ETV Bharat / bharat

ED ଅଫିସରେ ହାଜର ହେଲେ ମେହବୁବା ମୁଫତିଙ୍କ ମା'

author img

By

Published : Aug 18, 2021, 1:02 PM IST

ମନି ଲଣ୍ଡରିଂ ମାମଲାରେ ଛନ୍ଧି ହୋଇଛନ୍ତି ପିଡିପି ସଭାପତିଙ୍କ ମା' ଗୁଲଶନ ନାଜିର। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଫିସରେ ଆଜି ହେଲେ ହାଜର । ଅଧିକ ପଢନ୍ତୁ...

EDରେ ହାଜର ହେଲେ ମେହବୁବା ମୁଫତିଙ୍କ ମା ଗୁଲଶନ ନାଜିର

ଶ୍ରୀନଗର: ମନି ଲଣ୍ଡରିଂ ମାମଲାରେ ଏବେ ଅଡୁଆରେ ପଡ଼ିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ମା’।। ଏନେଇ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଫିସରେ ଆଜି ହାଜର ହୋଇଛନ୍ତି । ତାଙ୍କୁ ଇଡି ଅଗଷ୍ଟ 2ରେ ହାଜର ହେବାକୁ ତୃତୀୟ ଥର ପାଇଁ ନୋଟିସ ପଠାଇଥିଲା, ଶେଷରେ ଆଜି ସେ ହାଜର ହୋଇଛନ୍ତି ।

ପ୍ରକାଶ ଥାଉକି, ଗୁଲଶନ ନାଜିର ହେଉଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ପତ୍ନୀ। ନିକଟରେ ମେହବୁବା ମୁଫତିଙ୍କ ସହଯୋଗୀଙ୍କ ଘରେ ଇଡି ରେଡ୍ କରିଥିଲା। ଆଉ ଏହି ସମୟରେ ଦୁଇଟି ଡାଏରୀ ପାଇଛି ଇଡି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ମେହବୁବା ମୁଫତି ସିଏମ ଫଣ୍ଡରୁ କିଛି ଟଙ୍କା ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଇଛନ୍ତି। ଆଉ ଏହି ଟଙ୍କା ତାଙ୍କ ମା ନାଜିରଙ୍କ ଆକାଉଣ୍ଟକୁ ଯାଇଥିବା ଜବତ ଡାଏରୀରୁ ଇଡି ଜାଣିବାକୁ ପାଇଛି।

ସେପଟେ, ଏନେଇ ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ ସ୍ୱରକୁ ଚପାଇବା ପାଇଁ ଏହା ଏକ ପ୍ରୟାସ। ଏହା ପୂର୍ବରୁ ଇଡି ପଚରାଉଚରା କରିବା ପରେ ମେହବୁବା ମୁଫତି କହିଥିଲେ ଏନଆଇଏ, ସିବିଆଇ ଏବଂ ଇଡି ଭଳି ତଦନ୍ତକାରୀ ସଂସ୍ଥା ବିରୋଧୀଙ୍କୁ ଚୁପ୍ କରିବା ପାଇଁ ‘ଅପବ୍ୟବହାର’ କରାଯାଉଛି। ଏଥିରୁ ବରିଷ୍ଠ ନାଗରିକ ମଧ୍ୟ ବର୍ତ୍ତୀ ପାରନ୍ତି ନାହିଁ ବୋଲି ଟୁଇଟ ଯୋଗେ କହିଛନ୍ତି ମେହେବୁବା । ସେଥିପାଇଁ ସେ ଏନଆଇଏ ଓ ଇଡିକୁ ବ୍ୟବହାର କରୁଛନ୍ତି । ଏନେଇ ମେହବୁବା ମୁଫତି ଜୁଲାଇ 6 ରେ ତାଙ୍କ ମାଙ୍କୁ ଇଡି ଡକାଇଥିବା ଟ୍ୱିଟ କରିଥିଲେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.