ETV Bharat / bharat

ହୀରା ଖୋଦିତ ଆକର୍ଷଣୀୟ ମୁଦି, ଗିନିଜ ବୁକରେ ପାଇବ ସ୍ଥାନ ! - ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ

ମେରଠର ଜୁଏଲର୍ସ ଏକ ସ୍ୱତନ୍ତ୍ର ମୁଦି ପ୍ରସ୍ତୁତ କରିଛି । ଏହି ସ୍ୱତନ୍ତ୍ର ମୁଦି 26 ହଜାରରୁ ଅଧିକ ହୀରାରେ ପ୍ରସ୍ତୁତ ହୋଇଥିବା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ ହୋଇଛି । ଅଧିକ ପଢନ୍ତୁ

meerut jeweler designs ring
meerut jeweler designs ring
author img

By

Published : Jan 12, 2023, 9:18 PM IST

meerut jeweler designs ring

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଜିଲ୍ଲା ପୁଣି ଥରେ ଗିନିଜ ବୁକ ଅଫ ଓ୍ବାଲ୍ଡ ରେକର୍ଡରେ ସ୍ଥାନ ପାଇଛି (Guinness Book of World Records) । ମେରଠ ର ଜୁଏଲର୍ସ 26,000 ରୁ ଉର୍ଦ୍ଧ୍ବ କ୍ଷୁଦ୍ର ହୀରା ସହିତ ଏକ ରେକର୍ଡ ବ୍ରେକିଙ୍ଗ ମୁଦି ଡିଜାଇନ୍ କରିଛନ୍ତି । ଡାଲିଆ ଫୁଲ ପରି ଆକୃତିର ଏହି ମୁଦିଟି ଡାଜଲିଙ୍ଗ ଡାଇମଣ୍ଡ ଦ୍ବାରା ତିଆରି କରାଯାଇଛି । ତେବେ ସମାନ ଆକାରର ମୋଟ 26,200 ହୀରା ସହିତ ଏହି ମୁଦି ସର୍ବାଧିକ ସଂଖ୍ୟକ ହୀରାରେ ପ୍ରସ୍ତୁତ ହୋଇଥିବାରୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ତେବେ ଏହି ମୁଦି ପ୍ରସ୍ତୁତ କରିଥିବା ମାଲିକ ଭିପୁଲ ଅଗ୍ରୱାଲ କହିଛନ୍ତି ଯେ, ଏହି ମୁଦିର ନାମ 'ଦେବ ମୁଦ୍ରିକା' ରଖାଯାଇଛି। ଏହି ମୁଦିରେ 26,000 ରୁ ଅଧିକ ହୀରା ଅଛି, ଯାହାକି ସାରା ବିଶ୍ବ ପାଇଁ ଏହା ସବୁଠାରୁ ବଡ ମୁଦି ହୋଇଛି। ଏନେଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପାଇଁ ଆବେଦନ କରାଯାଇଛି।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ,ପ୍ରାୟ 8 ରୁ 10 ଜଣ କାରୀଗର ଗୋଟିଏ ଦିନରେ କାମ କରିବା ସହିତ ଏହି ରିଙ୍ଗ ତିଆରି କରିବାକୁ ମୋଟ 3 ମାସ ସମୟ ଲାଗିଛି । ସେ କହିଛନ୍ତି, "ସମାନ ଆକାରର 26 ହଜାରରୁ ଅଧିକ ହୀରା ସଂଗ୍ରହ କରିବା ମଧ୍ୟ ଏକ ବଡ ଚ୍ୟାଲେଞ୍ଜ ଥିଲା। ଆମେ ପ୍ରଥମେ ସଫ୍ଟୱେୟାରରେ ଡିଜାଇନ୍ ପ୍ରସ୍ତୁତ କରିଥିଲୁ ଏବଂ ପରେ କାମ ଆରମ୍ଭ ପାଇଁ କାରିଗରମାନଙ୍କୁ ନିୟୋଜିତ କରିଥିଲୁ । ଏହି ମୁଦି ଏକା ସାଙ୍ଗରେ ଦୁଇଟି ଆଙ୍ଗୁଠିରେ ପିନ୍ଧା ଯାଇପାରିବ ।" ରିଙ୍ଗର ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏବଂ ଏହା ବିଶ୍ୱ ରେକର୍ଡ ପୁସ୍ତକରେ ପ୍ରବେଶ କରିବା ପରେ ହିଁ ଚୂଡ଼ାନ୍ତ ହେବ । ତେବେ ଏହି ମୁଦି ପାଇଁ ବିଶ୍ବ ରେକର୍ଡର ପୁସ୍ତକରେ ସ୍ଥାନ ପାଇବା ପାଇଁ ଆବେଦନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.