ETV Bharat / bharat

Covid Scare: ଆଜି ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ - ଇଣ୍ଡିଆନ ମେଡିକାଲ ଆସୋସିଏସନ

କୋରୋନା ସଂକ୍ରମଣ ନେଇ ବଢୁଛି ଭୟ । ଆଜି ଭିଡିଓ କନଫରେସିଂ ଜରିଆରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ସହ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Mansukh Mandaviya will hold a meeting
Mansukh Mandaviya will hold a meeting
author img

By

Published : Dec 26, 2022, 11:12 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଆରମ୍ଭ ହୋଇଛି କୋରୋନା ଭୟ । ଚୀନରେ ବ୍ୟାପୁଥିବା ଓମିକ୍ରନ ସବ୍‌-ଭାରିଆଣ୍ଟ BF.7 ଭାରତରେ ଚିହ୍ନଟ ପରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ଆରମ୍ଭ ହୋଇଛି ଘନ ଘନ ବୈଠକ । ଦ୍ରୁତ ସଂକ୍ରମଣକୁ ରୋକିବାକୁ ନିଆଯାଉଛି ଗୋଟିଏ ପରେ ଗୋଟିଏ ପଦକ୍ଷେପ । ଦେଶରେ ବର୍ତ୍ତମାନ କୋରୋନା ସ୍ଥିତିକୁ ନେଇ ଆଜି ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ(Union Health Minister Mansukh Mandaviya ) । ଭିଡିଓ କନଫରେସିଂ ଜରିଆରେ ଇଣ୍ଡିଆନ ମେଡିକାଲ ଆସୋସିଏସନ(Indian Medical Association) ସହ କୋରୋନା ସ୍ଥିତି ଓ ଏଥି ପାଇଁ ପ୍ରସ୍ତୁତି ନେଇ ଆଲୋଚନା କରିବେ ସ୍ବାସ୍ଥ୍ୟମନ୍ତ୍ରୀ ।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କରିଥିଲେ ବୈଠକ

କିଛିଦିନ ପୂର୍ବରୁ ନୂଆ ଭାରିଆଣ୍ଟ ମୁକାବିଲା କରିବା ପାଇଁ ସସସ୍ତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସେହିପରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଚିଠି ଲେଖି କୋରୋନା ବଢିବା ପୂର୍ବରୁ ପ୍ରସ୍ତୁତି କରିବା ନେଇ କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅକ୍ସିଜେନ ସପ୍ଲାଇ ଓ ମେଡିସିନ ମହଜୁଦ ରଖିବାକୁ ମଧ୍ୟ କୁହାଯାଇଥିଲା ।

ଏହି 5ଟି ଦେଶରୁ ଆସିଲେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

ସେହିପରି ସଂକ୍ରମଣ ରୋକିବାକୁ କଟକଣାକୁ କଡାକଡି କରାଯାଇଛି । ବିଶେଷ କରି ୫ ଦେଶରୁ ଫେରୁଥିଲେ ଆରଟିପିସିଆର ପରୀକ୍ଷା କରିବାକୁ ବାଧ୍ୟତା ମୂଳକ କରାଯାଇଛି । ଚୀନ, ସାଉଥ କୋରିଆ, ଜାପାନ, ହଂକଂ ଓ ଥାଇଲାଣ୍ଡରୁ ଯେଉଁ ମାନେ ଭାରତକୁ ଆସୁଛନ୍ତି ସେମାନଙ୍କର ବାଧ୍ୟତାମୂଳକ ଭାବେ ଆରଟିପିସିଆର ଟେଷ୍ଟ କରାଯିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଥିଲେ । ସେମାନଙ୍କ କୋରୋନା ପରୀକ୍ଷା ମଧ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ଡରାଉଛି ନୂଆ ଭାରିଆଣ୍ଟ: ପୁଣି 2 ବିଦେଶୀ ଫେରନ୍ତା ପଜିଟିଭ

ଆଉ 2 ଚୀନ ଫେରନ୍ତାଙ୍କୁ କୋରୋନା

ନିକଟରେ ଚୀନରୁ ଫେରିଥିବା ଦୁଇଜଣ କୋଭିଡ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ନମୁନା ସଂଗ୍ରହ କରାଯିବା ପରେ ଜେନୋମ ସିକ୍ବେନ୍ସିଂ ଲାଗି ଲ୍ୟାବକୁ ପଠାଯାଇଛି । ଜଣେ ଉତ୍ତର ପ୍ରଦେଶ ଆଗ୍ରାର ହୋଇଥିବାବେଳେ ଅନ୍ୟ ଜଣେ କାନପୁରର ହୋଇଥିବା ଜଣାପଡ଼ିଛି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ବର୍ତ୍ତମାନ ଠାବ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଦେଶ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । କୋଭିଡକୁ ଦୃଷ୍ଟିରେ ରଖି ଏମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.