କୋଲକାତା: ସିନେମା ହଲରେ ଭୟାବହ ଅଗ୍ନିକାଣ୍ତ । କୋଲକାତାରେ ଥିବା ସିନେମା ହଲରେ ଭୟାବହ ନିଆଁ ଲାଗିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଛି । ହେଲେ ଏଥିରେ 4 ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ପଶ୍ଚିମବଙ୍ଗର ଲେକ ଟାଉନ ଅଞ୍ଚଳରେ ଥିବା ସିନେମା ହଲରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଯାଇଥିବା ଦେଖି ସିନେମା ହଲର କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ନିଆଁର ଭୟାବହତା ଅଧିକ ଥିବାରୁ 15ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ, ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣାପଡି ନଥିବା ବେଳେ କ୍ଷୟକ୍ଷତି ନେଇ କୈଣସି ସୂଚନା ମିଳି ପାରିନାହିଁ ।
@ANI