ETV Bharat / bharat

Manipur violence: ପୁଣି ହିଂସାରେ ଜଣେ ମୃତ, 2 ଆହତ

author img

By

Published : Jul 10, 2023, 8:52 PM IST

କିଛି ଦିନର ବ୍ୟବଧାନରେ ମଣିପୁରରେ ପୁଣି ହିଂସାରେ ଜଣେ ମୃତ । 2 ଆହତ ସୂଚନା । ପଶ୍ଚିମ-ଇମ୍ଫାଲ ଏରିଆରେ ପରସ୍ପରକୁ ଆକ୍ରମଣ କଲେ ଦୁଇ ଗୋଷ୍ଠୀ । ଅଧିକ ପଢନ୍ତୁ

Manipur violence: ପୁଣି ହିଂସାରେ ଜଣେ ମୃତ, 2 ଆହତ
Manipur violence: ପୁଣି ହିଂସାରେ ଜଣେ ମୃତ, 2 ଆହତ

ଇମ୍ଫାଲ: କିଛି ଦିନ ବ୍ୟବଧାନ ମଧ୍ୟରେ ଆଜି ମଣିପୁରରେ ପୁଣି ହିଂସାକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ଇମ୍ଫାଲ-ପଶ୍ଚିମ ଓ କଙ୍ଗପୋକିର ଜିଲ୍ଲାର ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ ଘଟିଛି । ଏହି ହିଂସାରେ ଜଣେ ପ୍ରାଣ ହରାଇବା ସହ ଦୁଇଜଣ ଆହତ ହୋଇଥିବା ସୁରକ୍ଷା ବଳ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି ଅପରାହ୍ନରେ ଦୁଇ ଗ୍ରାମବାସୀ ମୁଁହାମୁହିଁ ହେବା ସହ ପରସ୍ପରକୁ ସେମାନେ ଆକ୍ରମଣ କରିଥିଲେ । ଏକାଧିକ ରାଉଣ୍ଡର ଫାଏରିଂ ମଧ୍ୟ ହୋଇଛି । ରାଜ୍ୟରେ ଗତମାସ 13 ତାରିଖଠାରୁ କାହାରି ହିଂସାଜନିତ ମୃତ୍ୟୁ ହୋଇନଥିବା ରାଜ୍ୟ ସରକାର କହିଆସୁଥିବା ବେଳେ ଆଜି କିଛି ଦିନର ବ୍ୟବଧାନ ପରେ ପୁଣି ହିଂସାରେ ମୁଣ୍ଡ ଗଡିଛି ।

ଆଜି ହୋଇଥିବା ହିଂସାକାଣ୍ଡରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲା । ହେଲେ ଜିଲ୍ଲା ପ୍ରଶାସନ ଏହା ସ୍ପଷ୍ଟ କରିଛି ଯେ, ମୃତକ ଜଣେ ସ୍ଥାନୀୟ ବାସିନ୍ଦା । ଏହି ହିଂସା ସମୟରେ ପୋଲିସ କ୍ୟାମ୍ପରୁ ଉତ୍ୟକ୍ତ ଲୋକେ କିଛି ମାରଣାସ୍ତ୍ର ଚୋରି କରିନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ମୃତକଙ୍କ ନିକଟରୁ ଏକ ଅତ୍ୟାଧୁନିକ ରାଇଫଲ ମଧ୍ୟ ଜବତ କରାଯାଇଛି । ଏହା ସରକାରୀ ଅସ୍ତ୍ରାଗାରରୁ ଚୋରି ହୋଇଥିବା ସନ୍ଦେହ କରାଯାଉଛି । ହିଂସା ପରେ ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷା ବଳର ଯବାନ ପହଞ୍ଚିଛନ୍ତି । ସମଗ୍ର ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମେ’ ମାସ 3 ତାରିଖରୁ ଆରମ୍ଭ ହୋଇଥିବା ହିଂସାରେ ସାମାନ୍ୟ ସୁଧାର ଆସିବା ପରେ ଏବେ ରାଜ୍ୟରେ ଜୀବନଯାତ୍ରା କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି । ଏବେ କର୍ଫ୍ୟୁ ଅବଧିରେ କୋହଳ କରାଯିବା ସହ ସ୍କୁଲ ମଧ୍ୟ ଖୋଲିଛି । ଯାତାୟତ ଓ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଉପରେ କଟକଣା ହ୍ରାସ କରୁଛନ୍ତି ସରକାର । ସେନା ମୁତୟନ ମଧ୍ୟ କ୍ରମଶଃ ହ୍ରାସ କରାଯାଉଛି । ସମସ୍ତ ବର୍ଗଙ୍କୁ ହିଂସା ତ୍ୟାଗ କରିବା ପାଇଁ ନିବେଦନ କରାଯାଇଛି । ଏହାରି ମଧ୍ୟରେ ପୁଣି ଏକ ହିଂସାକାଣ୍ଡରେ ଜଣଙ୍କ ଜୀବନ ଯିବା ଓ ଅନ୍ୟ 2ଜଣ ଆହତ ହେବା ପଶ୍ଚିମ ଇମ୍ଫାଲ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ :-Manipur violence: ଅପଡେଟେଡ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ସାମ୍ପ୍ରଦାୟିକ ସଂରକ୍ଷଣ ମାମଲାର ରାୟ ଆସିବା ପରେ ମେ’ 3 ତାରିଖରେ ସ୍ଥାନୀୟ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଦେଖାଯାଇଥିଲ । ଏବେ ସୁଦ୍ଧା ଶତାଧିକ ଲୋକଙ୍କ ପ୍ରାଣହାନୀ ହୋଇସାରିଲାଣି । ରାଜ୍ୟରେ ସେନା, ପାରାଫୋର୍ସ, ରାପିଡ ଆକ୍ସନ ଫୋର୍ସ ସମେତ ରାଜ୍ୟ ପୋଲିସ ବଳ ମୁତୟନ କରାଯାଇଛି । ସ୍ଥିତିରେ ସାମାନ୍ୟ ସୁଧାର ଆସିବା ସହ ସେନା ମୁତୟନ ମଧ୍ୟ ହ୍ରାସ କରଯିବା ସହ ପ୍ରଶାସନିକ କଟକଣାକୁ କୋହଳ କରାଯାଇ ସାଧାରଣ ଜୀବନ ଯାତ୍ରାକୁ ସ୍ବାଭାବିକ କରିବାକୁ ପ୍ରୟାସ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.