ETV Bharat / bharat

Drive against child marriage: ଆସାମରେ ବାଲ୍ୟ ବିବାହ, 50 ବର ଗିରଫ - action aganist child marriage

ଆସାମରେ ବାଲ୍ୟ ବିବାହ ରୋକିବା ଦିଗର ପଦକ୍ଷେପ ଗ୍ରହଣ କରିଛି ପୋଲିସ । ଗୁରୁବାର ମଧ୍ୟରାତ୍ରୀ ସୁଦ୍ଧା 50 ବର ଗିରଫ ହୋଇଥିବା ସୂଚନା ମିଳିିଛି ।

several arrested over Child marriage
ଆସାମରେ ବାଲ୍ୟ ବିବାହ
author img

By

Published : Feb 3, 2023, 10:02 AM IST

Updated : Feb 3, 2023, 10:22 AM IST

ଗୌହାଟୀ: ଉତ୍ତର ପର୍ବ ରାଜ୍ୟ ଆସାମରେ ବାଲ୍ୟ ବିବାହ ବଢିବାରେ ଲାଗିଛି । ବାଲ୍ୟ ବିବାହ ରୋକିବା ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି ଆସାମ ସରକାର । ବାଲ୍ୟ ବିବାହ କରାଯାଉଥିବା ସ୍ଥାନରେ ପହଞ୍ଚି ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁରୁବାର ମଧ୍ୟରାତ୍ରୀ ସୁଦ୍ଧା 50 ବରଙ୍କୁ ଗିରଫ କରିଛି ପୋଲିସ ।

ଆସାମରେ ଫେବୃଆରୀ 3 ତାରିଖ ସୁଦ୍ଧା 50ରୁ ଅଧିକ ବାଲ୍ୟ ବିବାହ କରୁଥିବା ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି । ଆସାମରେ ବାଲ୍ୟ ବିବାହ ମାମଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ମିଶନରେ ବାହାରିଥିଲା । ରାଜ୍ୟର ବାତାଦ୍ରାଭା, ମୋରିଗାଁଓ, ଦିଙ୍ଗ, ଲାହାରିଘାଟ, ମାଜୁଲି, ଚାରିଦୌର ଏବଂ ଅନ୍ୟାନ୍ୟ ସ୍ଥାନରେ ଗୁରୁବାର ମଧ୍ୟରାତ୍ରୀ ସୁଦ୍ଧା 50ରୁ ଅଧିକ ଯୁବକଙ୍କୁ ପୋଲିସ ଗିରଫ କରିିଛି ।

ଏହା ବି ପଢନ୍ତୁ...Child marriage cases in Assam: 10 ଦିନରେ 4 ହଜାରୁ ଅଧିକ ମାମଲା ପଞ୍ଜିକୃତ

ମୁଖ୍ୟମନ୍ତ୍ରୀ ସେୟାର କରିଥିବା ରିପୋର୍ଟ ଅନୁସାରେ, ଦୁବୁରି ଜିଲ୍ଲାରେ ବାଲ୍ୟ ବିବାହ ହେଉଥିବା ନେଇ ସର୍ବାଧିକ 370 ମାମଲା ରୁଜ୍ଜୁ ହୋଇଛି । ସେହିପରି ହିଲାକଣ୍ଡି ଜିଲ୍ଲାରେ ଗୋଟିଏ ମାମଲା ରହିଛି । ଖାଲି ସେତିକି ନୁହେଁ ରାଜ୍ୟରେ ଜଣେ 9 ବର୍ଷ ଝିଅ ମାଆ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଯଦି ବାଲ୍ୟ ବିବାହରେ କେହି ଜଡିତ ରୁହନ୍ତି ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଗୁୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ତାଙ୍କ ଟ୍ବିଟରରେ ଏକ ଲିଷ୍ଟ ସେୟାର କରିଥିଲେ । ଯେଉଁଥିରେ ଆସାମ ପୋଲିସ ଦ୍ବାରା ପ୍ରସ୍ତୁତ ଏକ ବାଲ୍ୟ ବିବାହ ନେଇ ରୁଜ୍ଜୁ ହୋଇଥିବା ଏକ ସୂଚୀ ଥିଲେ । ଲିଷ୍ଟକୁ ସେୟାର କରି ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା କରିଥିଲେ, ଆସାମ ସରକାର ରାଜ୍ୟରେ ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ୟ କରୁଛି । ଆସାମ ପୋଲିସ ସମଗ୍ର ରାଜ୍ୟରେ 10 ଦିନରେ 4 ହଜାର ମାମଲା ରୁଜ୍ଜୁ କରିଛି । ସମସ୍ତ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ ।'' ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଫେବୃଆରୀ 3 ତାରିଖରେ ସୁଦ୍ଧା ବାଲ୍ୟ ବିବାହ କରାଯାଉଥିବା ସ୍ଥାନରେ ପୋଲିସ ପହଞ୍ଚିଥିଲା । 14 ବର୍ଷକୁ କମ ଝିଅଙ୍କୁ ବିବାହ କରୁଥିବା ବ୍ୟକ୍ତି ପୋସ୍କୋ ଆକ୍ଟ ଅଧିନରେ ଗିରଫ ହେବେ ।

ଶିକ୍ଷା ଓ ସଚେତନତାର ଅଭାବ କାରଣରୁ ବାଲ୍ୟ ବିବାହ ରୋକିବାର ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ପ୍ରଶାସନ ଓ ସରକାରଙ୍କୁ ଏହି ଦିଗରେ ସଫଳତା ମିଳୁନଥିବା ପରି ସ୍ଥିତି ଦେଖିବାକୁ ମିଳୁଛି । ଗତ କିଛି ମାସ ହେବ ରାଜ୍ୟରେ ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରିରହିଛି । କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗତ ମାତ୍ର 10 ଦିନରେ ମଧ୍ୟରେ 4 ହଜାରରୁ ଅଧିକ ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି । ଆସାମର 36 ଜିଲ୍ଲାରେ ବାଲ୍ୟ ବିବାହ ହୋଇଥିବା ଜଣାପଡିଛି ।

Last Updated : Feb 3, 2023, 10:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.