ଚଣ୍ଡିଗଡ଼: ପଞ୍ଜାବରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହାସତ୍ତ୍ବେ କିଛି ଘଟଣା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରୁଛି । ନିଶା କାରବାର ମାମଲାରେ ୨ ହଜାର ଦୋଷୀ ଏବେ ଜେଲ୍ ବାହାରେ ରହିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ ପରେ ଏହି ତଥ୍ୟ ପଦାକୁ ଆସିଛି । ଏହି ରିପୋର୍ଟ ମୁତାବକ ୨ ହଜାର ଦୋଷୀ ପାରୋଲରେ ଯାଇ ଆଉ ଜେଲ୍କୁ ଫେରି ନାହାନ୍ତି । ଖାଲି ସେତିକି ନୁହେଁ ପାରୋଲରୁ ଫେରିନଥିବା 2000 ଦୋଷୀଙ୍କୁ ପଳାତକ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ଏଯାଏଁ ଗିରଫ କରି ପାରିନାହିଁ ପଞ୍ଜାବ ପୋଲିସ ।
ପଞ୍ଜାବରେ ଏଭଳି ଅନେକ ନିଶା କାରବାର ମାମଲା ୨୦୨୦ ମସିହାରୁ ରହିଛି । ତେବେ ଆଜି ଯାଏଁ ଏହାର ବିଚାର ହୋଇ ପାରୁନାହିଁ । ପଞ୍ଜାବ ଆପେକ୍ସ କୋର୍ଟ ରାଜ୍ୟରେ କେତେ ଦୋଷୀ ପାରୋଲରେ ଅଛନ୍ତି ସେନେଇ ସରକାରଙ୍କୁ ସ୍ପଷ୍ଟ ରିପୋର୍ଟ ମାଗିଥିଲେ । ଏହାପରେ ରାଜ୍ୟ ସରକାର ଏ ସନ୍ଦର୍ଭରେ ସୁପ୍ରିମକୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ।