ନୂଆଦିଲ୍ଲୀ: ମୋରିସସରେ ମହାତ୍ମା ଗାନ୍ଧୀଙ୍କ ନାମରେ ତିଆରି ହେବ ମେଟ୍ରୋ ଷ୍ଟେସନ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ବେଳେ ସୂଚନା ଦେଇଛନ୍ତି ମୋରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗ୍ନାଥ । ଉଭୟ ଦେଶର ପ୍ରଧାନମନ୍ତ୍ରୀ ମୋରିସସରେ ନବ ନିର୍ମିତ ସ୍ବତନ୍ତ୍ର ହାଉସିଂ ୟୁନିଟର ଉଦ୍ଘାଟନ କରିଛନ୍ତି । ଭାରତର ସହୟତାରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିଛି ।
ଖାଲି ସେତିକି ନୁହେଁ ମୋରିସସରେ ମେଟ୍ରେ ପ୍ରକଳ୍ପ ପାଇଁ ଭାରତ ୧୯୦ ମିଲିୟନ ଡଲାର ଖର୍ଚ୍ଚ କରିବ । ଏହା ଭାରତ ଓ ମୋରିସସ ମଧ୍ୟରେ ଥିବା ସମ୍ପର୍କକୁ ଦୃଢ଼ିଭୁତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୋରିସସକୁ ଭାରତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏହି ଅବସରରେ ନରେନ୍ଦ୍ର ମୋଦି ୨୦୧୫ ବେଳର ମୋରିସସ ଗସ୍ତ ସମ୍ପର୍କରେ ମନେ ପକାଇଥିଲେ । ପୂର୍ବତନ ମୋରିସସ ରାଷ୍ଟ୍ରପତି ଆନେରଉଡ ଜୁଗ୍ନାଥ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ମଝବୁତ କରିବାକୁ ଅନେକ ପଦକ୍ଷେପ ନେଇଥିଲେ । ଏହାକୁ ଭାରତ ଆଗେଇ ନେବାକୁ ଚେଷ୍ଟା କରିବ ବୋଲି ମୋଦି କହିଛନ୍ତି ।
୨୦୧୯ରେ ଭାରତ ଓ ମୋରିସସ ମଧ୍ୟରେ ରେଳ ଟ୍ରାଞ୍ଜିଟ୍ ସିଷ୍ଟମର ଉଦଘାଟନ ହୋଇଥିଲା । ଉଭୟ ଦେଶର ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ । ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କରେ ଏହାଏକ ମାଇଲଷ୍ଟୋନ କହିଲେ ଭୁଲ ହେବନି । ଏହାଦ୍ବାରା ଦୁଇଦେଶରେ ଅର୍ଥନୀତି ଉପରେ ପ୍ରଭାବ ପଡ଼ିଥିଲା । କାରଣ ଏହି ପ୍ରକଳ୍ପ ଯୋଗୁଁ ବହୁ ନିଯୁକ୍ତ ସୃଷ୍ଟି ହୋଇଥିଲେ । ଏହାଦ୍ବାରା ମୋରିସସରେ ଇଞ୍ଜିନିୟରିଂ, ଟେକ୍ନିକାଲ ଦକ୍ଷତା ଉନ୍ନତି ଆଣିବା ସହାୟକ ହୋଇ ପାରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ