ETV Bharat / bharat

ଚିନ୍ତାରେ ଚୋକସି, କହିଲେ ଭାରତୀୟ ଏଜେନ୍ସି କରୁଥିଲେ ଅପହରଣ ଉଦ୍ୟମ - ମେହୁଲ ଚୋକସି

ପଳାତକ ମେହୁଲ ଚୋକସିଙ୍କୁ ଭାରତୀୟ ଏଜେନ୍ସି ଅପହରଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ସେ । ଅଧିକ ପଢନ୍ତୁ...

ପଳାତକ ଚୋକସି
ପଳାତକ ଚୋକସି
author img

By

Published : Jul 16, 2021, 1:05 PM IST

ସେଣ୍ଟଜୋନସ/ନୂଆଦିଲ୍ଲୀ: ପଳାତକ ମେହୁଲ ଚୋକସିଙ୍କୁ ଭାରତୀୟ ଏଜେନ୍ସି ଅପହରଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସେ । ନିକଟରେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଡୋମିନିକା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଚୋକସି ।

ଆବେଦନର ଶୁଣାଣି କରି ଚୋକସିଙ୍କୁ ଅନୁମତି ଦେଇଥିଲେ ଡୋମିନିକା କୋର୍ଟ । ଚିକିତ୍ସା ପାଇଁ ଗତକାଲି ଆଣ୍ଟିଗୁଆରେ ପହଞ୍ଚିଛନ୍ତି ଚୋକସି ।

ଗତକାଲି ସେ ଏକ ଘରୋଇ ବିମାନରେ ଆଣ୍ଟିଗୁଆରେ ପହଞ୍ଚିଛନ୍ତି । ସେଠାରେ ସେ ଚିକିତ୍ସିତ ହେବା ସହିତ ଡୋମିନିକା କର୍ତ୍ତୃପକ୍ଷଙ୍କୁ ତାଙ୍କ ଅବସ୍ଥା ବିଷୟରେ ରିପୋର୍ଟ ପ୍ରଦାନ କରିବେ । ଚୋକସି କହିଛନ୍ତି ଯେ ସେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଭାରତ ଫେରିବାକୁ ଚିନ୍ତା କରୁଛନ୍ତି । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଅଛି । ହେଲେ ଭାରତରେ ସୁରକ୍ଷାକୁ ନେଇ ସେ ଭୟଭୀତ ଥିବା କହିଛନ୍ତି ଚୋକସି । ସମସ୍ତ ବ୍ୟବସାୟ ବନ୍ଦ କରିବା ପରେ ଭାରତୀୟ ଏଜେନ୍ସି ତାଙ୍କୁ ଅପହରଣ ଉଦ୍ୟମ କରିବା କଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚୋକସି ।

ପ୍ରକାଶ ଥାଉକି, PNB ଘୋଟାଲା ମାମଲାରେ ଅଭିଯୁକ୍ତ ମେହୁଲ ଚୋକସି ଗତ ମେ 23 ତାରିଖରେ ଫେରାର ହୋଇଯାଇଥିଲେ । ଆଣ୍ଟିଗୁଆ ଏବଂ ବାରବୁଡାର ନାଗରିକତା ଗ୍ରହଣ କରିଥିବା ଚୋକସି ଆଣ୍ଟିଗୁଆର ଦକ୍ଷିଣ ଅଞ୍ଚଳରେ ନଜର ଆସିଥିଲେ । ହେଲେ ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ସେ ଖସି ପଳାଇଥିଲେ ଏବଂ କେବଳ ତାଙ୍କର ଗାଡିକୁ ଉଦ୍ଧାର କରାଯାଇଥିଲା । ତେବେ ଶେଷରେ ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ସ୍କାମ୍ ମାମଲାର ଅଭିଯୁକ୍ତ ଚୋକସି ଧରା ପଡିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.