ETV Bharat / bharat

Chinese Illegal Constructions: ବୈଦେଶିକ ମନ୍ତ୍ରଣାଳୟ କହିଲା ଦଶନ୍ଧି ଧରି ଚାଲିଛି ଏପରି କାର୍ଯ୍ୟକଳାପ

ପାଙ୍ଗୟାଙ୍ଗ ହ୍ରଦରେ ଚୀନର ପୋଲ ନିର୍ମାଣ ପ୍ରସଙ୍ଗରେ ମତ ସ୍ପଷ୍ଟ କଲା ବୈଦେଶିକ ମନ୍ତ୍ରଣାଳୟ । ମୁଖପାତ୍ର ଅରିନ୍ଦମ ବାଗଚି କହିଲେ ଚୀନ ଅଧିକୃତ ଅଞ୍ଚଳରେ ଏହି ନିର୍ମାଣ ଦଶନ୍ଧି ଧରି ଜାରି ରଖିଛି ଡ୍ରାଗନ । ତୀକ୍ଷ୍ଣ ନଜର ରଖିଛି ଭାରତ । ଅଧିକ ପଢନ୍ତୁ

author img

By

Published : Jan 6, 2022, 9:07 PM IST

Chinese illegal constructions on Pangong lake:ବୈଦେଶିକ ମନ୍ତ୍ରଣାଳୟ କହିଲା ଦଶନ୍ଧି ଧରି ଚାଲିଛି ଏପରି କାର୍ଯ୍ୟକଳାପ

ନୂଆଦିଲ୍ଲୀ: ପୂର୍ବ ଲଦାଖର ପୋଙ୍ଗୟାଙ୍ଗ ହ୍ରଦରେ ଚୀନର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମତ ରଖିଲା ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏପ୍ରକାର ବେଆଇନ ନିର୍ମାଣ କାର୍ଯ୍ୟ ଚୀନ ଅଧିକୃତ ଅଞ୍ଚଳରେ ପ୍ରାୟ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରଖିଛି ଡ୍ରାଗନ । ଭାରତୀୟ ସୀମାରେ ଏହା ଅନୁପ୍ରବେଶ ନୁହେଁ । ଭାରତ ମଧ୍ୟ ଏ ସମ୍ପର୍କରେ ତୀକ୍ଷ୍ନ ନଜର ରଖିଥିବା ମଧ୍ୟ କହିଛନ୍ତି ମୁଖପାତ୍ର ବାଗଚି ।

ସୀମାନ୍ତ ଅଞ୍ଚଳରେ ଦୀର୍ଘ ଦିନ ଧରି ଇଣ୍ଡୋ-ଚୀନ ସୀମା ବିବାଦ ଲାଗି ରହିଥିବା ବେଳ ଚୀନ୍ ପୋଙ୍ଗୟୋଙ୍ଗ ହ୍ରଦ ପାର୍ଶ୍ୱରେ ଏକ ସେତୁ ନିର୍ମାଣ କରୁଥୁବା ଉପଗ୍ରହ ମାଧ୍ୟମରେ ହସ୍ତଗତ ହୋଇଥିବା ଚିତ୍ରରୁ ତଥ୍ୟ ମିଳିଥିଲା । ତେବେ ଏହି ସୂଚନା ମିଲିବା ପରେ ଭାରତ ପାଇଁ ଚିନ୍ତା ବଢିଥିବା ବେଳେ ଭାରତ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷା ତଥା ସର୍ଭିଲାନ୍ସକୁ ବଢାଇଥିଲା । ତେବେ ଏ ସମ୍ପର୍କରେ ରାଜନୀତି ମଧ୍ୟ ଜୋର ଧରିବା ସହ ଚୀନ ଭାରତ ସୀମାରେ ଅନୁପ୍ରବେଶ କରିଥିବା ଅଭିଯୋଗ କରିଥିଲେ ବିରୋଧୀ ।

ତେବେ ଏନେଇ ବୈଦେଶିକ ମନ୍ତ୍ରଣାଳୟ ଆଜି ସ୍ପଷ୍ଟ କରିଛି ଯେ, ଚୀନ ଅଧିକୃତ ଅଞ୍ଚଳରେ ଏହି ନିର୍ମାଣ ଗତ ଦଶନ୍ଧି ଧରି ଜାରି ରଖିଛି ଚୀନ । ଭାରତ ଯେକୌଣସି ଅନୁପ୍ରବେଶ କିମ୍ବା ବେଆଇନ ନିର୍ମାଣ ଉପରେ ତୀକ୍ଷ୍ନ ନଜର ରଖିଥିବା ମନ୍ତ୍ରଣାଳୟ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭଇ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.