Manipur Violence: ବିଦ୍ରୋହୀଙ୍କ ଗୁଳିମାଡରେ BSF ଯବାନ ଶହୀଦ, ୨ ଆହତ - ସୁରକ୍ଷାକର୍ମୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଗୁଳି ବିନିମୟ
ମଣିପୁରରେ ସୁରକ୍ଷାକର୍ମୀ ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ । ଜଣେ ବିଏସଏଫ ଯବାନ ଶହୀଦ, ୨ ଆହତ । ଅଧିକ ପଢନ୍ତୁ
ଇମ୍ଫାଲ: ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଥମିବାର ନାଁ ନେଉନି । ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଅଶାନ୍ତ ମଣିପୁରରେ ଶାନ୍ତି ଫେରି ପାରୁନି । ସୋମବାର ମଧ୍ୟରାତ୍ରିରେ ରାତିରେ ଏଠାରେ ସୁରକ୍ଷାକର୍ମୀ ଓ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିୟମ ଘଟି ଜଣେ ସୀମୀ ସୁରକ୍ଷା ବଳ(BSF) ଯବାନ ଶହୀଦ ହୋଇଛନ୍ତି । ଏହି ଗୁଳିମାଡ଼ରେ ଆସାମ ରାଇଫଲ୍ସର ୨ ଜଣ ଯବାନ ଆହତ ହୋଇଛନ୍ତି । ଗତକାଲି ସେରୋଉ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି । ଏ ସମ୍ପର୍କରେ ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ମଧ୍ୟ ରାତ୍ରରେ ବିଦ୍ରୋହୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ବିଦ୍ରୋହୀ ଗୋଷ୍ଠୀ ପ୍ରଥମେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ରାତି ସାରା ସୁରକ୍ଷାକର୍ମୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ୩ ଜଣ ଯବାନଙ୍କ ଦେହରେ ଗୁଳି ବାଜିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବିଏସଏଫ ଯବାନ ଶହୀଦ ହୋଇଛନ୍ତି । ଅନ୍ୟ ଦୁଇ ଆହତଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ମନ୍ତ୍ରୀପୁଖରିକୁ ଏୟାରଲିଫ୍ଟ କରାଯାଇଥିଲା । ଆହତମାନେ ଆସାମ ରାଇଫଲ୍ସର ଯବାନ ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସେନା ତଲାସି ଅଭିଯାନ ଆରମ୍ଭ କରି ଆକ୍ରମଣକାରୀଙ୍କୁ ଧରିବାକୁ ଚେଷ୍ଟା କରୁଛି । ଆସାମ ରାଇଫଲ୍ସ, ବିଏସଏଫ ଓ ପୋଲିସ ସୁଗନୁ/ସେରୋଉ ଅଞ୍ଚଳରେ ଅପେରସନ ଜାରି ରଖିଛନ୍ତି ।
ପ୍ରକାଶଥାଉ କି, ଗତ ଶନିବାର ଦିନ ସନ୍ଦିଗ୍ଧ ଉଗ୍ରବାଦୀମାନେ କଂଗ୍ରେସ ବିଧାୟକ କେ ରଞ୍ଜିତ ସିଂହଙ୍କ କାକ୍ଚାଙ୍ଗ ଜିଲ୍ଲା ସୁଗନୁ ସ୍ଥିତ ଘରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ରାତିରେ ବିଦ୍ରୋହୀଙ୍କ ଏକ ଗୋଷ୍ଠୀ ସେହି ଅଞ୍ଚଳରେ ଥିବା ସୁରକ୍ଷା ବଳର ଏକ ଶିବିର ଘେରିବାକୁ ଉଦ୍ୟମ କରିଥିଲେ । ଯାହାଫଳରେ ରାତି ସାରା ଗୁଳି ବିନିମୟ ହୋଇଥିଲା ।
ଦୀର୍ଘ ଦିନ ହେଲାଣି ହିଂସାର ନିଆଁରେ ଜଳୁଛି ମଣିପୁର । ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ହିଂସା କ୍ଷତିଗ୍ରସ୍ତ ରାଜ୍ୟ ଗସ୍ତ କରି ନ୍ୟାୟିକ ତଦନ୍ତ ସମ୍ପର୍କରେ ସୂଚନା ଦେଇଥିଲେ । ମଣିପୁର ହିଂସାର ତଦନ୍ତ ପାଇଁ ନ୍ୟାୟିକ କମିଟି ଗଠନ ହେବ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯିବ । ହିଂସା ନେଇ ଏକ ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଛି ବୋଲି ଶାହା ଜଣାଇଥିଲେ ।