ETV Bharat / bharat

ବିବାହ ଚାଲିଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ଆହତ

author img

By

Published : Dec 15, 2022, 8:57 AM IST

ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା । ସିଲିଣ୍ଡରରୁ ଗ୍ୟାସ ଲିକ ହେବାରୁ ନିଆଁ ଲାଗି ୨୨ ଜଣ ଆହତ । ଅଧିକ ପଢନ୍ତୁ

ବିବାହ ଚାଲିଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡ
ବିବାହ ଚାଲିଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡ

ଲକ୍ଷ୍ନୌ: ଚାଲିଥିଲା ବିବାହ ଉତ୍ସବ, ବାଜୁଥିଲା ସାହାନାଇ ହସଖୁସିରେ ମସଗୁଲ ଥିଲେ ସଭିଏଁ, ବନ୍ଧୁ ବାନ୍ଧବଙ୍କ ଗହଳିରେ କମ୍ପି ଉଠୁଥିଲା ଚତୁଃର୍ଦ୍ଦିଗ । ହଠାତ୍‌ ସିଲିଣ୍ଡରରୁ ଗ୍ୟାସ ଲିକ ହେବାରୁ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ । ଆଉ ନିମିଷକ ମଧ୍ୟରେ ପୋଡି ପାଉଁଶ ହୋଇଗଲା ସବୁକିଛି । ସିଲିଣ୍ଡରରୁ ଗ୍ୟାସ ଲିକ ହେବାରୁ ନିଆଁଲାଗି ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଦୁଃଖ ଘଟଣା ଘଟିଛି ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାର ରଥ ଟାଉନ ଅଞ୍ଚଳରେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଓରିଆ ମେଡିକାଲରେ ଆହତଙ୍କ ଚିକିତ୍ସା ଜାରି ରହିଥିବା ପୋଲିସ ତରଫରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ରଥ ଟାଉନ ଅଞ୍ଚଳରେ ବିବାହ ଚାଲିଥିଲା । ରୋଷେଇ ଘରେ ଜଣେ ରୋଷେୟା ଗ୍ୟାସରେ ରୋଷେଇ କରୁଥିଲେ । ଏହି ସମୟରେ ସିଲିଣ୍ଡରରୁ ଗ୍ୟାସ ଲିକ ହେବରୁ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା । ଫଳରେ ଘରେ ମଧ୍ୟରେ ଥିବା ୨୨ ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା କାହାର ପ୍ରାଣହାନୀ ହୋଇନଥିବା ଜଣାପଡିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଯୋଧପୁର ସିଲିଣ୍ଡର ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି

ସେହିପରି ଗତ କିଛିଦିନ ତଳେ ରାଜସ୍ଥାନର ଜୟପୁରରେ ସମାନ ଭାବରେ ଏପରି ଅଘଟଣ ଘଟିଥିଲା । ଯୋଧପୁରରେ ବିବାହ ଚାଲିଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ହେବାରୁ ପ୍ରାୟ ୬୦ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.