ETV Bharat / bharat

Mass marriage In MP: ୨୨ ବର୍ଷରେ ୨୧ ହଜାର ଝିଅଙ୍କ କନ୍ୟାଦାନ କଲେଣି ମଧ୍ୟପ୍ରଦେଶ ମନ୍ତ୍ରୀ

author img

By

Published : Mar 12, 2023, 11:11 AM IST

ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ନିଆରା ରେକର୍ଡ । ୨୨ ବର୍ଷରେ ୨୧ ହଜାର ଝିଅଙ୍କ କଲେଣି କନ୍ୟାଦାନ । ସାମୁହିକ ବିବାହ ସମାରୋହରେ ଗରୀବ ଯୁବତୀଙ୍କ ବିବାହ କରାଉଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

ସାମୁହିକ ବିବାହ ସମାରୋହ
ସାମୁହିକ ବିବାହ ସମାରୋହ

ଭୋପାଳ: ମଧ୍ୟପ୍ରଦେଶର ବରିଷ୍ଠ ମନ୍ତ୍ରୀ ଗୋପାଳ ଭାର୍ଗବ ସାମୁହିକ ବିବାହ ଆୟୋଜନ କରି ନିଆରା ରେକର୍ଡ କରିଛନ୍ତି । ମନ୍ତ୍ରୀ ବିଗତ ୨୨ ବର୍ଷରେ ୨୧ ହଜାର ଝିଅଙ୍କ କନ୍ୟାଦାନ କରିଛନ୍ତି । ଅର୍ଥ ଅଭାବରୁ ଯେପରି କୌଣସି ଝିଅ ଅବିବାହିତ ନରୁହନ୍ତି ସେଥିପାଇଁ ୨୨ ବର୍ଷ ତଳେ ଭାର୍ଗବ ସଂକଳ୍ପ ନେଇଥିଲେ । ଏଥିପାଇଁ ୨୦୦୧ ମସିହାରୁ ସେ ବିଭିନ୍ନ ସମୟରେ ସାମୁହିକ ବିବାହ ସମାରୋହ ଆୟୋଜନ କରି ଗରୀବ ଯୁବତୀଙ୍କ ବିବାହ କରାଇଥିଲେ । ବର୍ତ୍ତମାନ ତାଙ୍କର ଏହି ମହାସଂକଳ୍ପ ପୂରଣ ହୋଇଛି । ୨୧ ହଜାର ଗରୀବ ଝିଅଙ୍କ କନ୍ୟାଦାନ କରି ମହାପୂଣ୍ୟ ଅର୍ଜନ କରିଛନ୍ତି ମନ୍ତ୍ରୀ । ଏହି ମହତ୍ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ କହିଛନ୍ତି, ''ଗୋପାଳ ଭାର୍ଗବ କେବଳ ଜଣେ ରାଜନେତା ନୁହଁନ୍ତି, ବରଂ ସମାଜସେବୀ ମଧ୍ୟ । ମଧ୍ୟପ୍ରଦେଶର ବିକାଶ ପାଇଁ ସେ ସଦାସର୍ବଦା ଚେଷ୍ଟିତ । ଭାର୍ଗବ ୨୧ ହଜାର କନ୍ୟାଙ୍କ ବିବାହ କରାଇ ସମାଜସେବାର ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଅନୁକରଣୀୟ । ସେ ଆଜି ନିଜର ମହାସଂକଳ୍ପ ପୂରଣ କରିଛନ୍ତି । ତାଙ୍କର ଏହି ମହତ୍ କାର୍ଯ୍ୟ ଲାଗି ଆମେ ସମସ୍ତ ଗର୍ବିତ । ମନ୍ତ୍ରୀ ପ୍ରମାଣିତ କରିଦେଛନ୍ତି ରାଜନୀତି ପେଶା ନୁହେଁ ସମାଜସେବା ଅଟେ ।''

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଚାହାନ୍ତି ଦେଶରେ ପ୍ରତିଟି କନ୍ୟା ସୁଖ ସ୍ବାଚ୍ଛନ୍ଦରେ ରୁହନ୍ତୁ । କେହି ବାପାମାଆ ଯେପରି ନିଜ ଝିଅର ବିବାହ ପାଇଁ ଚିନ୍ତାରେ ନରୁହନ୍ତୁ । ଏଥିପାଇଁ ସରକାର ମଧ୍ୟ ସଂକଳ୍ପ ନେଇଛନ୍ତି । ତେଣୁ ଗରୀବ ଯୁବତୀଙ୍କ କନ୍ୟାଦାନ ଦାୟିତ୍ବ ତୁଲାଉଥିବା ନିଜ କ୍ୟାବିନେଟ ମନ୍ତ୍ରୀ ଗୋପାଳ ଭାର୍ଗବ ଏବଂ ତାଙ୍କ ପୁଅ ଦୀପୁଙ୍କୁ ସେ ଖୁବ୍ ପ୍ରଶଂସା କରିଛନ୍ତି । ମନ୍ତ୍ରୀଙ୍କ ପୁଅ ସାମୁହିକ ବିବାହ ସମାରୋହ କାର୍ଯ୍ୟକ୍ରମ ସହିତ ଅସହାୟ ଶିଶୁଙ୍କୁ ସହାୟତା ମଧ୍ୟ କରନ୍ତି ।

ଏନେଇ ମନ୍ତ୍ରୀ ଗୋପାଳ ଭାର୍ଗବ କହିଛନ୍ତି, ୨୦ ବର୍ଷ ତଳେ ସେ ଓ ମୁଖ୍ୟମନ୍ତ୍ରୀ ଶିବରାଜ ଗରୀବ ଝିଅମାନଙ୍କୁ ବିବାହ କରାଇବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପୂର୍ବରୁ ଗରୀବ ବାପା ମାଆ ଘର, ଜମିବାଡି, ସୁନା ବନ୍ଧକ ରଖି ଝିଅର ବିବାହ କରୁଥିଲେ । ମୁଖ୍ୟମନ୍ତ୍ରୀ ଗରୀବଙ୍କ ଏହି ଦୁଃଖକୁ ବୁଝି କନ୍ୟା ବିବାହ-ନିକାହା ଯୋଜନାର ଶୁଭାରମ୍ଭ କରିଥିଲେ । ଯାହାକୁ ସବୁଠୁ ବଡ ପୂଣ୍ୟ ଭାବେ ଗଣାଯାଏ । ସାମୁହିକ ବିବାହ ସମାରୋହର ସବୁ ସମ୍ପ୍ରଦାୟର ଯୁବକ ଯୁବତୀଙ୍କ ବିବାହ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.