ETV Bharat / bharat

ମନମୋହନ ସିଂଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥା ସୁଧୁରୁଥିବା ନେଇ AIIMSର ସୂଚନା - Manmohan Singh health update

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଡେଙ୍ଗୁ । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ସୂଚନା ଦେଲେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ....

ମନମୋହନ ସିଂଙ୍କୁ ଡେଙ୍ଗୁ,  ସୁଧୁରୁଛି  ସ୍ବାସ୍ଥ୍ୟବସ୍ଥା

author img

By

Published : Oct 16, 2021, 4:56 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସୁଧୁରୁଥିବା ନେଇ ଆଶ୍ବସ୍ତିକର ସୂଚନା ଦେଇଛି ଦିଲ୍ଲୀ ଏମ୍ସ । 89 ବର୍ଷୀୟ ମନମୋହନଙ୍କୁ ଜ୍ବର ପରେ ଦୁର୍ବଳତା ଅନୁଭବ ହେବା ଯୋଗୁ ବୁଧବାର ସନ୍ଧ୍ୟାରେ AIIMSରେ ଭର୍ତ୍ତି କରାଯାଇଥିଲା ।

ତେବେ ବୁଧବାର ଠାରୁ ତାଙ୍କ ସ୍ବାସ୍ଥ୍ୟକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଏନେଇ ସ୍ପଷ୍ଟ କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ । ମନମୋହନ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ତାଙ୍କ ପ୍ଲେଟଲେଟ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ପୂର୍ବପେକ୍ଷା ସୁଧୁରୁଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ବୁଧବାର ମନମୋହନଙ୍କୁ କାର୍ଡିଓ-ନ୍ୟୁରୋ କେନ୍ଦ୍ରର ଏକ ୱାର୍ଡରେ ଭର୍ତ୍ତି କରାଯାଇଛି ।

ଡାକ୍ତର ନୀତିଶ ନାୟକଙ୍କ ନେତୃତ୍ୱରେ ହୃଦ୍‌ରୋଗ ବିଶେଷଜ୍ଞଙ୍କ ଏକ ଟିମର ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଗୁରୁବାର ମନମୋହନଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଧ୍ୟ ହସ୍ପିଟାଲ ଯାଇ ମନମୋହନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.