ETV Bharat / bharat

ଓଡିଆରେ ହେବ CAPF କନେଷ୍ଟବଳ ପରୀକ୍ଷା - ଅର୍ଦ୍ଧସାମରିକ ବାହିନୀରେ ଭର୍ତ୍ତି ପ୍ରକ୍ରିୟା

କେନ୍ଦ୍ରୀୟ ଫୋର୍ସର ଭର୍ତ୍ତି ପାଇଁ କନେଷ୍ଟବଳ ପରୀକ୍ଷା ଏବେ 13 ଆଞ୍ଚଳିକ ଭାଷାରେ ହେବ । ଓଡିଆ ମଧ୍ୟ ସାମିଲ । ନିଷ୍ପତ୍ତି ଗ୍ରହଣ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

13 ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ଶସସ୍ତ୍ର ଫୋର୍ସ କନେଷ୍ଟବଳ ପରୀକ୍ଷା

author img

By

Published : Apr 15, 2023, 3:23 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ବଳ (CAPF)ର କନେଷ୍ଟବଳ (General duty) ଚୟନ ପାଇଁ ହେଉଥିବା ପରୀକ୍ଷା ଏବେ 13ଟି ଆଞ୍ଚଳିକ ଭାଷାରେ ହେବ । ଆସନ୍ତାବର୍ଷ (2024) ଠାରୁ ଏହି ନିୟମ ଲାଗୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବରୁ ଏହି ପରୀକ୍ଷା କେବଳ ହିନ୍ଦୀ ଓ ଇଂରାଜୀରେ ହେଉଥିଲା । ଏହି ନୂଆ ନିୟମ ଅନୁସାରେ, ଆଶାୟୀ ପ୍ରାର୍ଥୀମାନେ ଏବେ ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ପରୀକ୍ଷା ଦେଇପାରିବେ । ଏହି ତାଲିକାରେ ସ୍ଥାନ ପାଇଥିବା ଭାଷାଗୁଡିକ ମଧ୍ୟରେ ଆସାମୀ,ବେଙ୍ଗଲୀ, ଗୁଜୁରାଟୀ, ମାରାଠୀ, ତାମିଲ, ମଲାୟାଲମ, କାନାଡା,ତେଲଗୁ, ଓଡିଆ, ଉର୍ଦ୍ଧୁ, ପଞ୍ଜାବୀ, ମଣିପୁରୀ ଓ କୋନକାନୀ ଭାଷା ରହିଛି ।

ଏହି ନିଷ୍ପତ୍ତିକୁ ଐତିହାସିକ ଦର୍ଶାଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି, ଏପରି ନିଷ୍ପତ୍ତି ଫଳରେ ଉପାନ୍ତ ଅଞ୍ଚଳର ଯୁବକଙ୍କ ମଧ୍ୟରେ କେନ୍ଦ୍ରୀୟ ଫୋର୍ସରେ ଭର୍ତ୍ତି ହେବାର ଆଗ୍ରହ ବଢିବା ସହ ସେମାନଙ୍କ ପାଇଁ ଏହା ଏକ ଅବସର ସୃଷ୍ଟି କରିପାରିବ । ପୂର୍ବରୁ ହିନ୍ଦୀ ଓ ଇଂରାଜୀରେ ପରୀକ୍ଷା କରାଯାଉଥିବା ବେଳେ ଏଥିରେ ବହୁ ଗ୍ରାମୀଣ ତଥା ଉପାନ୍ତ ଏରିଆର ଆଶାୟୀ ପ୍ରାର୍ଥୀ ବାଦ ପଡୁଥିଲେ । ଏବେ ଏହି ନିଷ୍ପତ୍ତି ଫଳରେ ବିଭିନ୍ନ ଉପାନ୍ତ ଅଞ୍ଚଳର ଯୁବକ ଯୁବତୀମାନେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ଏହି ନୂତନ ନିୟମ ଆସନ୍ତାବର୍ଷ ଠାରୁ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏନେଇ କେନ୍ଦ୍ରୀୟ ସଶସ୍ତ୍ର ବଳ ଓ ଷ୍ଟାଫ ସିଲକେସନ କମିଶନ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ବାକ୍ଷରିତ ହେବ । କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ଭର୍ତ୍ତି ପାଇଁ କରାଯାଉଥିବା ପରୀକ୍ଷା SSC କରାଇଥାଏ । ଏହି ଭାଷାଗତ ନୂଆ ନିୟମ ଆସନ୍ତାବର୍ଷ (2024) ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ।

ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ଉପାନ୍ତ ଅଞ୍ଚଳର ଯୁବକ ଯୁବତୀଙ୍କୁ କେନ୍ଦ୍ରୀୟ ଫୋର୍ସରେ ଭର୍ତ୍ତି ହେବା ପାଇଁ ଉତ୍ସାହିତ କରିବେ । ନିଜ ମାତୃଭାଷାରେ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ଆଶାୟୀଙ୍କ ମଧ୍ୟରେ ଉତ୍ସାହ ବଢିବା ସହ ସେମାନଙ୍କ ଅଂଶଗ୍ରହଣ ସଂଖ୍ୟା ମଧ୍ୟ ବଢିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହାଙ୍କ ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଗୃହ ମନ୍ତ୍ରଣାଳୟ ତାର ବିବୃତ୍ତିରେ ପ୍ରକାଶ କରିଛି । ଅଗ୍ନିବୀର ଯୋଜନା ଆଣିଥିବା କେନ୍ଦ୍ର ସରକାର ପୁଣି ଅର୍ଦ୍ଧସାମିରକ ବାହିନୀରେ ଭର୍ତ୍ତି ପ୍ରକ୍ରିୟାରେ ଏକ ବଡ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.