ETV Bharat / bharat

ମାଙ୍କଡ଼ର ଦଶାହ କର୍ମରେ ସାମିଲ ହେଲେ ୧୧ହଜାର ଲୋକ

author img

By

Published : Jan 11, 2022, 4:05 PM IST

Updated : Jan 11, 2022, 4:56 PM IST

ମାଙ୍କଡ଼ର ମୃତ୍ୟୁ ହୋଇଯିବାରୁ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ହିନ୍ଦୁ ରୀତିନୀତି ଅନୁଯାୟୀ ତାର ଶେଷକୃତ୍ୟ ସମ୍ପନ୍ନ ମଧ୍ୟ କରିଥିଲେ । ମାଙ୍କଡ଼ର ଦଶାହ କର୍ମରେ ସାମିଲ ହୋଇଛନ୍ତି ୧୧ହଜାର ଲୋକ । ଅଧିକ ପଢ଼ନ୍ତୁ

mass feast on the death of monkey in madhya pradesh
ମାଙ୍କଡ଼ର ଦଶାହ କର୍ମରେ ସାମିଲ ହେଲେ ୧୧ହଜାର ଲୋକ

ଭୋପାଳ: ଆଜି ସମାଜରେ ମନୁଷ୍ୟ ସ୍ବାର୍ଥପର ଦୁନିଆକୁ ଗତି କରି ଯାଉଛି । ଅସାମାଜିକ, ଅମାନୁଷିକ ଓ ଅସହିଷ୍ଣୁ ଭାବରେ ପୂରି ରହିଛି ମନୁଷ୍ୟ ସମାଜ । ହେଲେ ଏକ ଭିନ୍ନ ରୂପରେ ମାନବିକତାର ପରିଚୟ ଦେଇଛନ୍ତି ମଧ୍ୟ ପ୍ରଦେଶ ରାଜଗଡ଼ ଜିଲ୍ଲାର ଗ୍ରାମବାସୀ । ଏହି ଗାଁରେ ରହୁଥିବା ଗୋଟିଏ ମାଙ୍କଡ଼ର ମୃତ୍ୟୁ ହୋଇଯିବାରୁ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ହିନ୍ଦୁ ରୀତିନୀତି ଅନୁଯାୟୀ ତାର ଶେଷକୃତ୍ୟ ସମ୍ପନ୍ନ ମଧ୍ୟ କରିଥିଲେ ।

ମଧ୍ୟ ପ୍ରଦେଶ ରାଜଗଡ଼ ଜିଲ୍ଲାର ଡାଲୁପୁରା ଗ୍ରାମରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଡାଲୁପୁରା ଗ୍ରାମର ସରପଞ୍ଚ ଅର୍ଜୁନ ସିଂଙ୍କ କହିବା ଅନୁଯାୟୀ, ତାଙ୍କ ଗ୍ରାମକୁ ଏକ ମାଙ୍କଡ଼ଟିଏ ଆସି ରହୁଥିଲା । ଥଣ୍ଡା ବଢ଼ୁଥିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲା, ଯାହାଫଳରେ ସେହି ମାଙ୍କଡ଼ର ମୃତ୍ୟୁ ଘଟିଛି । ମାଙ୍କଡ଼ର ମୃତ୍ୟୁରେ ଗ୍ରାମବାସୀ ତାର ଅନ୍ତିମ ସଂସ୍କାର କରିଛନ୍ତି । ଏଥିସହ ହିନ୍ଦୁ ରୀତିନୀତି ଅନୁଯାୟୀ ଦଶାହ କର୍ମ ମଧ୍ୟ କରିଛନ୍ତି । ଏହି ଶୁଦ୍ଧିକ୍ରିୟାରେ ପ୍ରାୟତଃ ୧୧ହଜାର ଲୋକ ସାମିଲ ହୋଇଥିଲେ । ମାଙ୍କଡ଼ର ମୃତ୍ୟୁରେ ଗ୍ରାମବାସୀ ଦଶାହ କର୍ମ ସହ ରୀତିନୀତି ଆନୁଯାୟୀ ଏଗାର କର୍ମ ଓ ବାର କର୍ମ ମଧ୍ୟ ସମ୍ପନ୍ନ କରିଥିଲେ ।

ଏହା ସହ ମାଙ୍କଡ଼ର ଆତ୍ମା ଶାନ୍ତି ପାଇଁ ନଦୀରେ ବୁଡ଼ ମଧ୍ୟ ପକାଇଥିଲେ । ଏବଂ ୧୨ କର୍ମରେ ଗ୍ରାମର ୫ହଜାର ଲୋକଙ୍କୁ ପ୍ରସାଦ ବଣ୍ଟା ଯାଇଥିଲା । ସେହିଭଳି ତେର କର୍ମରେ ମାଙ୍କଡ଼ର ଅସ୍ଥିକୁ ନେଇ ହିନ୍ଦୁ ପରମ୍ପରା ଅନୁଯାୟୀ ନିକଟସ୍ଥ ଶିପ୍ରା ନଦୀରେ ବିସର୍ଜନ କରାଯାଇଥିଲା । ମାଙ୍କଡ଼ର କ୍ରିୟା କର୍ମ ପାଇଁ ଗ୍ରାମରେ ଏକ ବିଶାଳ ଆୟୋଜନ କରାଯାଇଥିଲା । ଯେଉଁଥିରେ ପ୍ରାୟତଃ ୧୧ହଜାର ଲୋକଙ୍କୁ ପ୍ରସାଦ ବଣ୍ଟା ଯାଇଥିଲା ।

ସରପଞ୍ଚ ଅର୍ଜୁନ ସିଂ କହିଥିଲେ ଯେ, ମାଙ୍କଡ଼ଙ୍କୁ ଆମେ ହନୁମାନଙ୍କ ରୂପ ବୋଲି ମାନିଥାଉ । ଆଉ ତା ପାଖରେ ମଣିଷର ରୂପ ମଧ୍ୟ ଦେଖାଯାଇଥାଏ । ତେଣୁ ତାର ମୃତ୍ୟୁରେ ଆମେ ହିନ୍ଦୁ ପରମ୍ପରା ଅନୁସାରେ ମୃତଦେହକୁ କୋକେଇରେ ନେଇ ଅନ୍ତିମ ସଂସ୍କାର କରିଥିଲୁ । ଏହି ଅବସରରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିବା କହିଲେ ସରପଞ୍ଚ । ଏବଂ ଏକ ବିଶାଳ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଭୋଜିରେ ଲୋକଙ୍କ ପାଇଁ ପୁରୀ, ତରକାରୀ, ସେଓ ଓ ଦହି ପ୍ରସ୍ତୁତ କରାଯାଇଥିଲା । ଡାଲୁପୁରା ଗ୍ରାମର ଏଭଳି ନିଆରା ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 11, 2022, 4:56 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.