ETV Bharat / bharat

ସିଘୁଂ ବର୍ଡରରେ ଚାଞ୍ଚଲ୍ୟ: ଅଜଣା ମୃତଦେହ ସହ ମିଳିଲା କଟା ହାତ - ଅର୍ଦ୍ଧଲଗ୍ନ ମୃତଦେହ

ସିଘୁଂ ବର୍ଡରରେ ଚାଞ୍ଚଲ୍ୟ । ଚାଷୀଙ୍କ ଆନ୍ଦୋଳନ ସ୍ଥଳରୁ ମୃତଦେହ ସହ କଟା ହାତ ଜବତ । ଅଧିକ ପଢନ୍ତୁ...

ସିଘୁଂ ବର୍ଡରରେ ଚାଞ୍ଚଲ୍ୟ: ଅଜଣା ମୃତଦେହ ସହ କଟା ହାତ ଠାବ

author img

By

Published : Oct 15, 2021, 1:03 PM IST

ନୂଆଦିଲ୍ଲୀ: ହରିୟାଣା-ଦିଲ୍ଲୀ ସୀମାନ୍ତ ସିଘୁଂ ବର୍ଡରରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ । ଶୁକ୍ରବାର ସକାଳ ସମୟରେ ଏହି ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସହିତ କଟା ହାତକୁ ଉଦ୍ଧାର କରିଛି ପୋଲିସ । ସୋସିଆଲ ମିଡ଼ିଆରେ ଏହି ଫଟୋ ଭାଇରାଲ ହେଉଥିବା ବେଳେ ବ୍ୟାରିକେଡ଼ରେ ଅର୍ଦ୍ଧନଗ୍ନ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।

ଏହି ମୃତଦେହ କେନ୍ଦ୍ର ସରକାରଙ୍କ କୃଷି ବିଲ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଆନ୍ଦୋଳନ ସ୍ଥାନରୁ ହିଁ ମିଳିଛି । ଅଭିଯୋଗ ଅନୁସାରେ ମୃତ ବ୍ୟକ୍ତି ଜଣକ ଶିଖ ଧାର୍ମିକ ପବିତ୍ର ପୁସ୍ତକକୁ ଅପମାନିତ କରୁଥିବାବେଳେ ଧରାପଡ଼ିଥିଲା । ତାକୁ ହତ୍ୟା କରିବା ପୂର୍ବରୁ ଉକ୍ତ ବ୍ୟକ୍ତିକୁ ଯନ୍ତ୍ରଣା ଦିଆଯାଇଥିବା ଫଟୋରୁ ଦୃଶ୍ୟମାନ ହେଉଛି । କିନ୍ତୁ ଏହି ଘଟଣାକୁ ନେଇ ପୋଲିସ ସୂତ୍ରରୁ କୌଣସି ତଥ୍ୟ ମିଳିନାହିଁ । ସେପଟେ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହାପରେ ବ୍ୟବଚ୍ଛେଦ ପାଇଁ ଉକ୍ତ ମୃତଦେହକୁ ନିକଟସ୍ଥ ସିଭିଲ ହସ୍ପିଟାଲକୁ ପଠାଯାଇଥିଲା । ସେପଟେ ଏହା ସୀମାନ୍ତ ଅଞ୍ଚଳ ହୋଇଥିବାରୁ ହରିୟାଣା ଓ ଦିଲ୍ଲୀ ପୋଲିସ ସେଠାରେ ମୁତୟନ ହୋଇଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.