦୁଇ ଯବାନ ଆହତ ହୋଇଥିଲେ। ଘଟଣା ପରେ ଆତଙ୍କବାଦୀ ମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି । ସୂଚନା ପାଇ ତୁରନ୍ତ ଆକ୍ସନ ମୋଡକୁ ଆସିିଥିଲା ସୁରକ୍ଷା ବାହିନୀ ଓ ସ୍ଥାନୀୟ ପୋଲିସ । ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସ୍ଥାନୀୟ IGP ବିଜୟ କୁମାର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ