ETV Bharat / bharat

ନିଟ୍ ପିଜି କାଉନସେଲିଂ ସ୍ଥଗିତ, ଏହି କାରଣ କହିଲା MCC

author img

By

Published : Aug 30, 2022, 8:57 PM IST

ନିଟ୍ ପିଜି କାଉନସେଲିଂ ସ୍ଥଗିତ । ଆଶାୟୀଙ୍କ ପାଇଁ ଅଧିକ ସିଟି ନେଇ ମେଡିକାଲ କାଉନସେଲିଂ କମିଟି ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି। ଅଧିକ ପଢନ୍ତୁ

ନିଟ ପିଜି କାଉନସିଲିଂ ସ୍ଥଗିତ, ଏହି କାରଣ କହିଲା MCC

ନୂଆଦିଲ୍ଲୀ: ମେଡିକାଲ କାଉନସେଲିଂ କମିଟି (Medical Counselling Committee) ଆଶାୟୀଙ୍କ ପାଇଁ ଅଧିକ ସିଟି ନେଇ ନିଟ୍ ପିଜି କାଉନସେଲିଂ ସ୍ଥଗିତ କରିଛି । ସେପ୍ଟେମ୍ବର 1 ତାରିଖରେ ନିଟ୍ ପିଜି କାଉନସେଲିଂ ପାଇଁ ପଞ୍ଜୀକରଣ ହେବାକୁ ଥିଲା । ଏମସିସି ପକ୍ଷରୁ ଜାରି ବିବୃତ୍ତିରେ ଏହି ସୂଚନା ଦିଆଯାଇଛି ।

ଏହି କାଉନସେଲିଂ ପ୍ରକ୍ରିୟାରେ ନୂତନ କଲେଜଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଏବଂ ଆସନ ବୃଦ୍ଧି ପାଇଁ ଏହା କରାଯାଇଛି । ଏହା ସହିତ ଅଧିକ ପିଲା ଆଡମିଶନ ନେବାକୁ ସକ୍ଷମ ହେବେ ବୋଲି ବିବୃତ୍ତିରେ ଜାରି କରିଛି ଏମସିସି । ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ଏଲଓପି ଜାରି କରିବା ପ୍ରକ୍ରିୟାରେ ଅଛି । ତେଣୁ ପ୍ରାର୍ଥୀଙ୍କ ସୁବିଧା ପାଇଁ କାଉନସେଲିଂରେ ଅଧିକ ସିଟ୍ ଅନ୍ତର୍ଭୁକ୍ତ କରିବାକୁ ଦକ୍ଷ ଅଧିକାରୀଙ୍କ ଦ୍ବାରା NEET-PGକୁ ସ୍ଥଗିତ କରିବାକୁ ନିଷ୍ପତି ହୋଇଛି ।

ସୋମବାର ସୁପ୍ରିମକୋର୍ଟ ନିଟ୍ ପିଜି କାଉନସେଲିଂ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ । କାରଣ ସେମାନେ ପିଲାଙ୍କ ଭବିଷ୍ୟତକୁ ବିପଦରେ ପକାଇବାକୁ ଚାହୁଁ ନାହାନ୍ତି । ଏ ମାମଲାରେ ଦାୟର ହୋଇଥିବା ଯାଚିକାରେ ନିଟ୍ ପିଜି ପାଇଁ ଉତ୍ତର ଓ ପ୍ରଶ୍ନପତ୍ର ଜାରି ନକରିବାକୁ ଜାତୀୟ ପରୀକ୍ଷା ବୋର୍ଡର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଯାଚିକାରେ ପରୀକ୍ଷାରେ ସାମିଲ ଥିବା ଆଶାୟୀଙ୍କ ଫଳରେ ଗଡବଡ ହୋଇଥିବା ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.