ETV Bharat / bharat

ବାଙ୍କେ ବିହାରୀ ମନ୍ଦିର ବିକାଶ କାର୍ଯ୍ୟକୁ ବିରୋଧ: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ମଥୁରାବାସୀ

author img

By

Published : Jan 17, 2023, 1:01 PM IST

ବାଙ୍କେ ବିହାରୀ ମନ୍ଦିର ବିକାଶ କାର୍ଯ୍ୟକୁ ବିରୋଧ କରି ଯୋଗୀ ଆଦିତ୍ୟ ନାଥ ଓ ନରେନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠି ଲେଖିଲେ ମଥୁରାବାସୀ । ଅଧିକ ପଢନ୍ତୁ

Bankey Bihari temple
Bankey Bihari temple

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଥିବା ବାଙ୍କେ ବିହାରୀ ମନ୍ଦିରକୁ ନେଇ ତୀବ୍ର ହେଉଛି ବିବାଦ । ମନ୍ଦିର ପାଇଁ ପ୍ରସ୍ତାବିତ ହୋଇଥିବା ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରି ମଥୁରା ବାସିନ୍ଦା ଓ ଦୋକାନୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖଇଛନ୍ତି । ଚିଠିଟି ପେନରେ ନୁହଁ ବର ରକ୍ତରେ ଲେଖା ହୋଇଥିବା ଜଣାପଡିଛି ।

ଏନେଇ ବିକ୍ଷୋଭକାରୀ ମାନେ କହିଛନ୍ତି ଯେ, ବାଙ୍କେ ବିହାରୀ ମନ୍ଦିର ବିକାଶ ପାଇଁ ଦିଆଯାଇଥିବା ବିକାଶ ପ୍ରସ୍ତାବ ଅନାବଶ୍ୟକ । ମନ୍ଦିର କରିଡର ବିକାଶ ହେବା ଦ୍ବାରା ଆମ ଘର ଗୁଡିକ ମାଟିର ମିଶିଯିବ । ଏଥିସହ ଆମ ଜୀବନଜିବୀକା ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ବିକ୍ଷୋଭକାରୀ । ଏହା ବ୍ୟତୀତ ମନ୍ଦିର କରିଡରର ଯଦି ବିକାଶ କରାଯାଏ ତେବେ ଉକ୍ତ ଅଞ୍ଚଳର ପୁରୁଣା ଐତିହ୍ୟ ନଷ୍ଟ ହୋଇଯିବ ଓ 300ରୁ ଅଧିକ ଦୋକାନ ଏବଂ ଘର ଭାଙ୍ଗିବାକୁ ପଡିବ । ତେଣୁ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି ସ୍ଥାନୀୟ ବସିନ୍ଦା ।

ବାଙ୍କେ ବିହାରୀ ବଜାର ଆସୋସିଏସନ ସଭାପତି ଅମିତ ଗୌତମ ମଙ୍ଗଳବାର ଦିନ କହିଛନ୍ତି, "ମନ୍ଦିର କରିଡରର ପ୍ରସ୍ତାବିତ ବିକାଶକୁ ବିରୋଧ କରି ସୋମବାର ଦିନ ମନ୍ଦିର ପରିସରରେ ଥିବା 300ରୁ ଅଧିକ ଦୋକାନ ବନ୍ଦ ରହିଛି । ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ତ୍ରୁଟିପୂର୍ଣ୍ଣ ବିକାଶ ଯୋଜନା ନାମରେ ଏହି ଅଞ୍ଚଳର ବିନାଶକୁ ଅନୁମତି ନଦେବାକୁ ଆମେ ରକ୍ତରେ ଚିଠି ଲେଖିଛୁ ବୋଲି କହିଛନ୍ତି ଅମିତ ଗୌତମ ।"

ଏହା ମଧ୍ୟ ପଢନ୍ତୁ-Kotpally Dam: କୋଟପାଲି ଡ୍ୟାମରେ ଅଘଟଣ, ପହଁରୁଥିବା ବେଳେ ଗୋଟିଏ ପରିବାରର ୪ ମୃତ

ଯଦି ସରକାର ଏହି ଯୋଜନା ପ୍ରତ୍ୟାହାର ନକରନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ପ୍ରସ୍ତାବିତ କରିଡର ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଆଠ ସଦସ୍ୟ ବିଶିଷ୍ଟ କମିଟି ଚଳିତ ମାସ ଆରମ୍ଭରେ ଏକ ସର୍ଭେ ଶେଷ କରିଛି । ମଥୁରା ଜିଲ୍ଲାର ବୃନ୍ଦାବନରେ ଥିବା ବାଙ୍କେ ବିହାରୀଜି ମହାରାଜ ମନ୍ଦିର ସହ ଯୋଡି ହୋଇଥିବା ସମସ୍ତ ରାସ୍ତାକୁ ପ୍ରଶସ୍ତିକରଣ କରିବା କରିବା ସହ ଏହାର ଚାରିପାଖରେ ଏକ ଏକର ଜମିରେ ବିକାଶ କାର୍ଯ୍ୟ କରିବାକୁ ରାଜ୍ୟ ସରକାରୀ ଯୋଜନା କରିଛନ୍ତି । ବାରାଣାସୀରେ କାଶୀ ବିଶ୍ୱନାଥ ମନ୍ଦିର କରିଡରର ବିକାଶ ପାଇଁ ପୂର୍ବରୁ ୮ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏବେ ବାଙ୍କେ ବିହାରୀ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.