ETV Bharat / bharat

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କୀ ସଫା

ଉରୀ ସେକ୍ଟରରେ ଅନୁପ୍ରବେଶ ବେଳେ ଜଣେ ପାକିସ୍ତାନୀ ଆତଙ୍କୀକୁ ସଫା କଲା ବିଏସଏଫ । ଘନ କୁହୁଡିର ସୁଯୋଗ ନେଇ ଏକାଧିକ ଆତଙ୍କୀ ଗୋଷ୍ଠୀ କରୁଥିଲେ ଅନୁପ୍ରବେଶ ଉଦ୍ୟମ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 15, 2023, 4:58 PM IST

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କୀ ସଫା
ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କୀ ସଫା

ଶ୍ରୀନଗର: ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ଆଜି ବାରମୁଲା ଜିଲ୍ଲାର ପ୍ରକୃତ ନିୟନ୍ତ୍ରଣ ରେଖା (LOC) ସଲଗ୍ନ ଉରୀ ସେକ୍ଟରରେ ଅନୁପ୍ରବେଶ ବେଳେ ଜଣେ ପାକିସ୍ତାନୀ ଆତଙ୍କୀ ସେନା ଗୁଳିରେ ନିପାତ ହୋଇଛି । ଅନ୍ୟ କିଛି ଆତଙ୍କୀ ପାକିସ୍ତାନ ପଟକୁ ଫେରାର ହୋଇଯାଇଛନ୍ତି । ଘଟଣା ପରେ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିିଂକୁ କଡାକଡି କରାଯାଇଛି ।

କାଶ୍ମୀର ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଖରାପ ପାଗ ଓ କମ ଭିଜିବିଲିଟିର ସୁଯୋଗ ନେଇ ପାକିସ୍ତାନ ପଟରୁ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । ଏନେଇ ସୂଚନା ମିଳିବା ପରେ ସୀମା ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଆକ୍ସନ ଆରମ୍ଭ ହୋଇଥିଲା । ଉଭୟ ପଟରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଅନ୍ୟ ଆତଙ୍କୀମାନେ ପାକିସ୍ତାନ ପଟକୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ଘଟଣା ପରେ ସୀମାରେ ପାଟ୍ରୋଲିଂକୁ କଡାକଡି କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କେମିତି ରହିବ ରାମ ମନ୍ଦିର ସୁରକ୍ଷା ବ୍ୟବସ୍ଥା, ଯୋଗୀ ସରକାରଙ୍କୁ ଡ୍ରାଫ୍ଟ ଦେଲା CISF

ଶୀତଦିନେ କାଶ୍ମୀରରେ ବରଫପାତ ସାଙ୍ଗକୁ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇଥାଏ । ଏହାର ସୁଯୋଗ ନେଇ ପାକିସ୍ତାନ ଆତଙ୍କୀମାନେ ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରିି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥାନ୍ତି । ଦୃଶ୍ୟମାନତା ହ୍ରାସ ପାଇବା କାରଣରୁ ଭାରତୀୟ ସେନା ପାଇଁ ପାଟ୍ରୋଲିଂରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ବର୍ଷ ସାରା ପାକିସ୍ତାନ ଅଧିକୃତ କାଶ୍ମୀରରେ ଏକାଧିକ ଆତଙ୍କୀ କ୍ୟାମ୍ପରେ ସୀମା ପାର କରି ଭାରତରେ ପ୍ରବେଶ କରିବା ପାଇଁ ପାକ ସେନା ଏହି ଆତଙ୍କୀମାନଙ୍କୁ ତାଲିମ ମଧ୍ୟ ଦେଇଥାଏ । ଏହାକୁ ପ୍ରତିହତ କରିବା ପାଇଁ ସୀମା ସୁରକ୍ଷା ବଳ ମଧ୍ୟ ପାଟ୍ରୋଲିଂକୁ କଡ଼ାକଡ଼ି କରିଥାଏ । ପ୍ରତିବର୍ଷ ଶୀତଦିନେ ଏକାଧିକ ଅନୁପ୍ରବେଶ ଘଟଣା ସାମ୍ନାକୁ ଆସେ । ଗୁଇନ୍ଦା ଟିମ୍‌ର ଇନପୁଟ ସୂଚନା ଅନୁସାରେ, ସୀମା ସୁରକ୍ଷା ବଳ ନିୟମିତ ଆତଙ୍କୀ ନିରୋଧୀ ଅପରେସନ ମଧ୍ୟ ଜାରି ରଖିଥାଏ । ନିକଟରେ ଘାଟିରେ ଏକାଧିକ ଏନକାଉଣ୍ଟରରେ ଆତଙ୍କୀଙ୍କୁ ନିପାତ କରିବାରେ ସେନା ସଫଳ ହୋଇଛି । ଏବେ ଶୀତଋତୁରେ ଅନୁପ୍ରବେଶ ରୋକିବା ପାଇଁ ବିଏସଏଫ ସୀମା ପାଟ୍ରୋଲିଂକୁ କଡାକଡି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.