ETV Bharat / bharat

ପଟିଆଲା ଜେଲ୍‌ରୁ ୧୯ ମୋବାଇଲ ଜବତ, କାନ୍ଥ ଭିତରେ ଲୁଚା ଯାଉଥିଲା ଫୋନ - ପଟିଆଲା ଜେଲ୍‌ରୁ ମୋବାଇଲ ଜବତ

ପଞ୍ଜାବ ପଟିଆଲା ସେଣ୍ଟ୍ରାଲ ଜେଲ୍‌ ମଧ୍ୟରୁ ଜବତ ହେଲା ୧୯ ମୋବାଇଲ । ଏହିସବୁ ମୋବାଇଲକୁ କାନ୍ଥ ଭିତରେ ଲୁଚାଇ ରଖୁଥିଲେ କଏଦୀ । ଅଧିକ ପଢନ୍ତୁ

ପଟିଆଲା ଜେଲ୍‌ରୁ ୧୯ ମୋବାଇଲ ଜବତ, କାନ୍ଥ ଭିତରେ ଲୁଚାଯାଉଥିଲା ଫୋନ

author img

By

Published : Aug 7, 2022, 7:34 PM IST

ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ସେଣ୍ଟ୍ରାଲ ଜେଲ୍‌ରେ ରବିବାର ଅଚାନକ ଅଧିକାରୀମାନେ ଚଢାଉ କରିଛନ୍ତି । ଏହି ଯାଞ୍ଚ ସମୟରେ ଜେଲ୍‌ରୁ ୧୯ଟି ମୋବାଇଲକୁ ଜବତ କରାଯାଇଛି । କଏଦୀମାନେ ଏହି ମୋବାଇଲ ଗୁଡ଼ିକୁ କାନ୍ଥ ମଧ୍ୟରେ ଛୋଟ ଛୋଟ ସୁଡଙ୍ଗ କରି ଲୁଚେଇ ରଖିଥିବା ଜଣାପଡ଼ିଛି । କାହା ସହିତ ଯୋଗାଯୋଗ କରିବା ଲାଗି ଏହି ମୋବାଇଲ ବ୍ୟବହାର ହୋଇଛି ସେ ସମ୍ପର୍କରେ ତଦନ୍ତ କରୁଛି ପୋଲିସ ।

ଜେଲରେ ସଜା କାଟୁଥିବା କଏଦୀମାନେ ମୋବାଇଲର ବ୍ୟବହାର କରୁଥିବା ନେଇ ଲଗାତାର ଖବର ସାମନାକୁ ଆସିଥାଏ । ଜେଲ ପ୍ରଶାସନର କଡା ପଦକ୍ଷେପ ସତ୍ତ୍ବେ ମୋବାଇଲ ଲୁଚାଇଭା ଲାଗି କଏଦୀମାନେ ନୂଆ ନୂଆ ଉପାୟ ଆପଣାଉଛନ୍ତି । ହଠାତ ଯେତେବେଳେ ଜେଲ୍‌ରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ କଏଦୀମାନେ ଭୟଭୀତ ହୋଇଯାଇଥିଲେ । ଯାଞ୍ଚ ସମୟରେ ଜେଲ୍‌ରୁ ୧୯ଟି କି-ପ୍ୟାଡ୍‌ ମୋବାଇଲ ମିଳିଥିଲା । ଏଗୁଡିକୁ କାନ୍ଥ ମଧ୍ୟରେ ଛୋଟ ଛୋଟ ସୁଡଙ୍ଗ କରାଯାଇ ଅତି ଚତୁରତାର ସହିତ ଲୁଚାଯାଇଥିଲା ।

ମୋବାଇଲ ଗୁଡ଼ିକ ଜବତ ହେବା ପରେ ଅଧିକାରୀମାନେ ଏହାକୁ ଯାଞ୍ଚ ପାଇଁ ପଠାଇଛନ୍ତି । ଏଥିରୁ କଏଦୀମାନେ କାହା ସହିତ ଯୋଗାଯୋଗ କରିଛନ୍ତି ସେ ନେଇ ଯାଞ୍ଚ କରୁଛି ପୋଲିସ । ସୂଚନା ଥାଉ କି ଫରିଦକୋଟ ଜେଲର ସୁପରିଟେଣ୍ଡେଣ୍ଟ ବିନି ଢାଙ୍ଗ ଜେଲକୁ ଡ୍ରଗ୍ସ ନେଇ ଯାଉଥିବାର ଧରା ପଡିଥିଲେ । ତାଙ୍କ ନିକଟରୁ ୮୦ ଗ୍ରାମର ହେରୋଇନ ଜବତ ହୋଇଥିଲା । ଏହାକୁ ଛୋଟ ଛୋଟ ପ୍ୟାକେଟରେ ଫାଇଲରେ ଲୁଚାଯାଇ ନିଆଯାଇଥିଲା । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.