ETV Bharat / bharat

ସିକିମରେ ଭୟଙ୍କର ହିମସ୍ଖଳନ: 6 ମୃତ, ଫସିଛନ୍ତି 80ରୁ ଅଧିକ ପର୍ଯ୍ୟଟକ - avalanche on Nathula road

ସିକିମ ନାଥୁଲାରେ ଭୟଙ୍କର ହିମସ୍ଖଳନ । ଅତିକମରେ 6 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 80ରୁ ଅଧିକ ପର୍ଯ୍ୟଟକ ବରଫ ତଳେ ଫସି ରହିଥିବା ଆଶଙ୍କା । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ସିକିମରେ ଭୟଙ୍କର ହିମସ୍ଖଳନ
ସିକିମରେ ଭୟଙ୍କର ହିମସ୍ଖଳନ
author img

By

Published : Apr 4, 2023, 4:39 PM IST

ଗ୍ୟାଙ୍ଗଟକ: ସିକିମରେ ଧସିଲା ବରଫ ପାହାଡ । ସିକିମ ନାଥୁଲା ଅଞ୍ଚଳରେ ଆଜି(ମଙ୍ଗଳବାର) ବଡ ଧରଣର ହିମସ୍ଖଳନ ହୋଇଛି । ଏଥିରେ ଅତିକମରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ 4 ପୁରୁଷ, ଜଣେ ମହିଳା ଓ ଶିଶୁ ରହିଛନ୍ତି । ହିମସ୍ଖଳନରେ 80ରୁ ଅଧିକ ପର୍ଯ୍ୟଟକ ବରଫ ତଳେ ଫସିରହିଥିବା ଆଶଙ୍କା କରାଯାଉଛି । ସେହିପରି ବର୍ତ୍ତମାନ ସୁଦ୍ଧା 30 ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଏସଟିଏନଏମ ଓ ସେଣ୍ଟ୍ରାଲ ରେଫେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ 5 ଛାତ୍ର, 3 ମୃତ ଓ ଜଣେ ଗୁରୁତର

ପ୍ରାପ୍ତ ସୂଚନା ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ 12ଟା 20 ମିନିଟ୍ ସମୟରେ ନାଥୁଲା ଓ ଗ୍ୟାଙ୍ଗଟକକୁ ସଂଯୋଗ କରୁଥିବା ଜବହାରଲାଲ ନେହେରୁ ରାସ୍ତାରେ ଏପରି ବଡ ଧରଣର ହିମସ୍ଖଳନ ହୋଇଛି । ବରଫ ଅତଡା ଖସିବା ଯୋଗୁଁ ଗୋଟିଏ ଟୁରିଷ୍ଟ ବସ୍ ନିୟନ୍ତ୍ରଣ ହରାଇ ଖାଇକୁ ଖସି ମଧ୍ୟକୁ ପଡିଥିଲା । ଯେଉଁ କାରଣରୁ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏ ଯାଏଁ ମୃତକମାନଙ୍କ ପରିଚୟ ମିଳିପାରି ନାହିଁ । ସେହିପରି ହିମସ୍ଖଳନ ପରେ ବରଫ ତଳେ 80ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସିକିମ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ବିଭିନ୍ନ ଯାନବାହାନ ଡ୍ରାଇଭର, ଟ୍ରାଭେଲ ଏଜେଣ୍ଟ ଆସୋସିଏସନ ଏବଂ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: ଚୀନର ମନମାନି, ବଦଳାଇଲା ଅରୁଣାଚଳ ପ୍ରଦେଶର 11 ସ୍ଥାନର ନାଁ

ମାସେ ହେଲାଣି ସିକିମରେ ପ୍ରବଳ ତୁଷାରପାତ ଲାଗି ରହିଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ଜବାହାରଲାଲ ନେହେରୁ ରୋଡରେ 13 ମାଇଲ ଯାଏଁ ଯିବାକୁ ଅନୁମତି ଦିଆଯାଇଥିଲା । ହେଲେ ସେମାନେ ବିନା ଅନୁମତିରେ 15 ମାଇଲ ପର୍ଯ୍ୟନ୍ତ ଯାଇଥିଲେ । ଯେଉଁ କାରଣରୁ ହିମସ୍ଖଳନ ପରେ ସମସ୍ତେ ଫସି ଯାଇଥିଲେ । ପ୍ରକାଶଥାଉ କି, ଏହାପୂର୍ବରୁ ଗତ ଜାନୁଆରୀରେ ଲଦ୍ଦାଖର ତଙ୍ଗୋଲ ଗାଁରେ ବଡ ଧରଣର ହିମସ୍ଖଳନ ହୋଇଥିଲା । ଏଥିରେ ଦୁଇ ଜଣ ପ୍ରାଣ ହରାଇଥିଲେ । ସେହିପରି ଗତବର୍ଷ ଉତ୍ତରକାଶୀରେ ମଧ୍ୟ ଭୟଙ୍କର ହିମସ୍ଖଳନ ହୋଇଥିଲା । ଏହି ଅଘଟଣରେ 16 ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.