ETV Bharat / bharat

Hockey World Cup: ମୁଖ୍ୟମନ୍ତ୍ରୀଗଣଙ୍କୁ ନିମନ୍ତ୍ରଣ ଦେଉଛି ଓଡିଶା

author img

By

Published : Dec 28, 2022, 9:58 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ପତ୍ର ନେଇ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥଙ୍କୁ ପ୍ରଦାନ କରିଛନ୍ତି । ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ନିରଞ୍ଜନ ପୂଜାରୀ । ଅଧିକ ପଢନ୍ତୁ

Mens FIH Hockey World Cup
Mens FIH Hockey World Cup

ହାଇଦ୍ରାବାଦ/ଭୁବନେଶ୍ବର: ଆସନ୍ତା ଜାନୁୟାରୀ ୧୩ ରୁ ୨୯ ତାରିଖ ଯାଏଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମି ଓଡିଶାରେ ହେବ ପୁରୁଷ ହକି ବିଶ୍ବକପ 2023 (Mens FIH Hockey World Cup 2023 ) । ଆୟୋଜକ ଓଡିଶା ବିଶ୍ବକପକୁ ସଫଳ କରିବା ପାଇଁ ବୃହତ ଯୋଜନା ପ୍ରସ୍ତୁତି କରିଛି । ଏହାସହ ବିଶ୍ବକପକୁ ସ୍ମରଣୀୟ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବାକୁ ଯାଉଛି । ବିଶ୍ବକପକୁ ଅଧିକ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଉଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ।

ମୁଖ୍ୟମନ୍ତ୍ରୀଗଣଙ୍କୁ  ନିମନ୍ତ୍ରଣ  ଦେଉଛି ଓଡିଶା

ଏହାବି ପଢନ୍ତୁ- Hockey World Cup: ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ପତ୍ର ନେଇ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥଙ୍କୁ ପ୍ରଦାନ କରିଛନ୍ତି । ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ନିରଞ୍ଜନ ପୂଜାରୀ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପାଟଣାରେ ସାକ୍ଷାତ କରି ନବୀନଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

ଅପରପକ୍ଷେ ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଡେରାଡୁନରେ ସାକ୍ଷାତକରି ନିମନ୍ତ୍ରଣ ପତ୍ର ଦେଇଛନ୍ତି । ଏହାସହ ହକି ବିଶ୍ବକପ ଉଦଘାଟନୀ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚିରେ ସାକ୍ଷାତକରି ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ଏତତ ବ୍ୟତୀତ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରାଙ୍ଗାସ୍ୱାମୀଙ୍କୁ ପଣ୍ଡିଚେରୀରେ ସାକ୍ଷାତକରି ହକି ବିଶ୍ୱକପ ଉଦଘାଟନୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରୁଛନ୍ତି । ଏହା ପୂର୍ବରୁ ଗତକାଲି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଭୋପାଳରେ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ଦେଇଥିଲେ । ଆଜି (ବୁଧବାର) ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ସରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.