ETV Bharat / bharat

ମା‘ଙ୍କୁ ମକ୍କା ନେବାକୁ ଚାହୁଁଛନ୍ତି ମୁଫତି: 3ବର୍ଷ ହେଲା ମିଳୁନି ପାସପୋର୍ଟ, ଲୋଡିଲେ ଜୟଶଙ୍କରଙ୍କ ସାହାଯ୍ୟ

ମା‘ଙ୍କୁ ମକ୍କା ନେବାକୁ ଚାହାନ୍ତି ମୁଫତି । ଜାତୀୟ ସୁରକ୍ଷା ନାମରେ ହୋଇପାରୁନି ପାସପୋର୍ଟ ନବୀକରଣ । ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସାହାଯ୍ୟ ଲୋଡି ଲେଖିଲେ ଚିଠି । ଅଧିକ ପଢନ୍ତୁ

ତିନି ବର୍ଷ ହେଲା ମିଳୁନି ପାସପୋର୍ଟ, ଲୋଡିଲେ ଜୟଶଙ୍କରଙ୍କ ସାହାଯ୍ୟ

author img

By

Published : Feb 20, 2023, 9:16 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ସ ପାର୍ଟି ସୁପ୍ରିମୋ ମେହେବୁବା ମୁଫତି ନିଜ ମା‘ ଓ ଝିଅଙ୍କୁ ନେଇ ମକ୍କା ଯିବାକୁ ଚାହୁଁଛନ୍ତି । ଏଥିପାଇଁ ଆବଶ୍ୟକ ହେଉଥିବା ପାସପୋର୍ଟ ନବୀକରଣ ହୋଇପାରୁନାହିଁ । ଫଳରେ ସେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହଯୋଗ ଲୋଡିଛନ୍ତି । ଏନେଇ ମୁଫତି ଜୟଶଙ୍କରଙ୍କୁ ଏକ ଚିଠି ମଧ୍ୟ ଲେଖି ଅବଗତ କରିଛନ୍ତି ।

ତେବେ ଏହା ତାଙ୍କର ପ୍ରଥମ ଆବେଦନ ନୁହେଁ ବରଂ ପୂର୍ବରୁ ସେ ପାସପୋର୍ଟର ନବୀକରଣ ପାଇଁ ଆବେଦନ ମଧ୍ୟ କରିସାରିଛନ୍ତି । ଜାତୀୟ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଯାଇ ଦୀର୍ଘ 3 ବର୍ଷ ହେବ ପାସପୋର୍ଟ ନବୀକରଣ କରିବାରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି ମୁଫତି ।

ଚିଠିରେ ମୁଫତି ଲେଖଛନ୍ତି, ‘‘ଗତ ତିନି ବର୍ଷ ହେବ ପାସପୋର୍ଟ ମିଳିବାରେ ବିଳମ୍ବ ହେବାରେ ଲାଗିଛି । ମୁଁ ଓ ମୋର ମା’ 2020 ମସିହାରେ ପାସପୋର୍ଟ ନବୀକରଣ ପାଇଁ ଆବେଦନ କରିଥିଲୁ । ତେବେ ଜାତୀୟ ସୁରକ୍ଷା ଦୃଷ୍ଚିରୁ ମତେ ଓ ମୋର 80 ବର୍ଷୀୟା ମା’ଙ୍କୁ ପାସପୋର୍ଟ ପ୍ରଦାନ କରିବାରେ ସମସ୍ୟା ଥିବା କାଶ୍ମୀର ସିଆଇଡି ବିଭାଗ ପକ୍ଷକୁ କୁହାଯାଇଥିଲା । ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ଅପବ୍ୟବହାର କରି ହଜାର ହଜାର ଛାତ୍ରଛାତ୍ରୀ, ସାମ୍ବାଦିକ ଓ ଅନ୍ୟ କିଛି ବ୍ୟକ୍ତିବିଶେଷଙ୍କୁ ବିଦେଶ ଯାତ୍ରାରୁ ରୋକାଯିବା କାଶ୍ମୀରରେ ଏକ ଧାରାରେ ପରିଣତ ହୋଇସାରିଲେଣି ।’’

ମୁଫତି ଆହୁରି ମଧ୍ୟ ଲେଖିଛନ୍ତି, ଏହି ପ୍ରସଙ୍ଗରେ ସେ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲି । 3 ବର୍ଷର ଶୁଣାଣି ପରେ କୋର୍ଟ ଆଞ୍ଚଳିକ ପାସପୋର୍ଟ ଅଫିସକୁ ଏପରି ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କୁ ପାସପୋର୍ଟ ଅଫିସ ଯିବା ପାଇଁ କୁହାଯାଇଥିଲା । ସେ 2021ରୁ ଏକାଧିକ ଥର ପାସପୋର୍ଟ କାର୍ଯ୍ୟାଳୟରେ ହାଜର ହୋଇସାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କୌଣସି ସକରାତ୍ମକ ଫଳାଫଳ ମିଳିନାହିଁ । ଯାହା ତାଙ୍କ ମୌଳିକ ଅଧିକାରକୁ ଖଣ୍ଡନ କରୁଛି ବୋଲି ସେ ବୈଦେଶିକ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଫତି ।

ସେହିପରି 2022 ରେ ତାଙ୍କ ଝିଅ ମଧ୍ୟ ପାସପୋର୍ଟ ନବୀକରଣ ପାଇଁ ଆବେଦନ କରିଥିଲେ ସୁଦ୍ଧା ତାହା ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହୋଇପାରିନାହିଁ । ସେ, ତାଙ୍କ ମା‘ ଓ ଝିଅଙ୍କ ସହ ମକ୍କା ଯିବାକୁ ଚାହୁଁଛନ୍ତି । ହେଲେ ତିନି ବର୍ଷ ହେବ ସେ ପାସପୋର୍ଟ ନବୀକରଣ ନହୋଇପାରିବା କାରଣରୁ ଯାଇପାରୁନାହାନ୍ତି । ଏହି ସଂକ୍ରାନ୍ତରେ ବୈଦେଶିକ ମନ୍ତ୍ରୀ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମୁଫତି ଚିଠିରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.