ETV Bharat / bharat

ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ: 9 ଜୀବନ୍ତ ଦଗ୍ଧ, 20 ଆହତ

author img

By ETV Bharat Odisha Team

Published : Aug 26, 2023, 8:38 AM IST

Updated : Aug 26, 2023, 10:46 AM IST

ମଦୁରାଇ ଷ୍ଟେସନ ନିକଟରେ ଟୁରିଷ୍ଟ ଟ୍ରେନରେ ଲାଗିଲା ନିଆଁ । ଏଥିରେ 9 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଟୁରିଷ୍ଟ ଟ୍ରେନରେ ଭୀଷଣ ଅଗ୍ନିକାଣ୍ଡ
ଟୁରିଷ୍ଟ ଟ୍ରେନରେ ଭୀଷଣ ଅଗ୍ନିକାଣ୍ଡ
ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ

ଚେନ୍ନାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟରେ ବଡ ଅଘଟଣ । ଷ୍ଟେସନରେ ଛିଡା ହୋଇଥିବା ଗୋଟିଏ ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୁଇଟି ବଗିରେ ଭୀଷଣ ନିଆଁ ଲାଗିବା ଯୋଗୁଁ 9 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ଓ 20 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଟ୍ରେନ ଲକ୍ଷ୍ନୌରୁ ରାମେଶ୍ବରମ ଯାତ୍ରା କରୁଥିଲା । ସମସ୍ତ ମୃତକ ଉତ୍ତର ପ୍ରଦେଶର । ଟ୍ରେନ ମଦୁରାଇ ୟାର୍ଡ ଜଙ୍କସନ ପାଖରେ ଅଟକି ଥିବାବେଳେ ସକାଳ ପ୍ରାୟ 5ଟା 15 ମିନିଟ୍ ବେଳେ ଏଥିରେ ଅଚାନକ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ନିଆଁରେ ଟ୍ରେନର ଦୁଇ ବଗି ସମ୍ପୂର୍ଣ୍ଣ ଜଳି ଯାଇଛି । ଦମକଳ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଛି । ତେବେ ଅଗ୍ନିକାଣ୍ଡ ସମୟରେ ଟ୍ରେନ ଭିତରୁ 2 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆହତ ପର୍ଯ୍ୟଟକମାନଙ୍କୁ ରାଜାଜି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ 7 ଜଣ ଆଖି ବୁଜିଥିଲେ । ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ମଦୁରାଇ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ମଦୁରାଇ ଡିଭିଜନର ରେଲୱେ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଯିବା ସହ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟିଛନ୍ତି ଓ ସମସ୍ତ ଆବଶ୍ୟକୀୟ ସହୟତା ଯୋଗାଇ ଦେବାକୁ ଆଶ୍ବସନା ଦେଇଛନ୍ତି ।

ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ
ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ

ଏହାମଧ୍ୟ ପଢନ୍ତୁ: ଟ୍ରେନରେ ନିଆଁ ଲାଗିଥିବା ଗୁଜବ, ନଦୀକୁ ଡେଇଁଲେ ଯାତ୍ରୀ !

ଏହି ଟୁରିଷ୍ଟ ଟ୍ରେନ ଉତ୍ତର ପ୍ରଦେଶର ଲଖିମପୁରରୁ ଖେରିରୁ ଯାତ୍ରୀଙ୍କୁ ନେଇ ରାମେଶ୍ବରମ ଯାଉଥିଲା । ମଦୁରାଇ ଜଙ୍କସନରେ ସକାଳ 3ଟା 47ରେ ପହଞ୍ଚିଥିଲା । ଟ୍ରେନ ଅଟକି ରହିଥିବା ବେଳେ 5ଟା 15 ମିନିଟ୍ ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା । ଦୁଇ ଘଣ୍ଟାର କସରତ ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ଅଗ୍ନିକାଣ୍ଡ ସମୟର ଭିଡିଓ ସାମ୍ନାକୁ ଆସିଛି । ଟ୍ରେନର ଦୁଇଟି ବଗି ହୁତୁ ହୁତୁ ହୋଇ ଜଳୁଥିବା ବେଳେ ଆଖପାଖର ଲୋକେ ଚିତ୍କାର କରୁଥିବା ଦେଖିବାକୁ ମିିଳିଛି ।

ଏଥିପାଇଁ ଲାଗିଲା ନିଆଁ: ଟ୍ରେନରେ କିଛି ଶ୍ରଦ୍ଧାଳୁ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିଲେ । ଟ୍ରେନ ରହଣି ବେଳେ ଶ୍ରଦ୍ଧାଳୁମାନେ ସିଲିଣ୍ଡରରେ ରୋଷେଇ କରି ଖାଇବାକୁ ଚେଷ୍ଟା କରୁଥିଲେ । ସେମାନେ ଚା' ତିଆର କରୁଥିବା ବେଳେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ବିସ୍ଫୋରଣ ହୋଇଥିଲା ଏବଂ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ଯାତ୍ରୀମାନେ ଜୀବନ ବିକଳରେ ଚିତ୍କାର କରିଥିଲେ । 50ରୁ ଅଧିକ ଯାତ୍ରୀ ଟ୍ରେନରୁ ବାହାରୁ ଆସିବାରେ ସକ୍ଷମ ହୋଇଥିଲେ । ଆଉ କିଛି ଫସି ରହିଯାଇଥିଲେ।

Last Updated : Aug 26, 2023, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.