ETV Bharat / bharat

ମେଣ୍ଟାଲ ହସ୍ପିଟାଲରେ ଯୋଡି ହେଲା ହୃଦୟ, ବିବାହ କରିବେ ଦୁଇ ମାନସିକ ରୋଗୀ - ଚେନ୍ନାଇର ଚର୍ଚ୍ଚିତ ପ୍ରେମ ବିବାହ

ମେଣ୍ଟାଲ ହସ୍ପିଟାଲରେ ଯୋଡି ହେଲା ହୃଦୟ । ଆଜି ବିବାହ କରିବେ ଦୁଇ ମାନସିକ ରୋଗୀ । ଅଧିକ ପଢନ୍ତୁ

ମେଣ୍ଟାଲ ହସ୍ପିଟାଲରେ ଯୋଡି ହେଲା ହୃଦୟ, ବିବାହ କରିବେ ଦୁଇ ମାନସିକ ରୋଗୀ

author img

By

Published : Oct 28, 2022, 3:25 PM IST

ଚେନ୍ନାଇ: ମାନସିକ ରୋଗର ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ । ମେଣ୍ଟାଲ ହସ୍ପିଟାଲରେ ଯୋଡି ହୋଇଗଲା ଦୁଇ ହୃଦୟ । କିଛି ଦିନର ମିଳିମିଶା ପରେ ଆକର୍ଷଣ ବଢିଲା । ଶେଷରେ ସାତ ଜନ୍ମର ସାଥି ହେବାକୁ ନିଷ୍ପତ୍ତି ନେଲେ ଦୁଇ ମାନସିକ ରୋଗୀ । ଚେନ୍ନାଇର ଏକ ସରକାରୀ ହସ୍ପିଟାଲରେ ଦୁଇ ରୋଗୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଏଠାରେ ଦିନେ ଚିକିତ୍ସିତ ହେଉଥିବା ଦୁଇ ମାନସିକ ରୋଗୀ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ମେଣ୍ଟାଲ ହସ୍ପିଟାଲରେ ଯୋଡି ହେଲା ହୃଦୟ, ବିବାହ କରିବେ ଦୁଇ ମାନସିକ ରୋଗୀ
ମେଣ୍ଟାଲ ହସ୍ପିଟାଲରେ ଯୋଡି ହେଲା ହୃଦୟ, ବିବାହ କରିବେ ଦୁଇ ମାନସିକ ରୋଗୀ

ଏହି ଶାଶ୍ବତ ପ୍ରେମ କାହାଣୀର ନାୟକ ନାୟିକା ହେଉଛନ୍ତି ଚେନ୍ନାଇ ନିବାସୀ ମହେନ୍ଦ୍ର(୪୨) ଓ ଦୀପା(୩୬) । ପାରିବାରିକ ବିବାଦକୁ ନେଇ ମହେନ୍ଦ୍ର ମାନସିକ ରୋଗର ଶିକାର ହୋଇଥିଲେ । ଚିକିତ୍ସା ପାଇଁ ଦୁଇ ବର୍ଷ ତଳେ ସେ ଚେନ୍ନାଇ ସ୍ଥିତ କିଲପକ୍କାମ ସାଇକାଟ୍ରିକ ହସ୍ପିଟାଲକୁ( Kilpakkam Psychiatric Hospital) ଆସିଥିଲେ । କିଛି ଦିନର ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ମହେନ୍ଦ୍ର । ଏହାପରେ ସେ ସେହି ହସ୍ପିଟାଲରେ କାମ କରିଥିଲେ ।

ଅନ୍ୟପଟେ ବାପାଙ୍କ ମୃତ୍ୟୁ ଦୀପାଙ୍କୁ ମାନସିକସ୍ତରରେ ଶକ୍ତ ଆଘାତ ଦେଇଥିଲା । କ୍ରମଶଃ ତାଙ୍କର ମାନସିକ ସ୍ଥିତି ବିଗିଡି ଯାଇଥିଲା । ଯାହାପରେ ସେ ମଧ୍ୟ କିଲପକ୍କାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲ । ଏହିଠାରେ ଦୀପାଙ୍କୁ ଦେଖିଥିଲେ ମହେନ୍ଦ୍ର । ମହେନ୍ଦ୍ର ମେଡିକାଲରେ ଦୀପାଙ୍କ ଖୁବ୍ ଯତ୍ନ ନେଇଥିଲେ । ତାଙ୍କୁ ଦୀପା ଖୁବ୍ ଭଲ ଲାଗିଥିଲେ ଏବଂ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିଛି ଦିନର ମିଳାମିଶା ପରେ ମହେନ୍ଦ୍ର ଦୀପାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ଏ ବିଷୟରେ ଭାବିବା ପାଇଁ ଦୀପା କିଛି ସମୟ ମାଗିଥିଲେ । ଶେଷରେ ସେ ମଧ୍ୟ ମହେନ୍ଦ୍ରଙ୍କ ପ୍ରେମରେ ପଡି ଯାଇଥିଲେ ଏବଂ ବିବାହ ପାଇଁ ହଁ କହିଥିଲେ ।

ଏନେଇ ମହେନ୍ଦ୍ର କୁହନ୍ତି, ''ଯେତେବେଳେ ମୁଁ ପ୍ରଥମେ ଦୀପାଙ୍କ ଦେଖିଲେ ସେ ମୋତେ ମୋ ମାଆ ଭଳି ଲାଗିଲେ । ମୋ ମାଆ ଜଣେ ଶିକ୍ଷୟିତ୍ରୀ ଥିବାବେଳେ ଦୀପା ମଧ୍ୟ ଶିକ୍ଷକତା କରୁଥିବା ଜାଣିଲି । ଏହାପରେ ତାଙ୍କୁ ଭଲ ପାଇ ବସିଲି ।'' କେବେ ବିବାହ କରିବାକୁ ଭାବିନଥିବା ଦୀପା ମଧ୍ୟ ମହେନ୍ଦ୍ରଙ୍କ ଜୀବନ ସାଥି ରୂପେ ପାଇ ଖୁବ୍ ଖୁସିବ୍ୟକ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ମହଙ୍ଗା ପଡିଲା ଫାୟାର ହେୟାର କଟ୍‌, ଚୁଟି କାଟିବା ବେଳେ ଜଳିଗଲା ଶରୀରର ଅନେକ ଅଂ

ଏବେ ଏହି ପ୍ରେମୀ ଯୁଗଳ କିଲପକ୍କାମ ସରକାରୀ ମେଣ୍ଟାଲ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହେଁ ଚିକିତ୍ସିତ ହେଉଥିବା ମେଡିକାଲରେ ହେଁ ସେମାନଙ୍କ ବିବାହ ଉତ୍ସବ ଆୟୋଜିତ ହେବ । ନିଜର ନୂଆ ଜୀବନ ଆରମ୍ଭ ପାଇଁ ଦୀପା ଓ ମହେନ୍ଦ୍ର ଏକ ଘର ଭଡାରେ ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.