ETV Bharat / bharat

ବିଶାଖାପାଟଣା ପୋଲିସ ନିକଟରେ ୬୦ ମାଓବାଦୀଙ୍କ ଆତ୍ମସମର୍ପଣ, ଜଣେ ଦୁର୍ଦ୍ଦାନ୍ତ ଗିରଫ - ବିଶାଖାପାଟଣା ପୋଲିସ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

ଆନ୍ଧ୍ର ପ୍ରଦେଶ ପୋଲିସ ନିକଟରେ ମଙ୍ଗଳବାର ୬୦ ଜଣ ମାଓ ସଦସ୍ୟ ଓ ମିଲିସିଆ ଆତ୍ମ ସମର୍ପଣ କରିଛନ୍ତି । ଏମାନେ ପ୍ରାୟ ୧୨୪ରୁ ଅଧିକ ମାଓ ହିଂସାରେ ସାମିଲ ଥିବା ନେଇ ସୂଚନା ଦେଇଛି ପୋଲିସ । ଅଧିକ ପଢ଼ନ୍ତୁ

ବିଶାଖାପାଟଣା ପୋଲିସ ନିକଟରେ ୬୦ ମାଓବାଦୀଙ୍କ ଆତ୍ମସମର୍ପଣ, ଜଣେ ଦୁର୍ଦ୍ଦାନ୍ତ ଗିରଫ

author img

By

Published : Jun 28, 2022, 9:19 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶ ପୋଲିସ ନିକଟରେ ମଙ୍ଗଳବାର ୬୦ ଜଣ ମାଓ ସଦସ୍ୟ ଓ ମିଲିସିଆ ଆତ୍ମ ସମର୍ପଣ କରିଛନ୍ତି । ବିଶାଖା ରେଞ୍ଜ DIG ହରିକ୍ରୀଷ୍ଣାଙ୍କ ଉପସ୍ଥିତିରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩୩ ଜଣ କୋରୁକୋଣ୍ଡା ମାଓ କମିଟିର ସଦସ୍ୟ ରହିଥିବା ବେଳେ ୨୭ ଜଣ ମିଲିସିଆ ରହିଛନ୍ତି ।

୬୦ ଜଣଙ୍କ ଛଡ଼ା ଦୁର୍ଦ୍ଦାନ୍ତ ମାଓବାଦୀ ବନ୍ତଳ ରାମକ୍ରୀଷ୍ଣକୁ ଗିରଫ କରିଛି ପୋଲିସ । ୨୦୧୮ରେ ଦୁଇ ରାଜନେତାଙ୍କ ହତ୍ୟାକାଣ୍ଡରେ ବନ୍ତଳ ରାମକ୍ରୀଷ୍ଣ ସାମିଲ ରହିଥିଲା । ଏଥିପାଇଁ ତାକୁ ଗିରଫ କରିଛି ପୋଲିସ । କୋଣ୍ଡୁରାମ ଗ୍ରାମରୁ ଇଞ୍ଜାରୀ ଯାଉଥିବା ବେଳେ ରାମକ୍ରୀଷ୍ଣାକୁ ଗିରଫ କରାଯାଇଛି । ତତ୍କାଳୀନ ତେଲୁଗୁ ଦେଶମ ପାର୍ଟି ବିଧାୟକ କିଦାରୀ ସର୍ବେଶ୍ବର ରାଓ ଓ ପୂର୍ବତନ ବିଧାୟକ ଶିବେରୀ ସୋମାଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା ବନ୍ତଳ । ସେ ଅଶୋକ, ପ୍ରଭାକର ଓ ଗୋଡ୍ଡାଳୀ ରାୟୁଡୁ ନାମରେ ମଧ୍ୟ ପରିଚିତ । ପେଡାବାୟୁଲୁ କୋରୁକୁଣ୍ଡା ଏରିଆର ସେକ୍ରଟାରୀ ଥିଲା ବନ୍ତଳ ।

ଆତ୍ମସମର୍ପଣ କରଥିବା ୬୦ ଜଣଙ୍କ ମଧ୍ୟରେ ୮ ଜଣ ମହିଳା ରହିଛନ୍ତି । ଏହି ମହିଳା ମାଓବାଦୀ ଆନ୍ଧ୍ର ଓଡ଼ିଶା ସୀମା ନିକଟରେ ସକ୍ରିୟ ରହିଥିଲେ । ଏମାନେ ପ୍ରାୟ ୧୨୪ରୁ ଅଧିକ ମାଓ ହିଂସାରେ ସାମିଲ ଥିବା ନେଇ ସୂଚନା ଦେଇଛି ପୋଲିସ । ୬୦ ଜଣ ମାଓ ସଦସ୍ୟ ଓ ମିଲିସିଆଙ୍କଠାରୁ ୩୭ ଲକ୍ଷ ନଗଦ ଟଙ୍କା ଓ ଲ୍ୟାଣ୍ଡମାଇନ୍ସ ଜବତ କରିଛି ପୋଲିସ । ରାମକ୍ରୀଷ୍ଣାକୁ ଛାଡ଼ି ବାକି ସମସ୍ତ ମାଓ ଓ ମିଲିସିଆଙ୍କ ପୁନର୍ବାସ କରାଇବ ପୋଲିସ ପ୍ରଶାସନ । ତାସହିତ ସେମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.