ETV Bharat / bharat

ମାଓ ଯୋଜନା ପଣ୍ଡ, ଗୟାରୁ IED ଜବତ କଲେ ସୁରକ୍ଷା କର୍ମୀ - ଗୟାରେ IED ଉଦ୍ଧାର

ବିହାରର ମାଓ ଅଞ୍ଚଳରେ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ । IED ସହ ବ୍ୟାପକ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଅଧିକ ପଢ଼ନ୍ତୁ

ମାଓ ଯୋଜନା ପଣ୍ଡ, ଗୟାରୁ IED ଜବତ କଲେ ସୁରକ୍ଷା କର୍ମୀ

author img

By

Published : Jul 12, 2022, 7:11 AM IST

ପାଟନା: ବିହାରର ମାଓ ଅଞ୍ଚଳରେ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ । କୌଣସି ସୂତ୍ରରୁ ଖବର ପାଇବା ପରେ ଅଞ୍ଜାନବା ପାହାଡିଆ ଅଞ୍ଚଳରେ ସୋମବାର ଦିନମାନ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହି ସମୟରେ IED ସହ ବ୍ୟାପକ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ତା ସହିତ ଜେନେରେଟର, ଲେଜର ପ୍ରିଣ୍ଟର, ଷ୍ଟାବିଲାଇଜର, ପେଟ୍ରୋଲ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଗୟା ଜିଲ୍ଲା ସୀମାବର୍ତ୍ତୀ ଛକରବନ୍ଧା ଓ ଅଞ୍ଜାନବା ପାହାଡିଆ ଅଞ୍ଚଳରେ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଏହି ସମୟରେ ବିଭିନ୍ନ ସ୍ଥାନରୁ IED ଜବତ ହୋଇଛି ।

ଘନଘନ ସର୍ଚ୍ଚ ଅପରେସନ ପରେ ବର୍ତ୍ତମାନ ମାଓବାଦୀଙ୍କ ପ୍ରଭାବ କମିଛି । ଏଠାରେ ପୁନଃ ଶକ୍ତିଶାଳୀ ହେବାକୁ ଯୋଜନା କରୁଛନ୍ତି ମାଓବାଦୀ । ଏଥିପାଇଁ ପ୍ରଥମେ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହି ଯୋଜନାକୁ ପଣ୍ଡ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ସୁରକ୍ଷାକର୍ମୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.