ETV Bharat / bharat

ପସନ୍ଦ ଆସିଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲେ କନ୍ୟା

author img

By

Published : Nov 10, 2022, 11:38 AM IST

ଲେହେଙ୍ଗା ପସନ୍ଦ ନଆସିବାରୁ ମାଆ କଥାରେ ପଡି ବିବାହ ଭାଙ୍ଗିଲେ କନ୍ୟା । ଥାନାରେ ପହଞ୍ଚିଲା ମାମଲା । ଅଧିକ ପଢନ୍ତୁ

ପସନ୍ଦ ଆସିଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲେ କନ୍ୟା
ପସନ୍ଦ ଆସିଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲେ କନ୍ୟା

ଡେରାଡୁନ: ପସନ୍ଦ ଆସିଲାନି ଲେହେଙ୍ଗା । ରାଗିଯାଇ ବିବାହ ଭାଙ୍ଗିଲେ କନ୍ୟା । ନିଜ ବାହାଘରରେ ସବୁଠୁ ସୁନ୍ଦର ଦିଶିବା ଓ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ସବୁ ଯୁବକ-ଯୁବତୀଙ୍କ ସ୍ବପ୍ନ । ହେଲେ ଲେହେଙ୍ଗା ପସନ୍ଦ ନଆସିବାରୁ କେହି ଯୁବତୀ ଯେ ନିଜର ବିବାହ ଭାଙ୍ଗିପାରିବେ ହୁଏତ ଆପଣ କେବେ ଶୁଣିନଥିବେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଉତ୍ତରାଖଣ୍ଡର ହଲଦ୍ବାନୀରେ(Haldwani ) ଏହି ଘଟଣା ଘଟିଛି । ଜଣେ ଯୁବତୀ ଲେହେଙ୍ଗା ପାଇଁ ମାଆ କଥାରେ ପଡି ନିଜର ବାହାଘର ଭାଙ୍ଗି ଦେଇଛନ୍ତି(marriage broke up due to dispute over lehenga) । ଯାହାକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି ।

ପୁରା ଘଟଣାଟି କିଛି ଏପରି ରହିଛି । ହଲଦ୍ବାନୀ ନିବାସୀ ଯୁବତୀଙ୍କ ଅଲ୍‌ମୋରା ଅଞ୍ଚଳର ଜଣେ ଯୁବକଙ୍କ ସହ ବାହାଘର ଲାଗିଥିଲା । ଗତ ଜୁନରେ ଦୁହିଁଙ୍କ ନିର୍ବନ୍ଧ ପରେ ନଭେମ୍ବର ୫ରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ତେଣୁ ଉଭୟ ପକ୍ଷ ବିବାହ ପ୍ରସ୍ତୁତିରେ ଲାଗି ପଡିଥିଲେ । ବିବାହରେ ବରପକ୍ଷ କନ୍ୟା ପାଇଁ ଲେହେଙ୍ଗା କିଣିବେ ବୋଲି ସ୍ଥିର କରାଯାଇଥିଲା । ଏଥିପାଇଁ ବରର ପିତା ୧୦ ହଜାର ଟଙ୍କାରେ ଲକ୍ଷ୍ନୌରୁ ଲେହେଙ୍ଗା କିଣିଥିଲେ । ହେଲେ କନ୍ୟାଘରେ ଲେହେଙ୍ଗା ପହଞ୍ଚିବା ପରେ ଯୁବତୀଙ୍କୁ ତାହା ପସନ୍ଦ ଆସିନଥିଲା । ଏକଥା ସେ ବରଘରକୁ ସଫା ସଫା ଜଣାଇ ଦେଇଥିଲେ । ତା' ପରେ ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଖୁବ୍ ହଙ୍ଗାମା ହୋଇଥିଲା । କନ୍ୟା ନିଜ ମାଆ କଥାରେ ପଡି ବିବାହ ଭାଙ୍ଗିବା ପାଇଁ କହିଥିଲେ ।

ଏହାମଧ୍ୟ ପଢନ୍ତୁ: ହରିୟାଣାରେ ନିର୍ଭୟା କାଣ୍ଡ: ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପାଇପ୍ ଭର୍ତ୍ତି, ପାର୍କରୁ ମିଳିଲା ମୃତଦେହ

ତେବେ ବିବାଦ ଏତେ ବଢିଯାଇଥିଲେ ଯେ ଶେଷରେ ବରପକ୍ଷ ମଧ୍ୟ ବିବାହ ପାଇଁ ଅରାଜି ହୋଇଥିଲେ । ଅକ୍ଟୋବର ୩୦ରେ ଦୁଇ ପକ୍ଷଙ୍କ ମଧ୍ୟରେ ଏନେଇ ବୁଝାମଣା ହୋଇଥିଲା । ବରର ପିତା ସମ୍ପର୍କୀୟଙ୍କୁ ନେଇ ଯୁବତୀଙ୍କ ଘରେ ପହଞ୍ଚି ବୁଝାମଣା ଭାବେ ଏକ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଏତିକିରେ ବିବାଦର ସମାଧାନ ହୋଇନଥିଲା । କନ୍ୟାପକ୍ଷ ଲୋକେ ହଲଦ୍ବାନୀ କୋତବାଲିରେ ପହଞ୍ଚି ଥାନାରେ ବରପକ୍ଷ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ବରପକ୍ଷ ମଧ୍ୟ ପାଲଟା ଅଭିଯୋଗ କରିଥିଲେ । ଶେଷରେ ପୋଲିସର ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡିଥିଲା ଏବଂ ବିବାହ ଭାଙ୍ଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.