ETV Bharat / bharat

ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ଫେରାଇବାକୁ ଦାବି ଦୋହରାଇଲେ ମେହେବୁବା ମୁଫତି

author img

By

Published : Nov 27, 2022, 7:46 PM IST

କାଶ୍ମୀର ଠାରୁ ତାର ଅଧିକାର ଛଡାଇ ନିଆଯାଇଛି (Mufti pitches for restoration of JK special status)। ସ୍ବତନ୍ତ୍ର ପାହ୍ୟା ଫେରଇବା ପାଇଁ ଦାବି ଦୋହରାଇଲେ ମୁଫତି । ଦଳୀୟ କାର୍ଯ୍ୟକ୍ରମରେ ବିଜେପି ଉପରେ ବର୍ଷିଲେ । ଅଧିକ ପଢନ୍ତୁ

କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଫେରଇବା ପାଇଁ ଦାବି ଦୋହରାଇଲେ ମୁଫତି

ଶ୍ରୀନଗର: କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଫେରାଇବା ନେଇ ପୁଣି ଦାବି ଦୋହରାଇଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମେହେବୁବା ମୁଫତି (Mufti pitches for restoration of JK special status)। ଭାରତୀୟ ଜନତା ପାର୍ଟି ସରକାର କାଶ୍ମୀର ଠାରୁ ଏହି ସ୍ବତନ୍ତ୍ର ପାହ୍ୟା ଛଡାଇ ନେଇଛି । ତାହା କାଶ୍ମୀରକୁ ଫେରାଇବାକୁ ହେବ ବୋଲି ମୁଫତି କହିଛନ୍ତି ।

ଆଜି ଶ୍ରୀନଗରରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଏହି ପ୍ରସଙ୍ଗ ଉଠାଇ ବିଜେପି ସରକାର ଉପରେ ମୁଫତି ବର୍ଷିଥିଲେ । ମୁଫତି କହିଛନ୍ତି, "2019 ମସିହା ଅଗଷ୍ଟ 5 (August 5, 2019) ତାରିଖରେ ବିଜେପି ସରକାର ଯାହା କରିଛି, ସେଥିରେ କାଶ୍ମୀରର ଅଧିକାର ଛଡାଇ ନିଆଯାଇଛି । କାଶ୍ମୀର ଏକ ନିରପେକ୍ଷ ଗଣତାନ୍ତ୍ରିକ ଭାରତରେ ବିଶ୍ବାସ କରେ, ବିଜେପି ଚାହୁଁଥିବା ଭାରତ ନୁହେଁ । କାଶ୍ମୀରବାସୀ ପାକିସ୍ତାନ ସହ ଲଢିଛନ୍ତି, ସେମାନଙ୍କୁ ଘଉଡାଇଛନ୍ତି । କାଶ୍ମୀରବାସୀ ଗାନ୍ଧୀ, ନେହେରୁ ଓ ଅବଦୁଲ କଲାମଙ୍କ ଆଦର୍ଶରେ ବିଶ୍ବାସ କରନ୍ତି । ଆମେ ଦେଶକୁ ଭାରତୀୟ ଜନତା ପାର୍ଟିର ଯୁଦ୍ଧକ୍ଷେତ୍ରରେ ପରିଣତ ହେବାକୁ ଦେବୁ ନାହିଁ ।"

ଘାଟିରୁ ଧାରା 370 ପ୍ରତ୍ୟାହାର ପରେ ପ୍ରଥମ ଥର ପାଇଁ ମେହେବୁବା ମୁଫତିଙ୍କ ନେତୃତ୍ବାଧୀନ ପିଡିପି ନିଜର ଦଳୀୟ କାର୍ଯ୍ୟକ୍ରମ ଆୟୋଜିତ କରିଛି । ଗତ ବର୍ଷ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିନଥିଲା । ତେବେ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ମୁଫତି ବିଜେପି ଉପରେ ବର୍ଷିବା ସହିତ କାଶ୍ମୀରକୁ ପୁଣି ଥରେ ସ୍ବତନ୍ତ୍ର ପାହ୍ୟା ଫେରାଇବା ପାଇଁ ଦାବି ଦୋହରାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଭାରତୀୟ ସମ୍ବିଧାନ ପ୍ରଦତ୍ତ ଅନେକ ସ୍ବତନ୍ତ୍ର କ୍ଷମତା ଉପଭୋଗ କରୁଥିବା ଜମ୍ମୁ କାଶ୍ମୀରକୁ 2019ରେ ସଂସଦରେ ବିଲ ପାରିତ କରି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ କରିଥିଲେ କେନ୍ଦ୍ର ସରକାର । ଏହି ବିଲ୍‌ରେ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ସମ୍ବିଧାନର ଧାରା-370 ଓ ଅନୁଚ୍ଛେଦ-35 (କ)କୁ ଉଚ୍ଛେଦ କରାଯାଇଥିଲା । ସେହି ସମୟରେ କାଶ୍ମୀରରେ ହିଂସା ଓ ଉଗ୍ରବାଦ ଆନ୍ଦୋଳନ ଆଶଙ୍କାରେ ଏକାଧିକ ନେତାଙ୍କୁ ନଜରବନ୍ଦୀ କରାଯାଇଥିଲା । ସେହିପରି ଇଣ୍ଟରନେଟ ଓ ଅନ୍ୟ ଯୋଗାଯୋଗକାରୀ ମାଧ୍ୟମର ସଂଞ୍ଚାଳନ ଉପରେ ମଧ୍ୟ ବହୁମାସ ଧରି କଟକଣା ଜାରି କରିଥିଲେ କେନ୍ଦ୍ର ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.