ETV Bharat / bharat

କର୍ଣ୍ଣାଟକରେ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ, ଶାଖା ସଂଖ୍ୟା ରାଜ୍ୟରେ 23 ଓ ଦେଶରେ 110କୁ ବୃଦ୍ଧି - ମାର୍ଗଦର୍ଶୀ ଚିଟଫଣ୍ଡର ନୂଆ ଶାଖା

କର୍ଣ୍ଣାଟକର ହାଭେରୀରେ ଆଉ ଏକ ଶାଖା ଖୋଲିଲା ‘ମାର୍ଗଦର୍ଶୀ ଚିଟଫଣ୍ଡ’ । ରାଜ୍ୟରେ ଶାଖା ସଂଖ୍ୟା 23 ଓ ଦେଶରେ ସଂଖ୍ୟା 110 କୁ ବୃଦ୍ଧି । ରାଜ୍ୟବାସୀଙ୍କୁ ସର୍ବୋତ୍ତମ ଚିଟ୍‌ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଥିବା କହିଲେ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ଆଉ ଏକ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ, ରାଜ୍ୟରେ 23ତମ ଓ ଦେଶରେ 110 ତମ ଶାଖା

author img

By ETV Bharat Odisha Team

Published : Oct 16, 2023, 5:12 PM IST

Updated : Oct 16, 2023, 5:17 PM IST

କର୍ଣ୍ଣାଟକରେ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ, ଶାଖା ସଂଖ୍ୟା ରାଜ୍ୟରେ 23 ଓ ଦେଶରେ 110କୁ ବୃଦ୍ଧି

ବେଙ୍ଗାଲୁରୁ: କର୍ଣ୍ଣାଟକର ହାଭେରୀରେ ଆଉ ଏକ ନୂତନ ଶାଖା ଖୋଲିଲା ଦେଶର ଅଗ୍ରଣୀ ଚିଟ୍‌ ସଂସ୍ଥା ‘ମାର୍ଗଦର୍ଶୀ ଚିଟଫଣ୍ଡ’ । ଏହି ନୂତନ ଶାଖା ସହ ରାଜ୍ୟରେ ସଂସ୍ଥାର ଶାଖା ସଂଖ୍ୟା 23 ଓ ସମଗ୍ର ଦେଶରେ 110 କୁ ବୃଦ୍ଧି ପାଇଛି । ଆଜି ଏହି ନୂତନ ଶାଖାକୁ ସଂସ୍ଥାର ନିର୍ଦ୍ଦେଶକ ପି.ଲକ୍ଷ୍ମଣ ରାଓ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିର୍ଦ୍ଦେଶକ ରାଓ କହିଛନ୍ତି,‘‘ ଆଜି ଏହି ଶାଖା ସହ ରାଜ୍ୟରେ 23ତମ ଓ ଦେଶରେ 110 ତମ ଶାଖାରେ ପହଞ୍ଚିଛୁ । ଏବେ କର୍ଣ୍ଣାଟକର ହାଭେରୀବାସୀ ମାର୍ଗଦର୍ଶୀଠାରୁ ସର୍ବୋତ୍ତମ ଚିଟ୍‌ ସେବା ସୁବିଧା ପାଇପାରିବେ ।’’

ଆହୁରି ମଧ୍ୟ ସେ କହିଛନ୍ତି, ‘‘ହାଭେରୀ ଶାଖା 15 କୋଟି ଟଙ୍କାର ଜମା ସଂଗ୍ରହ କରିଛି । ଏହି ମାସ ଶେଷ ସୁଦ୍ଧା ଏହି ରାଶିକୁ 20 କୋଟିରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଶାଖାରେ ଲକ୍ଷେ ଟଙ୍କାରୁ ଆରମ୍ଭ କରି 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିଟ୍‌ ଭ୍ୟାଲୁ ଉପଲବ୍ଧ ରହିଛି । ସେହିପରି 2 ହଜାରରୁ ଆରମ୍ଭ କରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ସବକ୍ରିପସନ ମଧ୍ୟ ରହିଛି । 25, 30, 40 ଓ 50 ମାସ ଅବଧି ବିଶିଷ୍ଟ ଚିଟ୍‌ ଭ୍ୟାଲୁ ମଧ୍ୟ ଏହି ଶାଖା ନିକଟରେ ଉପଲବ୍ଧ ରହିଛି ।’’

ନିର୍ଦ୍ଦେଶକ ରାଓ ଆହୁରି ମଧ୍ୟ କହିଛନ୍ତି, ‘‘କର୍ଣ୍ଣାଟକରେ 25ଟି ନୂତନ ଶାଖା ଖୋଲିବା ପାଇଁ ଆମର ପର୍ଯ୍ୟାପ୍ତ ସମ୍ବଳ ଅଛି । ଆଜି ଶାଖାକୁ ମିଶାଇ ରାଜ୍ୟରେ ସଂଖ୍ୟା 23କୁ ବୃଦ୍ଧି ପାଇଛି । ଏହାର ଏକ ଅଂଶ ଭାବରେ, ଆମେ ଚଳିତ ଆର୍ଥିକବର୍ଷ ଶେଷ ହେବା ପୂର୍ବରୁ କର୍ଣ୍ଣାଟକର ଆଉ ଦୁଇଟି ସ୍ଥାନକୁ ଶାଖା ବିସ୍ତାର କରିବାକୁ ଯାଉଛୁ । କର୍ଣ୍ଣାଟକବାସୀଙ୍କୁ ସର୍ବୋତ୍ତମ ଚିଟ୍ ସେବା ଯୋଗାଇବା ପାଇଁ ‘ମାର୍ଗଦର୍ଶୀ ଚିଟଫଣ୍ଡ’ ସର୍ବଦା ସେମାନଙ୍କର ବିଶ୍ୱସ୍ତ କମ୍ପାନୀ ଓ ଆର୍ଥିକ ଆବଶ୍ୟକତା ପାଇଁ ଏକ ଭଲ ସହଭାଗୀ ଭାବେ ରହି ଆସିଛି ।’’

ଏହା ମଧ୍ୟ ପଢନ୍ତୁ :- ଶିବ କୁମାରଙ୍କୁ ଆଶ୍ବସ୍ତି: CBI ତଦନ୍ତ ଉପରେ ଜାରି ରହିତାଦେଶ ଉଠାଇବାକୁ ମନା କଲେ ସର୍ବୋଚ୍ଚ କୋର୍ଟ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେବଳ ଦକ୍ଷିଣ ଭାରତୀୟ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶରେ ଏକ ଅଗ୍ରଣୀ ଚିଟଫଣ୍ଡ ସଂସ୍ଥା ହେଉଛି ‘ମାର୍ଗଦର୍ଶୀ ଚିଟଫଣ୍ଡ’ । ବର୍ତ୍ତମାନ ଏହା ଦେଶର ବହୁ ରାଜ୍ୟରେ ସର୍ବୋତ୍ତମ ଚିଟ୍‌ ସେବା ପ୍ରଦାନ କରୁଛି । ଏବେ ସୁଦ୍ଧା ସଂସ୍ଥା ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଥିବା ମୋଟ 110 ଶାଖା ମାଧ୍ୟମରେ ଏହି ଚିଟ୍‌ ସେବା ପ୍ରଦାନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 16, 2023, 5:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.