ETV Bharat / bharat

ମଥୁରାରେ SDM ଜ୍ୟୋତି ମୌର୍ଯ୍ୟଙ୍କ ଘଟଣାର ପୁନରାବୃତ୍ତି, ଚାକିରି ପାଇବା ପରେ ସ୍ବାମୀଠୁ ହେଲେ ଅଲଗା

author img

By

Published : Jul 23, 2023, 10:23 PM IST

ଆଉ ଜଣେ ଜ୍ୟୌତି ମୌର୍ଯ୍ୟ । ମଥୁରାରେ ସରକାରୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ମିଳିବା ପରେ ସ୍ବାମୀକୁ ଛାଡ଼ପତ୍ର ମାଗିଲା ପତ୍ନୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ସ୍ବାମୀ ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ବେଳେ ଋଣ କରି ସ୍ତ୍ରୀକୁ ପାଠ ପଢାଇଥିଲେ । ସ୍ତ୍ରୀର ସରକାରୀ ଚାକିରି ପାଇବା ଆଶା ପୂରଣ କରିବା ପଛରେ ଲାଗି ପଡ଼ିଥିଲେ । ହେଲେ ଚାକିରି ପାଇବା ପରେ ପତ୍ନୀ ଦେଲା ଧୋକା । ସରକାରୀ ଶିକ୍ଷକ ଭାବେ ନିଯୁକ୍ତି ମିଳିବା ପରେ ମଥୁରାର ଗୀତା ନାମକ ମହିଳା ନିଜ ପତ୍ନୀକୁ ଛାଡ଼ି ଦେଇଥିବା ସୂଚନା ମିଳିଛି । ପ୍ରଥମ ଦରମା ମିଳିବା ପରେ ସେ ନିଜ ବାପଘରକୁ ଚାଲିଯାଇଥିବା ବେଳେ ଆଉ ସ୍ବାମୀ ପାଖକୁ ଫେରିନାହାନ୍ତି । ଏହି ଘଟଣା ଉତ୍ତରପ୍ରଦେଶ ଏସଡିଏମ ଜ୍ୟୋତି ମୌର୍ଯ୍ୟ ଘଟଣାକୁ ମନେ ପକାଇ ଦେଇଛି ।

ଏହି ଘଟଣାଟି ମଥୁରା ବ୍ଲକର ନଗଲା ଧନିୟା ଗାଁର ବୋଲି ଜଣାପଡ଼ିଛି । ଏହି ଗ୍ରାମର ଅଧିବାସୀ ଶୈଳେନ୍ଦ୍ର ସିଂହ ଗତ 2016 ଡିସେମ୍ବର 8 ତାରିଖରେ ମହାବନ ଅଧିବାସୀ ଗୀତା ସାଗରକୁ ବିବାହ କରିଥିଲେ । ଶୈଳେନ୍ଦ୍ର ବି.ଟେକ୍‌ କରିବା ପରେ ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ପାଠ ପଢ଼ାଉଥିଲେ । ଏଥିରୁ ସେ ରୋଜଗାର କରୁଥିବା ଅର୍ଥରେ ତାଙ୍କ ଘର ଚଳୁଥିଲା । ହେଲେ ତାଙ୍କ ପତ୍ନୀ ଗୀତାଙ୍କ ନିକଟରେ ବି.ଏଡ୍‌ ଡିଗ୍ରୀ ଥିଲା । ସେ ଆଗକୁ ଆହୁରି ପାଠ ପଢ଼ିବା ଲାଗି ଚାହୁଁଥିଲେ । ପତ୍ନୀର ଆଶା ପୂରଣ ଲାଗି ସ୍ବାମୀ ପାଠ ପଢାଇଥିଲେ । ଏହାପରେ ଗୀତା ସରକାରୀ ଚାକିରି ପାଇବା ପରେ ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ପାଠ ପଢାଉଛନ୍ତି ।

ଏହା ବି ପଢନ୍ତୁ- ଆଉ ଜଣେ ଜ୍ୟୋତି ମୌର୍ଯ୍ୟ, CHO ହେବା ପରେ ସ୍ବାମୀଙ୍କୁ ଧୋକା !

ଏ ନେଇ ଶୈଳେନ୍ଦ୍ର କହିଛନ୍ତି, "ପତ୍ନୀକୁ ପରୀକ୍ଷା ପ୍ରସ୍ତୁତି ପାଇଁ ଏକ କୋଚିଂ ସେଣ୍ଟରରେ ଭର୍ତ୍ତି କରାଇଥିଲି । ଗୀତା ସରକାରୀ ଚାକିରି ପାଇବା ପରେ ମୋତେ ସେ ସାହାଯ୍ୟ କରିବ ବୋଲି ଭାବିଥିଲି । ଗୀତା 2 ସନ୍ତାନକୁ ଜନ୍ମ ମଧ୍ୟ ଦେଇଛି । ଗତ ନଭେମ୍ବର ମାସରେ 69 ହଜାର ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା । ଏହାପରେ 2020 ନଭେମ୍ବର 2 ତାରିଖରେ ଗୀତାକୁ ମଧ୍ୟ ନିଯୁକ୍ତି ମିଳିଥିଲା । ଏହାପରେ ମଧ୍ୟ ଗୀତା ମୋ ସହିତ ରହୁଥିଲା । ହେଲେ ପ୍ରଥମ ଥର ଦରମା ପାଇବା ପରେ ସେ ନିଜ ବାପଘରକୁ ଚାଲିଯାଇଥିଲା । ଆଉ ତା' ପରେ ଫେରିନଥିଲା । ମୋର 2 ସନ୍ତାନ ମଧ୍ୟ ତା' ସହିତ ରହୁଛନ୍ତି । ସେ ମୋଠାରୁ ଛାଡ଼ପତ୍ର ଚାହୁଁଛି ।"

ସୂଚନା ଥାଉ କି ଉତ୍ତରପ୍ରଦେଶର SDM ଜ୍ୟୋତି ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପାଠ ପଢାଇଥିବା ସ୍ବାମୀକୁ ଛାଡ଼ି ଦେଇଥିବା ଆସିଥିଲା ଅଭିଯୋଗ । ୟୁପି ବରେଲି ଅଞ୍ଚଳର ଜ୍ୟୋତି ମୌର୍ଯ୍ୟ(PCS ଅଧିକାରୀ) ଓ ପ୍ରୟାଗରାଜ ସରକାରୀ ସଫେଇ କର୍ମଚାରୀ ଆଲୋକ ମୌର୍ଯ୍ୟ (ଚତୁର୍ଥ ଶ୍ରେଣୀ କର୍ମଚାରୀ ) ଘଟଣାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଅଭିଯୋଗକାରୀ ଆଲୋକ ନିଜ ପତ୍ନୀ ଜ୍ୟୋତିଙ୍କ ବିରୋଧରେ ବିଶ୍ବାସଘାତକତା ଅଭିଯୋଗ ଆଣିଥିଲେ । ସେ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ନିଜ ପତ୍ନୀଙ୍କ ପାଠପଢା ଲାଗି ବହୁ ଅର୍ଥ ଖର୍ଚ୍ଚ କରିଥିଲେ । ଆଉ ଜ୍ୟୋତି ପ୍ରଶାସନିକ ଅଧିକାରୀ ହେବା ପରେ ତାଙ୍କୁ ଛାଡ଼ି ଅନ୍ୟ ଜଣକ ସହିତ ସମ୍ପର୍କରେ ରହିଥିବା ସେ ଅଭିଯୋଗ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.