ETV Bharat / bharat

ପାରୋଲରେ ଆସି ତିହାର ଜେଲରୁ ୨୪୦୦ କଏଦୀ ଗାଏବ

କୋରୋନାର ପ୍ରଥମ ଲହରରେ ତିହାର ଜେଲରୁ ମୁକ୍ତ ହୋଇଥିବା 6 ହଜାର କଏଦୀଙ୍କ ମଧ୍ୟରୁ 2400 ଜଣଙ୍କ ପତ୍ତା ମିଳୁନି । ନିଖୋଜ କଏଦୀଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ପ୍ରୟାସ ଜାରି । ଅଧିକ ପଢନ୍ତୁ

ତିହାର ଜେଲର 2400 କଏଦୀ ନିଖୋଜ
ତିହାର ଜେଲର 2400 କଏଦୀ ନିଖୋଜ
author img

By

Published : Mar 19, 2022, 12:50 PM IST

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଲହରରେ କୋରୋନା ସଂକ୍ରମଣ ବୃଦ୍ଧିରୁ ତିହାର ଜେଲରୁ ୬ ହଜାର କଏଦୀଙ୍କୁ ମୁକ୍ତ କରାଯାଇଥିଲା । ଏବେ କିନ୍ତୁ ସେମାନଙ୍କ ମଧ୍ୟରୁ ୨୪୦୦ ଜଣ କଏଦୀଙ୍କ ପତ୍ତା ମିଳୁନି । ପ୍ରାୟ ଦେଢବର୍ଷ ହେଲା ନିଖୋଜ ଥିବା ବେଳେ କଏଦୀଙ୍କ ଏକ ତାଲିକା ପ୍ରସ୍ତୁତ କରି ସନ୍ଧାନ ଚଳାଇଛି ଦିଲ୍ଲୀ ପୋଲିସ । ଏହି ତାଲିକା ପୋଲିସ ତରଫରୁ ଜାରି କରାଯାଇ ଯେଉଁମାନେ କଏଦୀଙ୍କୁ ଧରିବାରେ ସାହାଯ୍ୟ କରିବେ ସେମାନଙ୍କୁ ପୁରସ୍କାର ଦିଆଯିବା ନେଇ ମଧ୍ୟ ଘୋଷଣା କରିଛି ଦିଲ୍ଲୀ ପୋଲିସ ।

ସୂଚନା ଅନୁଯାୟୀ, 2020 ଏବଂ 2021 ମସିହାରେ କୋରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ହେତୁ ବହୁ ସଂଖ୍ୟକ କଏଦୀଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଇଥିଲା । ଜେଲରେ କଏଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । 2020 କୋରୋନା ସଂକ୍ରମଣ ଯୋଗୁଁ 6000 କଏଦୀଙ୍କୁ ଅନ୍ତରୀଣ ଜାମିନ ଏବଂ ପାରୋଲରେ ମୁକ୍ତ କରାଯାଇଥିଲା । ମାର୍ଚ୍ଚ 2021 ସୁଦ୍ଧା ତାଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । କିନ୍ତୁ ଏହି ବନ୍ଦୀମାନଙ୍କ ମଧ୍ୟରୁ 2400 ଜଣ ଆଜି ପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି । ସେହିପରି 2021ରେ ପ୍ରାୟ 5000 କଏଦୀଙ୍କୁ ମୁକ୍ତ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏହି ସବୁ କଏଦୀ ଜେଲକୁ ଫେରିବେ ।

ପୋଲିସର ସୂଚନା ଅନୁଯାୟୀ ତିହାର ଜେଲରୁ ଅନ୍ତରୀଣ ଜାମିନ ଏବଂ ପାରୋଲରେ ଆସିଥିବା କଏଦୀମାନେ ଅନେକ ସ୍ଥାନରେ ଅପରାଧ ଘଟାଉଥିବା ଅଭିଯୋଗ ଆସୁଛି । ଏହି କାରଣରୁ ତିହାର ଜେଲ୍ ସେମାନଙ୍କର ତାଲିକା ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବାରୁ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.