ETV Bharat / bharat

ବର୍ଷର ପ୍ରଥମ 'ମନ କି ବାତ୍'; ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jan 31, 2021, 8:21 AM IST

ଆଜି ଦିନ 11 ଟା ରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ । 73 ତମ ସଂସ୍କରଣରେ ଦେଶବାସୀଙ୍କୁ ମୋଦି କରିବେ ସମ୍ବୋଧିତ। ଚଳିତ ବର୍ଷ ପ୍ରଥମ ମନ କି ବାତରେ ଚାଷୀ ହିଂସା ଏବଂ ଟୀକାକରଣ ଉପରେ ପ୍ରଧାନମନ୍ତ୍ରୀ କରିପାରନ୍ତି ଆଲୋଚନା। ଅଧିକ ପଢନ୍ତୁ...

ବର୍ଷର ପ୍ରଥମ 'ମନ କୀ ବାତ୍'; ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କ ଆଗରେ ମନର କଥା କହିବେ ପ୍ରଧାନମନ୍ତ୍ରୀ। ଏହା ଚଳିତ ବର୍ଷର ପ୍ରଥମ 'ମନ କି ବାତ୍' କାର୍ଯ୍ୟକ୍ରମ। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର 73 ତମ ସଂସ୍କରଣ ହେବ। ଯେଉଁଥିରେ ଦେଶବାସୀଙ୍କୁ କିଛି ନିଆରା ଅନ୍ଦାଜରେ ମୋଦି ସମ୍ବୋଧିତ କରିବେ।

ଆଜିର ଏହି କାର୍ଯ୍ୟକ୍ରମରେ ମୋଦି ଚାଷୀ ହିଂସା ଏବଂ ଟୀକାକରଣ ଉପରେ କରିପାରନ୍ତି ଆଲୋଚନା। ଏପଟେ ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ ଦେଶର ସାଧାରଣ ବଜେଟ୍। ଯେଉଁଥିରେ ସମସ୍ତ ବିରୋଧୀ ଦଳ କୃଷି ଆଇନକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିପକ୍ଷରେ ମେଳି ବାନ୍ଧୁଛନ୍ତି। ଏପଟେ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୋଭିଡ -19 ଟୀକାକରଣ ବିଷୟରେ ମଧ୍ୟ କହିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ରେଡିଓ ଅଭିଭାଷଣ ସକାଳ 11 ଟାରୁ ଆରମ୍ଭ ହେବ।

ଏହି ପ୍ରୋଗ୍ରାମ୍ ଅଲ ଇଣ୍ଡିଆ ରେଡିଓରେ ଲାଇଭ୍ ଶୁଣିବାକୁ ମିଳିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟର ପୃଷ୍ଠାରେ ଏବଂ ବିଜେପିର ଟ୍ବିଟର ଏବଂ ଫେସବୁକ ପେଜରେ ମଧ୍ୟ ଏହା ଲାଇଭ କରାଯିବ। ଏହା ବ୍ୟତୀତ ଡିଡି ଏବଂ ନରେନ୍ଦ୍ର ମୋଦି ଆପରେ ମଧ୍ୟ ପ୍ରସାରିତ ହେବ। ଯଦି ଆପଣ ମୋବାଇଲ୍ ଫୋନରେ ଏହି ପ୍ରୋଗ୍ରାମ ଶୁଣିବା ପାଇଁ ଚାହୁଁଛନ୍ତି ତେବେ 1922 ନମ୍ବରକୁ ଏକ ମିସ୍ କଲ ଦେଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.