ETV Bharat / bharat

Manipur violence: ନିୟନ୍ତ୍ରଣକୁ ଆସୁନି ହିଂସା, 25 ଯାଏଁ ପୁଣି ବନ୍ଦହେଲା ଇଣ୍ଟରନେଟ ସେବା

author img

By

Published : Jun 20, 2023, 10:29 PM IST

ମଣିପୁରରେ ନିୟନ୍ତ୍ରଣକୁ ଆସୁନି ହିଂସା । 25 ତାରିଖ ଯାଏ ପୁଣି ବନ୍ଦ ହେଲା ଇଣ୍ଟରନେଟ ସେବା । ବ୍ୟାପକ ଫୋର୍ସ ମୁତୟନ ସତ୍ତ୍ବେ ମଧ୍ୟ ରାଜ୍ଯର ବିଭିନ୍ନ ସ୍ଥାନରେ ହିଂସା ଜାରି । ଅଧିକ ପଢନ୍ତୁ

Manipur violence: ନିୟନ୍ତ୍ରଣକୁ ଆସୁନି ହିଂସା, 25 ତାରିଖ ଯାଏ ପୁଣି ବନ୍ଦ ହେଲା ଇଣ୍ଟରନେଟ

ହାଇଦ୍ରାବାଦ: ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ନିୟନ୍ତ୍ରଣକୁ ଆସୁନି ହିଂସା । ଏବେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ରାଜ୍ୟରେ ସ୍ଥିତି କ୍ରମଶଃ ମେ’ 3 ତାରିଖ ପରି ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ପାରୁନି । ସାମ୍ପ୍ରତିକ ସ୍ଥିତିକୁ ଦେଖି ରାଜ୍ୟରେ ଚଳିତ ମାସ 25 ତାରିଖ ଯାଏ ଇଣ୍ଟରନେଟ ସେବାକୁ ପୁଣି ବନ୍ଦ ରଖାଯାଇଛି । ରାଜଧାନୀ ଇମ୍ଫାଲ ସମେତ ରାଜ୍ୟର ସମସ୍ତ ସାମ୍ପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳରେ ସେନା ଓ ପାରା ମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । କିଛି ସ୍ଥାନରେ ଉଗ୍ରବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟ୍ସଆପ ଓ ଟ୍ବିଟର ଜରିଆରେ ହିଂସା ସମ୍ପର୍କିତ ବିଭ୍ରାନ୍ତିକର ସୂଚନାର ବହୁଳ ପ୍ରସାର ଫଳରେ ହିଂସା ପ୍ରଶମିତ ହେଉନାହିଁ । ପରସ୍ପର ସମ୍ପ୍ରଦାୟ ଉପରେ ଆକ୍ରମଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଉଭୟ ସମ୍ପ୍ରଦାୟ ପରସ୍ପର ଉପରେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ ଜାରି ରଖିଛନ୍ତି । ତେଣୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ 25 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିବ । ଆବଶ୍ୟକ ହେଲେ ସ୍ଥିତିକୁ ଦେଖି ସରକାର ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ।

ମଣିପୁରରେ ମେ’ 3 ତାରିଖରେ ପ୍ରଥମେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାର ସୂତ୍ରପାତ ହୋଇଥିଲା । ଜାତିଗତ ସଂରକ୍ଷଣ ମାମଲାରେ ହାଇକୋର୍ଟଙ୍କ ରାୟ ଆସିବା ପରେ ଉଭୟ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଦେଖାଯାଇଥିଲା । କୋର୍ଟଙ୍କ ରାୟ ଆସିବା ପରେ ଆଦିବାସୀ ସମ୍ପ୍ରଦାୟ ଛାତ୍ର ସଂଗଠନ ପକ୍ଷରୁ ଚୋରାଚାନ୍ଦପୁର ଜିଲ୍ଲାରେ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରଥମେ ଦୁଇ ସମ୍ପ୍ରଦାୟ ପରସ୍ପରକୁ ଆକ୍ରମଣ କରିଥିଲେ ।

ଗତମାସ 3 ତାରିଖରୁ ଆରମ୍ଭ ହୋଇଥିବା ହିଂସା ଏବେ ସୁଦ୍ଧା ମଧ୍ୟ ଥମିମାର ନାଁ ନେଉନାହିଁ । ପୂର୍ବରୁ ହିଂସାରେ ପ୍ରାୟ 80 ଜଣ ପ୍ରାଣ ହରାଇଥିବା ବେଳେ ପରବର୍ତ୍ତୀ ମାସେବ୍ୟାପୀ ହୋଇଥିବା ହିଂସାରେ ମୃତ୍ୟୁସଂଖ୍ୟା ପ୍ରାୟ 100 ପାର କରିସାରିଛି । ସେନା, ବ୍ୟାପକ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ସତ୍ତ୍ବେ ମଧ୍ୟ ହିଂସାକୁ ରୋକାଯାଇ ପାରିନି । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରୁ ଆକ୍ରମଣ, ଜଳାପୋଡା ଓ ହତ୍ୟାର ଖବର ଆସିବାରେ ଲାଗିଛି । ଗତ ଶୁକ୍ରବାର ରାତିରେ ଏକାଧିକ ସ୍ଥାନରେ ପୋଲିସ, ବିଜେପି ବିଧାୟକ, ସ୍ଥାନୀୟ ରାଜନେତାଙ୍କ ଘରକୁ ଆକ୍ରମଣ, ଜଳାପୋଡା ଓ ସରକାରୀ ଅସ୍ତ୍ରାଗାର ଲୁଟ ଉଦ୍ୟମ ହୋଇଛି । ଏବେ ସ୍ଥିତିକୁ ଦେଖି ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.